ପ୍ରମୂଖ ଖବର
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ

Published By : Harapriya Sethi | February 26, 2025 11:06 AM

କୋଣାର୍କ,୨୬/୦୨: ପବିତ୍ର ମହାଶିବରାତ୍ରୀ ଅବସରରେ କୋଣାର୍କ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାଲିକପିଳେଶ୍ୱରଙ୍କ ଜାଗର ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତିମୟ ପରିବେଶରେ ଶିବ ଆରାଧନା ସହିତ ଦୀପ ଜାଳିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବାଲିକପିଳେଶ୍ୱରଙ୍କ ଜାଗର ନୀତି ସମ୍ପନ୍ନ ହୋଇଥିଲା । ରାତି ୩ଟାରେ ମହାଦୀପ ଉଠିବ। ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବ୍ୟାରିକେଡ଼ ନିର୍ମାଣ କରାଯାଇ ଧାଡ଼ି ଦର୍ଶନ, ମନ୍ଦିର ବେଢ଼ା ବାହାରେ ଦୀପ ଜାଳିବା ବ୍ୟବସ୍ଥା ହୋଇଥିଲା।  

ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପତି, ନିମାପଡ଼ା ଏସ୍‌ଡିପିଓଙ୍କ ନେତୃତ୍ୱରେ କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି, ପୋଲିସ ଫୋର୍ସ, କୋଣାର୍କ ଅଗ୍ନିଶମ ବାହିନୀ ମୁତୟନ ରହିଥିଲେ। ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପତି ଉପସ୍ଥିତ ରହି ଆଇନ ଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ । ବାଲିକପିଳେଶ୍ୱର ଉନ୍ନୟନ କମିଟି, ସେବାୟତ ପରିଚାଳନା କମିଟି କର୍ମକର୍ତ୍ତା, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇ ଦେଇଥିଲେ। ସେହିଭଳି ଅର୍କକ୍ଷେତ୍ର କୋଣାର୍କ ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ୱର, ଇଶାଣେଶ୍ୱର, ଦକ୍ଷିଣେଶ୍ୱର, ଅର୍କେଶ୍ୱର, ମଙ୍ଗୁଳେଶ୍ୱର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ମହାଦୀପ ଉଠିବାକୁ ଚାହିଁ ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.