ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଚାକିରି ନଥିବାରୁ ଅପମାନ ଦେଉଥିଲେ ‘ଲିଭ୍‌-ଇନ ପାର୍ଟନର’, ଆତ୍ମହତ୍ୟା କରିଦେଲେ ଯୁବ ଇଞ୍ଜିନିୟର

Published By : Tapas Panda | December 14, 2024 8:34 PM

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଜଣେ ଇଞ୍ଜିନିୟର ସ୍ତ୍ରୀର ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିବା ଘଟଣାକୁ ନେଇ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ନୋଏଡାରେ ଆଉ ଜଣେ ଯୁବ ଇଞ୍ଜିନିୟର ନିଜ ଲିଭ୍‌-ଇନ ପାର୍ଟନରଙ୍କ ଅପମାନ ସହ୍ୟ କରିନପାରି ଆତ୍ମହତ୍ୟା କରିଛନ୍ତି । ନୋଏଡାର ଜଣେ ୨୭ ବର୍ଷୀୟ ଯୁବକ ବେରୋଜଗାର ଥିବା ବେଳେ ତାଙ୍କର ପ୍ରେମିକା (ଲିଭ୍‌-ଇନ ପାର୍ଟନର) ଏନେଇ ସବୁ ବେଳେ ତାଙ୍କୁ ଥଟ୍ଟା ପରିହାସ କରୁଥିଲେ ।  ଶେଷରେ ସହ୍ୟ କରିବାର ସୀମା ଟପିଯିବା ପରେ ଚରମ ନିଷ୍ପତ୍ତି ନେଇଛି ବୋଲି ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଯୁବକ । 

ପୋଲିସ ଅନୁସାରେ, ମୟଙ୍କ ଚାନ୍ଦେଲ୍‌ ଉତ୍ତର ପ୍ରଦେଶର ଜଲାଲବାଦର ବାସିନ୍ଦା । ୭ ବର୍ଷ ପୂର୍ବରୁ ବନ୍ଦା ସହରରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଦୁଇ ଜଣ ସାଙ୍ଗରେ ପଢ଼ୁଥିଲେ ଏବଂ ୪ ବର୍ଷ ହେଲା ନୋଏଡାର ସେକ୍ଟର ୭୩ରେ ଥିବା ସୌର୍ଯ୍ୟ ବଙ୍କିଟ ହଲ୍‌ ପାଖରେ ଗୋଟିଏ ଘରେ ଲିଭ୍‌-ଇନରେ ରହୁଥିଲେ । ଯୁବତୀଜଣଙ୍କ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ଯୁବକ ବେରୋଜଗାର ଥିଲେ । 

ଚାନ୍ଦେଲ ନିଜ ସୁଇସାଇଡ୍‌ ନୋଟରେ ଲେଖିଛନ୍ତି, ଲିଭ୍‌-ଇନ ପାର୍ଟନର ତାଙ୍କୁ ଚାକିରି ଖୋଜିବାକୁ କହିବା ସହ ପରିହାସ କରୁଥିଲେ । ସବୁବେଳେ ବସିକି ଖାଉଛୁ କାମ କର ବୋଲି କହୁଥିଲେ ଯୁବତୀ । ଏହା ପରେ ଚାନ୍ଦେଲ ମାନସିକ ଅବସାଦର ଶିକାର  ହୋଇଥିଲେ ବୋଲି ସୁଇସାଇଡ୍‌ ନୋଟରେ ସେ ଲେଖିଛନ୍ତି । ଏହି ସବୁ କାରଣ ଲାଗି ଆତ୍ମହତ୍ୟା କରୁଛି ଏବଂ ଏଥିପାଇଁ କେହି ଦାୟୀ ନୁହଁନ୍ତି ବୋଲି ଫ୍ୟାନ୍‌ରେ ରଶି ଲଗାଇ ଝୁଲିପଡ଼ିବା ପୂର୍ବରୁ ଲେଖିଦେଇ ଯାଇଛନ୍ତି ମୟଙ୍କ ଚାନ୍ଦେଲ ।  ମୟଙ୍କଙ୍କ ଲିଭ୍‌-ଇନ ପାର୍ଟନର ଶୁକ୍ରବାର ଦିନ ଅଫିସ୍‌ରୁ ଫେରିବା ପରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏହା ପରେ ସେ ପୋଲିସକୁ ଖବର ଦେଇଥିଲେ । ମୟଙ୍କ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାରକୁ ଜଣାଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ପୋଲିସ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.