ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆଣ୍ଠେଇଛି ‘ରାଉରକେଲା ୱାନ୍‌’ ଯୋଜନା, ୫ବର୍ଷ ହେଲା ସରୁନାହିଁ କାମ...

Published By : Prameya | February 10, 2025 1:23 PM

ରାଉରକେଲା,୧୦/୦୨: ‘ରାଉରକେଲା  ୱାନ୍‌’ । ଗୋଟିଏ ଛାତ ତଳୁ ସମ୍ପୂର୍ଣ୍ଣ ସହରକୁ ନିୟନ୍ତ୍ରଣ କରିବାର ପରିକଳ୍ପନା । ୨୦୧୯ର ଯୋଜନା । ୨୦୨୨ ସୁଦ୍ଧା ସରିବା କଥା । ହେଲେ,  ଚାଲିଛି ଯେ ଚାଲିଛି । ୫ବର୍ଷ ହେଲା ସରୁନାହିଁ  କାମ । ପ୍ରକଳ୍ପ ସ୍ଥିତିରୁ ୨୦୨୫ରେ ମଧ୍ୟ କାମ  ସରିବ ନାହିଁ ବୋଲି ଜଳଜଳ ହୋଇ ଦିଶୁଛି ।  

ଗୋଟିଏ କୋଠାରୁ ସମଗ୍ର ଇସ୍ପାତ ନଗରୀକୁ  ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ସ୍ମାର୍ଟ ସିଟି  ପକ୍ଷରୁ ହୋଇଥିବା ଅଭିନବ ଯୋଜନା ହେଉଛି  ‘ରାଉରକେଲା ୱାନ୍‌’ । ଏଥିଲାଗି ୨୦୧୯ରେ  ଯୋଜନା ପ୍ରସ୍ତୁତି ହୋଇଥିଲା । ଇତିମଧ୍ୟରେ  ତିନିଜଣ କମିଶନର୍‌ ଆସିଲେଣି । ଦାୟିତ୍ୱରେ  ଥିବା ବେଳେ ସେମାନେ କାର୍ଯ୍ୟାନ୍ୱୟନ ଦାୟିତ୍ୱରେ  ଥିବା ସଂସ୍ଥାକୁ ତାଗିଦ୍‌ କରୁଛନ୍ତି । ହେଲେ, ଫଳ  ଶୂନ । ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବା ବଦଳରେ  ଆଣ୍ଠେଇ ପଡ଼ିଛି ।  

‘ରାଉରକେଲା ୱାନ୍‌’ ପାଇଁ ୨୦୧୯  ନଭେମ୍ବରରେ ପ୍ରକଳ୍ପର ଟେଣ୍ଡର ଆହ୍ୱାନ  କରାଯାଇଥିଲା । ୧୨୬.୭୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ସାରିବାର ଧାର୍ଯ୍ୟ ସମୟସୀମା ରଖା  ଯାଇଥିଲା ୨୦୨୨ ଡିସେମ୍ବର । ରାଉରକେଲା ୱାନ୍‌  କୋଠାରେ ଆଦିବାସୀ ସଂଗ୍ରହାଳୟ (ଟ୍ରାଇବାଲ  ମ୍ୟୁଜିୟମ୍‌), ୧୫୦୦ କ୍ଷମତା ବିଶିଷ୍ଟ ସହରର  ସର୍ବବୃହତ୍‌ ଅତ୍ୟାଧୁନିକ ପ୍ରେକ୍ଷାଳୟ (ସିଟି ସିଭିକ୍‌  ସେଣ୍ଟର) ଓ ସିଟି କମାଣ୍ଡ ସେଣ୍ଟର ରହିବ । ଏହା  ବ୍ୟତୀତ ରାଜସ୍ୱ ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ  ନିମନ୍ତେ ମଧ୍ୟ ଜାଗା ଉଦ୍ଦିଷ୍ଟ ରହିଛି । ସିଟି କମାଣ୍ଡ  ସେଣ୍ଟରରେ କ୍ୟାମେରା, ଅଟୋ ଟ୍ରାଫିକ୍‌ ସିଗ୍‌ନାଲିଂର  କଣ୍ଟ୍ରୋଲ ସେଣ୍ଟର ରହିବ । ଏହାସହ ଜରୁରିକାଳୀନ  ସେବା ପାଇଁ ମଧ୍ୟ ଏହି ସେଣ୍ଟରରେ ଅଧିକାରୀ  ଅହୋରାତ୍ର ଉପସ୍ଥିତ ରହିବେ ।   

