ନୂଆଦିଲ୍ଲୀ,୨୯/୧୧: ମଧ୍ୟପ୍ରଦେଶର ଅଘଟଣ । ମସାଲ ଶୋଭାଯାତ୍ରା ମଶାଲରୁ ତେଳ ପଡି ଚାରିଆଡେ ବିପିଗଲା ନିଆଁ। ଫଳରେ ୫୦ ଜଣ ଜଳିଯାଇଥିବା ଜଣାପଡିଛି । ସେଥିରୁ ୧୨ ଜଣ ଗୁରୁତର ଆହତତ ହୋଇଥିବା ବେଳ ସମସ୍ତଙ୍କୁ ଉଦ୍ଧାର କରି ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ୨୬/୧୧ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନେଇ ହେଉଥିବା ମଶାଲ ଶୋଭାଯାତ୍ରା ଏଭଳି ଅଘଟଣ ଘଟିଛି।
ସୂଚନା ମୁତାବକ, ମଧ୍ୟପ୍ରଦେଶର ଖଣ୍ଡଗାର ଘଣ୍ଟାଧର ଛକରେ ଗୁରୁବାର ରାତିରେ ମଶାଲ ଶୋଭାଯାତ୍ରା ବେଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି କାର୍ଯ୍ୟକ୍ରମରେ ହାଇଦ୍ରାବାଦର ଗୌଶାମହାଲ ବିଧାୟକ ଟି ରାଜା ଓ ବିଜେପିର ମହିଳା ନେତ୍ରୀ ନାଜିୟା ଇଲାହୀ ବି ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷ ପୂର୍ବରୁ ରାତି ପ୍ରାୟ ୧୧ଟା ବେଳେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ହଜାରେ ମଶାଲ ଜାଳିବାର ବ୍ୟବସ୍ଥା ହୋଇଥିବା ବେଳେ ଅଧଘଣ୍ଟା ପରେ ଘଣ୍ଟାଘର ଛକରେ ଏହି କାର୍ଯ୍ୟ ସମାପନ ସାରି ଲୋକେ ଧରିଥିବା ମଶାଲ ରଖିଥିଲେ। ଫଳରେ କିଛି ମଶାଲ ତଳେ ପଡ଼ିଯିବାରୁ ସେଥିରୁ ତେଲ ବାହାରି ଅଚାନକ ନିଆଁ ଲାଗି ଯାଇଥିଲା। ଯାହାଫଳରେ ଚାରିଆଡେ ନିଆଁ ବ୍ୟାପିଯିବାରୁ ଏକାଧିକ ଲୋକ ଜଳିଯାଇଥିବା ବେଳେ ସେଥିରୁ ୧୨ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଥିବା ବେଳେ ସମସ୍ତେ ଡାକ୍ତରଖାନା ଚିକିତ୍ସା ହେଉଥିବା ଜଣାପଡିଛି ।