ଭୁବନେଶ୍ବର,୧୦/୨ : ଲିଙ୍ଗରାଜଙ୍କ ଜାଗରଯାତ୍ରାକୁ ନେଇ ସେବାୟତ , ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବୈଠକ । ଲୋକସେବା ଭବନରେ ଶୃଙ୍ଖଳିତ ଶିବରାତ୍ରି ପାଇଁ ଲିଙ୍ଗରାଜ ସେବାୟତଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଲିଙ୍ଗରାଜଙ୍କ ବିଭିନ୍ନ ନିଯୋଗ ସଭାପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ବ୍ରାହ୍ମଣ ନିଯୋଗ, ବଡୁ ନିଯୋଗ, ସମର୍ଥର ନିଯୋଗ, ପୂଜାପଣ୍ଡା ନିଯୋଗ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ପରେ ବ୍ରାହ୍ମଣ ନିଯୋଗ ସଭାପତି ଭାଗିରଥି ମହସୁଆର ସୂଚନା ଦେଇ କହିଛନ୍ତି କି, ଶୃଙ୍ଖଳିତ ମହା ଶିବରାତ୍ରି ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନିର୍ଦ୍ଧାରିତ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନିଷ୍ପତ୍ତି ନିଆଯାଇଛି । ସେପଟେ ବୈଠକ ପରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଚଳିତ ବର୍ଷ ପାସ୍ ସଂଖ୍ୟା କମାଯିବା ପାଇଁ ନିଷ୍ପତ୍ତି ହୋଇଛି । ବିଗତ ବର୍ଷ ୧୭୫୦ବଣ୍ଟନ କରାଯାଇଥିବାବେଳେ ଏ ବର୍ଷ ୧୦୦୦ରୁ ୧୨୦୦ପାସ ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି । ସେପଟେ ଗତ ବର୍ଷ ମହାଦୀପ ଅଘଟଣ ରୋକିବାକୁ ହୋଇଛି ବଡ଼ ଯୋଜନା। ମହାଦୀପ ଉଠିବାବେଳେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ବାରଣ କରାଯାଇଛି । କେବଳ ଆବଶ୍ୟକତା ଅନୁଯାୟୀ ସେବାୟତ ଉପସ୍ଥିତ ରହିବେ। ଅନ୍ୟ ଲାଇନ ଡିପାଟମେଣ୍ଟ ସହ କାମ କରିବେ । ନିର୍ଦ୍ଧାରିତ ରାତ୍ର ୧୦ଟାରେ ଉଠିବ ମହାଦୀପ। ତା’ପରେ ମହାପ୍ରଭୁଙ୍କ ଇଚ୍ଛା। ଯିଏ ଯାହା ଷଡ଼ଯନ୍ତ୍ର କଲେ ବି ପ୍ରଭୁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ। ସବୁ ସୁରୁଖ୍ରୁରେ ହେବା ପାଇଁ ହୋଇଛି ଆଲୋଚନା।