ଇତି ମଧ୍ୟରେ ସହରର ୧୧୦ଟି ଜାଗାରେ  ମୋଟ ୬୦୦ ସିସି କ୍ୟାମେରା (କ୍ଲୋଜ ସର୍କିଟ୍‌  କ୍ୟାମେରା) ଲାଗି ସାରିଥିବା ବେଳେ ଆହୁରି ୭୫ଟି  ସିସି କ୍ୟାମେରା ଲଗାଯିବାର ଯୋଜନା ରହିଛି ।  ସହରର ଚତୁଃପାଶ୍ୱର୍ରେ ଅର୍ଥାତ ସହରର ମୁଖ୍ୟ  ଛକରୁ ଝିରପାଣି, ଆଇଡିସି, କୁକୁଡାଗେଟ୍‌ ଏବଂ  ଫର୍ଟିଲାଇଜର ପର୍ଯ୍ୟନ୍ତ ସିସି କ୍ୟାମେରା ଲାଗିଛି ।  ସେହିପରି ୧୩ଟି ଛକରେ ଅଟୋ ଟ୍ରାଫିକ୍‌ ସିଗ୍‌ନାଲିଂ  ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସବୁଗୁଡ଼ିକ କାମ  କରୁନାହିଁ । ସେହିପରି ସିଟି କମାଣ୍ଡ ସେଣ୍ଟରର କାମ  ଅସମ୍ପୂର୍ଣ୍ଣ ଥିବାରୁ ଲକ୍ଷ୍ୟ ପୂରଣ ହୋଇ ପାରୁ ନାହିଁ ।  

୨୦୨୨ରୁ ପର୍ଯ୍ୟାୟକ୍ରମେ ପ୍ରକଳ୍ପ ଦାୟିତ୍ୱ ନେଇଥିବା  ଆରଏମ୍‌ସି କମିଶନର ତଥା ରାଉରକେଲା ସ୍ମାର୍ଟ  ସିଟି ସିଇଓ ଦିବ୍ୟଜ୍ୟୋତି ପରିଡ଼ା, ଡା. ଶୁଭଙ୍କର  ମହାପାତ୍ର ଏବଂ ବର୍ତ୍ତମାନର ସିଇଓ ଆଶୁତୋଷ  କୁଲକର୍ଣ୍ଣି ଏଜେନ୍ସିର ଅଧିକାରୀଙ୍କୁ ବାରମ୍ବାର  ତାଗିଦ୍‌ କରି ସାରିଛନ୍ତି । ହେଲେ ସୁଫଳ ମିଳୁନି ।  ସମ୍ପୃକ୍ତ ଏଜେନ୍ସି ଏ କାନରେ ପୂରାଇ ଆର  କାନରେ କାଢ଼ି ଦେଉଛି । ଏ ନେଇ ସିଇଓ  ଶ୍ରୀ କୁଲକର୍ଣ୍ଣିଙ୍କ ପ୍ରତିକ୍ରିୟା ମିଳି ପାରିନଥିବା  ବେଳେ ସ୍ମାର୍ଟ ସିଟିର ଯନ୍ତ୍ରୀ ସାର୍ଥକ ରଥ କହିଛନ୍ତି  ଯେ, ଠିକା ନେଇଥିବା ସଂସ୍ଥା ଯୋଗୁଁ କାର୍ଯ୍ୟରେ  ବିଳମ୍ବ ଘଟିଚାଲିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସିଟି  କମାଣ୍ଡ ସେଣ୍ଟର ଓ ଟ୍ରାଇବାଲ ମ୍ୟୁଜିୟମ୍‌ର କାର୍ଯ୍ୟ  ସମ୍ପନ୍ନ ହେବା ଆଶା କରାଯାଉଛି । ପ୍ରେକ୍ଷାଳୟ  କାମ ସରିବାକୁ ସମୟ ଲାଗିବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.