ନୂଆଦିଲ୍ଲୀ,୬।୯: ଦିଲ୍ଲୀର ଲାଲ୍ କିଲ୍ଲା ପରିସରରେ ଥିବା ଏକ ପାର୍କରେ ଜୈନ ଧର୍ମର ଅନୁଷ୍ଠାନ ଚାଲିଥିଲା। ଏଭଳି ସମୟରେ ପାର୍କରେ ବହୁ ସଂଖ୍ୟାରେ ଜୈନ ଧର୍ମ ସମ୍ପର୍କିତ ଲୋକ ପହଁଞ୍ଚୁଛନ୍ତି। ତେବେ ଏହି ଅନୁଷ୍ଠାନ ପାଇଁ ରଖାଯାଇଥିବା ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି। ଯାହାକୁ ନେଇ ପୋଲିସ ନିକଟରେ ମାମଲା ରୁଜୁ କରାଯାଇଛି।
ଅଭିଯୋଗ ପରେ ପୋଳିସ ତଦନ୍ତ ଆରମ୍ଭ କରି ଦେଇଛି। ସେଠାରେର ଥିବା ସିସିଟିଭିକୁ ମଧ୍ୟ ଚେକ୍ କରାଯାଉଛି। ଏହାପରେ ପୋଲିସକୁ ଚୋର ଏକ ଚିଠି ଲେଖିଛି। ଅଭିଯୁକ୍ତ ପୂଜାରୀ ବେଶରେ ମଣ୍ଡପରେ ପ୍ରବେଶ କରିଥିଲା। ଲୋକ ଯେତେବେଳେ ଅନୁଷ୍ଠାନରେ ବ୍ୟସ୍ତ ଥିଲେ, ସେତେବେଳ ଅଭିଯୁକ୍ତ ଆସିଥିଲା ଓ କଳସକୁ ନେଇ ଫେରାର ହୋଇଯାଇଥିଲା।
ସିସିଟିଭିରେ ଅଭିଯୁକ୍ତକୁ ଦେଖିପାରିବେ। ସେ ନିଜ ସହ ଏକ ବ୍ୟାଗ୍ ମଧ୍ୟ ରଖିଥିଲା। ବ୍ୟାଗ୍ରେ କଳସ ନେଇ ଚାଲିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକ କେହି ଜାଣିପାରିନଥିଲେ। ପୋଲିସର କହିବା ଅନୁସାରେ, ଲାଲ କିଲ୍ଲା ପରିସରରେ ଥିବା ଗେଟ୍ ନମ୍ବର ୧୫ରେ ପାର୍କ ରହିଛି। ଏହି ପାର୍କରେ ଜୈନ ଧର୍ମ ପଧରୁ ଏକ ଅନୁଷ୍ଠାନ କରାଯାଉଛି। ଏହି ଅନୁଷ୍ଠାନରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଥିଲା। ଚୋରି ହୋଇଥିବା କଳସ ୭୬୦ ଗ୍ରାମ ସୁନା ଓ ୧୫୦ ଗ୍ରାମ ହିରା, ମାଣିକ, ପନ୍ନା ଖଚିତ ହୋଇଥିଲା। କଳସ ଚୋରି କରୁଥିବା ଅଭିଯୁକ୍ତର ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ତାକୁ ଗିରଫ ମଧ୍ୟ କରି ଦିଆଯିବ।