ଭୁବନେଶ୍ବର,୩୦।୧୦ : ଆଇସକ୍ରିମ ଷ୍ଟିକ୍‌ରେ ମା’ କାଳୀଙ୍କ କଳାକୃତି। ମା’ କାଳୀଙ୍କ ମୁହଁର ଏକ ମିନିଏଚର୍ କଳା  ଆଇସକ୍ରିମ ଷ୍ଟିକରେ ସୃଷ୍ଟି କରିଛନ୍ତି। ଦୀପାବଳିର ପବିତ୍ର ଅବସରରେ ଏଭଳି କଳାକୃତି କରିଛନ୍ତି ବିଶ୍ବଜିତ ନାୟକ।

ବିଟେକ ୩ ୟ ବର୍ଷର ଛାତ୍ର ବିଶ୍ବଜିତ  ଆଇସକ୍ରିମ ଷ୍ଟିକ୍, ପେଣ୍ଟ ଗ୍ଲୁ, ରଙ୍ଗ ଦ୍ବାରା  ମା’ କାଳୀଙ୍କ ମୁହଁର ଏକ କଳାକୃତି କରିଛନ୍ତି। ୩୭୫ଟି ନୂତନ ଆଇସକ୍ରିମ୍ ଷ୍ଟିକ୍, ପେଣ୍ଟ, ଗ୍ଲୁ ଏବଂ ରଙ୍ଗ ଦ୍ୱାରା ଏହି କଳାକୃତି ତିଆରି କରିଛନ୍ତି। ଯାହାର ଉଚ୍ଚତା ୧୮  ଇଞ୍ଚ ଏବଂ ପ୍ରସ୍ଥ ୨୦  ଇଞ୍ଚ ରହିଛି। ଏହାକୁ ସମାପ୍ତ କରିବାକୁ ତାଙ୍କୁ ୭ ଦିନ ଲାଗିଥିଲା।