ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଠିକା କାମରେ ମୁସଲିମ୍ ସଂରକ୍ଷଣକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ବିଜେପି ସାଂସଦ, ରାହୁଲ୍ ଗାନ୍ଧୀଙ୍କୁ କହିଲେ 'ଆଲମଗିର ରାହୁଲଜେବ'…

Published By : Ladu Kishor | March 21, 2025 5:26 PM

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ସରକାରୀ ଠିକା କାମରେ ଚାରି ପ୍ରତିଶତ ମୁସଲିମ ସଂରକ୍ଷଣ ଲାଗୁ କରିବା ପାଇଁ ଏକ ବିଲ୍ ଗୃହୀତ ହୋଇଛି। ଏହାକୁ ନେଇ ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଶୃଙ୍ଖଳା ଆରମ୍ଭ ହୋଇଛି । ଏହି ବିଲ୍ ବିରୋଧରେ ବଧାନସଭାରେ ବିରୋଧୀ ଦଳ ହଟ୍ଟଗୋଳ କରିଥିବା ବେଳେ, ଦିଲ୍ଲୀରେ ବିଜେପି ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ 'ଆଲମଗିର ରାହୁଲଜେବ' ବୋଲି କହିଛନ୍ତି।

ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କର୍ଣ୍ଣାଟକ ବିଧାନସଭାରେ ଆଜି ଏକ ବିଲ୍ ପାରିତ ହୋଇଛି, ଯାହା ଅନୁଯାୟୀ ସରକାରୀ ଠିକା କାମରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଟେଣ୍ଡରରେ ମୁସଲମାନ ମାନେ ୪ ପ୍ରତିଶତ ସଂରକ୍ଷଣ ପାଇବେ। ଏହି ସଂରକ୍ଷଣ OBC କ୍ୟାଟାଗୋରୀ 2B ରୁ ଦିଆଯାଇଛି, ଅର୍ଥାତ୍ ଓବିସି (OBC) ଏବଂ ପଛୁଆ ବର୍ଗଙ୍କ ଅଧିକାର ଉଲ୍ଲଂଘନ କରାଯାଇଛି। ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ, ସିଦ୍ଧରମୈୟା ସରକାର ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଏହା କରିଛି। 

ବିଜେପି ସାଂସଦ ଆହୁରି କହିଛନ୍ତି ଯେ, 'ରାହୁଲ ଗାନ୍ଧୀ ରାଜନୈତିକ ଦୃଷ୍ଟିରୁ ଅକ୍ଷମ, ସେଥିପାଇଁ ସେ ତୁଷ୍ଟୀକରଣ ମାଧ୍ୟମରେ ନିଜର ମହତ୍ତ୍ୱାକାଂକ୍ଷା ପୂରଣ କରିବାରେ ନିୟୋଜିତ ଅଛନ୍ତି।' ଆଜି ଯାହା ୪ ପ୍ରତିଶତରୁ ଆରମ୍ଭ ହୋଇଛି, ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଗୋଟିଏ ଦିନ ଏହାକୁ ୧୦୦ ପ୍ରତିଶତକୁ ବୃଦ୍ଧି କରିବା । ସେ କହିଛନ୍ତି ଯେ ୱାକଫ ବୋର୍ଡ ଲ୍ୟାଣ୍ଡ୍ ଜିହାଦ ଥିଲା ଏବଂ ଏହା କଣ୍ଟ୍ରାକ୍ଟ ଜିହାଦ। ସମ୍ବିତ ପାତ୍ର କହିଛନ୍ତି, 'କର୍ଣ୍ଣାଟକର ବଜେଟ୍ ଏକ 'ମୁସଲିମ ବଜେଟ୍', ଯେଉଁଥିରେ ଇମାମ ମାନଙ୍କୁ ଛଅ ହଜାର ଟଙ୍କା ଭତ୍ତା, ୱାକଫ୍ ପାଇଁ ୧୫୦ କୋଟି ଟଙ୍କା,ବେଙ୍ଗାଲୁରୁରେ ହଜ୍ ଭବନର ସମ୍ପ୍ରସାରଣ, ବିବାହ ପାଇଁ ମୁସଲମାନ ମାନଙ୍କୁ ୫୦ ହଜାର ଟଙ୍କା ସହାୟତା, ଉର୍ଦ୍ଦୁ ସ୍କୁଲ ପାଇଁ ୧୦୦ କୋଟି ଟଙ୍କା, ମୁସଲିମ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫୦ ଲକ୍ଷ ଟଙ୍କା, ମୁସଲିମ ବହୁଳ ଅଞ୍ଚଳରେ ଆଇଟିଆଇ କଲେଜ, ମୁସଲିମ ଛାତ୍ରଙ୍କ ପାଇଁ ୫୦ ପ୍ରତିଶତ ଫି ରିହାତି, ମୁସଲିମ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ତାଲିମ, ମୁସଲିମ କଲୋନୀ ପାଇଁ ଏକ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।'

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.