ନୂଆଦିଲ୍ଲୀ,୨୬।୭: ଦେଶ କାର୍ଗିଲ ବିଜୟ ଦିବସରେ ଭାରତୀୟ ସଶସ୍ତ୍ର ବଳର ବାହାଦୁର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଯେଉଁମାନେ କି ମାତୃଭୂମିର ସେବାରେ ସର୍ବୋଚ୍ଚ ବଳିଦାନ ପ୍ରଦାନ କରିଛନ୍ତି। ଏହି ଦିବସ ୧୯୯୯ ରେ ପାକିସ୍ତାନକୁ ଯୁଦ୍ଧରେ ହରାଇ ଭାରତର ଐତିହାସିକ ବିଜୟ ହାସଲ କରିଥିଲା।  ପ୍ରତି ବର୍ଷ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ୨୬ ଜୁଲାଇ ୨୦୨୫ ରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ (ଏନ୍‌ଡବ୍ଲୁଏମ୍), ନୂଆଦିଲ୍ଲୀରେ ଶହୀଦ ନାୟକଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଆଗନ୍ତୁକ ପୁସ୍ତିକାରେ ନିଜ ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ର ଉଦେଶ୍ୟରେ ବୀରଙ୍କ ପ୍ରତି ହାର୍ଦ୍ଧିକ କୃତଜ୍ଞତା ବ୍ୟକ୍ତ କରିଥିଲେ। ସେ କହିଛନ୍ତି, କାର୍ଗିଲ ବିଜୟ ଆଗାମୀ ପୀଢି ପାଇଁ ସବୁବେଳେ ବୀରତ୍ବର ଏକ ଅଦ୍ଭୁତ ଉଦାହରଣ ପାଲଟିବ। ସେ ଏନ୍‌ଡବ୍ଲୁଏମ୍‌କୁ ବୀରଙ୍କ ବଳିଦାନ ଜୀବନର ପ୍ରତୀକ କହିଛନ୍ତି।

‘ଏକ୍ସ’ର ଏକ ପୋଷ୍ଟରେ ରାଜନାଥ କଠିନ ପରିସ୍ଥିତିରେ ରାଷ୍ଟ୍ରର ସମ୍ମାନର ରକ୍ଷାରେ ବୀରଙ୍କ ଅସାଧରଣ ସାହାସ, ଧର୍ଯ୍ୟ ଓ ଦୃଢ ସଂକଳ୍ପକୁ ମନେପକାଇଛନ୍ତି। ସେ କହିଛନ୍ତି, କାର୍ଗିଲ ଯୁଦ୍ଧ ବେଳେ ତାଙ୍କର ସର୍ବୋଚ୍ଚ ବଳିଦାନ ଆମର ସଶସ୍ତ୍ର ବଳର ଅତୁଟ ସଂକଳ୍ପର ଏକ ଚିରସ୍ଥାୟୀ କଥାକୁ ମନେପକାଇ ଦେଉଛି। ଭାରତ ତାଙ୍କର ସେବାର ସବୁବେଳେ ଋଣୀ ରହିବ।’

ଉଲ୍ଲେଖନୀୟ ଯେ, କାରଗିଲର ଦ୍ରାସରେ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ 'କାରଗିଲ ବିଜୟ ଦିବସ ପଦଯାତ୍ରା' ଆୟୋଜନ କରିଥିଲା, ଯାହାର ନେତୃତ୍ୱ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଏବଂ ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ କରିଥିଲେ। ଏହି ପଦଯାତ୍ରାରେ ୧୦୦୦ ରୁ ଅଧିକ ଯୁବକ, ସେବାରତ ଏବଂ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀ କର୍ମଚାରୀ, ସହିଦଙ୍କ ପରିବାର ଏବଂ ନାଗରିକ ସମାଜର ସଦସ୍ୟମାନେ  ଅଂଶଗ୍ରହଣ କରିଥିଲେ। ୧.୫ କିଲୋମିଟର ଦୂରତା ଅତିକ୍ରମ କରି, ଏହି ପଦଯାତ୍ରା ଦ୍ରାସର ହିମାବାସ ପବ୍ଲିକ୍ ହାଇସ୍କୁଲରୁ ଆରମ୍ଭ ହୋଇ ଭୀମବେଟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶେଷ ହୋଇଥିଲା।