ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାନପୁରରେ ଜିମ୍ ଟ୍ରେନରଙ୍କ ଜଘନ୍ୟ କାଣ୍ଡ, ୪ମାସ ପରେ ବାହାରିଲା ମହିଳାଙ୍କ କଙ୍କାଳ

Published By : Gurupada Nath | October 27, 2024 9:06 AM

ନୂଆଦିଲ୍ଲୀ, ୨୭/୧୦ :  ଉତ୍ତରପ୍ରଦେଶର କାନପୁରରେ ଜିମ୍ ଟ୍ରେନର ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଜନୈକ ଜିମ୍ ଟ୍ରେନ ମହିଳାଙ୍କ ହତ୍ୟା କରି ତାଙ୍କ ଶବକୁ କାନପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପୋତି ଦେଇଥିଲେ । ଏହି ମାମଲା ଖୁଲାସା ପ୍ରାୟ ୪ମାସ ପରେ ହୋଇଛି । ଯେତେବେଳେ ପୋଲିସ ଅପରାଧିକୁ ଧରି ତାକୁ ପଚରାଉଚରା କରିଥିଲା । ପୋଲିସର କହିବା ଅନୁସାରେ ଉଭୟଙ୍କ ମଧ୍ୟରେ ସମ୍ବନ୍ଧ ଥିଲା ଏବଂ ବିବାଦ ପରେ ଅଭିଯୁକ୍ତ ରାଗି ଯାଇ ଏଭଳି କାଣ୍ଡ ଘଟାଇଛି ।

କାନପୁରରେ ଜନୈକ ମହିଳା ଗତ ଜୁନ୍ ମାସରେ ଗ୍ରୀନ ପାର୍କ ଷ୍ଟାଡିୟମରେ ଜିମ୍ ଯାଇଥିଲେ ଏବଂ ପରେ ସେ ସେଠାରୁ ଫେରି ନଥିଲେ । ମହିଳାଙ୍କ ପରିଚୟ ୩୨ବର୍ଷୀୟ ଏକତା ଗୁପ୍ତାଙ୍କ ରୂପରେ କରାଯାଇଛି । ମହିଳାଙ୍କ ସ୍ବାମୀ ରାହୁଲ ଗୁପ୍ତା ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି କି ବିମଲ ସୋନୀ ନାମକ ଜିମ୍ ଟ୍ରେନର ତାଙ୍କ ସ୍ବାମୀଙ୍କୁ ଅପହରଣ କରି ନେଇଥିଲେ । ପୋଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଥିଲା । କିନ୍ତୁ ପୋଲିସକୁ କୌଣସି ସୁରାକ ମିଳିନଥିଲା । ଯେବେଠାରୁ ମହିଳା ଜଣଙ୍କ ନିଖୋଜ ଥିଲେ ସେବେଠାରୁ ମଧ୍ୟ ଜିମ୍ ଟ୍ରେନର ବି ଗାୟବ ଥିଲେ । ମାତ୍ର ପୋଲିସ ନିଜ ଯାଞ୍ଚ ଲଗାତର କରିବାକୁ ଲାଗିଥିଲା ଏବଂ ଅଭିଯୁକ୍ତକୁ ଧରି ପଚରାଉଚରା କରିଥିଲେ ତ ସେ ନିଜ ଅପରାଧକୁ ମାନି ନେଇଥିଲେ । ସୋନୀ କହିଥିଲେ କି ସେ ମହିଳାଙ୍କ ହତ୍ୟା କରି ତାଙ୍କ ଶବକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୋତି ଦେଇଥିଲେ । ଅପରାଧୀଙ୍କ ମୁହଁରୁ ଏହି କଥା ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ରହିଯାଇଥିଲା । 

ପରେ ପୋଲିସ ଅଭିଯୁକ୍ତକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସେଠାରେ ଖୋଳିବାକୁ ଆରମ୍ଭ କରି ଦେଇଥିଲା । ପ୍ରାୟ ୪ରୁ ୫ଫୁଟ ଖୋଳିବା ପରେ ମହିଳାଙ୍କ ଡ୍ରେସ ଦେଖିବାକୁ ମିଳିଥିଲା, ଯାହାକୁ ତାଙ୍କ ସ୍ବାମୀ ଜାଣି ପାରିଥିଲେ । ଏହାପରେ ତାଙ୍କର ଚୁଟିକୁ ଦେଖି ମହିଳାଙ୍କ ସ୍ବାମୀ ଜାଣିପାରିଥିଲେ କି ଏହା ତାଙ୍କ ସ୍ତ୍ରୀଙ୍କ ମୃତଦେହ । ପୋଲିସ କଙ୍କାଳକୁ ଫରେନସିକ ଲ୍ୟାବକୁ ଯାଞ୍ଚ ପାଇଁ ପଠାଇ ଦେଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.