ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶନିବାର ମହାରାଷ୍ଟ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ: ବିଜେପିକୁ ୨୦, ଶିବସେନାକୁ ୧୨ ଓ ଏନ୍‌ସିପିକୁ ୧୦ ମନ୍ତ୍ରୀ ପଦ ମିଳିପାରେ

Published By : Prameya | December 13, 2024 10:53 AM

ନୂଆଦିଲ୍ଲୀ,୧୩/୧୨: ମହାରାଷ୍ଟ୍ରରେ ଡିସେମ୍ବର ୫ରେ ମହାୟୁତି ସରକାର ଗଠନ  ହୋଇଥିଲା । ଏହାର ୯ ଦିନ ପରେ  ଅର୍ଥାତ ୧୪ ତାରିଖରେ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯିବ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି  ଏ ନେଇ ଆଲୋଚନା କରିଥିବା  ଜଣାପଡ଼ିଛି । 

ଉପମୁଖ୍ୟମନ୍ତ୍ରୀ  ଅଜିତ ପାୱାର କହିଛନ୍ତି, ଡିସେମ୍ବର  ୧୪ରେ କ୍ୟାବିନେଟ୍‌ ସମ୍ପ୍ରସାରଣ ହେବ । ମନ୍ତ୍ରୀମାନଙ୍କର ଶପଥ ଉତ୍ସବ ଅନୁଷ୍ଠିତ ହେବ । ତେବେ ବିଭାଗ ଆବଣ୍ଟନ ନେଇ ଏବେ  ନିଷ୍ପତ୍ତି ହୋଇନାହିଁ । କ୍ୟାବିନେଟ୍‌ ଗଠନ ଫର୍ମୁଲା ସ୍ଥିର ହୋଇସାରିଛି । ଏହା ପୂର୍ବରୁ ଫଡନବିସ୍‌ ବୁଧବାର ବିଳମ୍ବିତ ରାତିରେ ଶାହଙ୍କୁ  ଭେଟିଥିଲେ । ଅଜିତ ପାୱାର ଗୁରୁବାର  ଶାହଙ୍କୁ ସାକ୍ଷାତ କରିଛନ୍ତି । 

ସୂତ୍ର  ମୁତାବକ, ଶାହ-ଫଡନବିସ୍‌ଙ୍କ ସାକ୍ଷାତ  ବେଳେ ମନ୍ତ୍ରୀମଣ୍ଡଳ ଫର୍ମୁଲା ପ୍ରାୟତଃ  ସ୍ଥିର ହୋଇଯାଇଛି । ଏହା ଚୂଡ଼ାନ୍ତ ଅନୁମୋଦନ ହାସଲ କରିପାରେ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ପଦ  ଆବଣ୍ଟନ ଫର୍ମୁଲା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଏହା ଅନୁସାରେ ବିଜେପିକୁ ୨୦, ଶିବସେନାକୁ ୧୨ ଓ ଏନ୍‌ସିପିକୁ ୧୦ ମନ୍ତ୍ରୀ ପଦ ମିଳିପାରେ । ରାଜ୍ୟରେ  ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୪୩ ମନ୍ତ୍ରୀ ହୋଇପାରନ୍ତି । ଏହା ପୂର୍ବରୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଫଡନବିସ୍‌ଙ୍କ ପାଖରେ ଗୃହ ମନ୍ତ୍ରଣାଳୟ ରହିଥିଲା । ସେ ଏବେ ଏହାକୁ ଛାଡ଼ିବାକୁ ଚାହୁଁ ନ ଥିବା ବେଳେ ସିନ୍ଦେ ଏହାକୁ ଦାବି କରୁଛନ୍ତି । ତେଣୁ ଗୃହ ମନ୍ତ୍ରଣାଳୟକୁ ନେଇ ବିବାଦ ରହିଥାଇପାରେ । 

ବିଜେପି ଗୃହ, ରାଜସ୍ୱ, ଉଚ୍ଚଶିକ୍ଷା, ଆଇନ, ଶକ୍ତି, ଗ୍ରାମୀଣ ବିକାଶ  ବିଭାଗ ନିଜ ପାଖରେ ରଖିବାକୁ ଚାହୁଁଛି । ଦୁଇଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ଫଡନବିସ୍‌, ଦୁଇ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ଓ ପାୱାର ପ୍ରାୟ  ଦେଢ଼ଘଣ୍ଟା ଧରି ବୈଠକ କରିଥିଲେ । ଏହି ବୈଠକରେ ମନ୍ତ୍ରୀମଣ୍ଡଳ ଗଠନ, ବିଭାଗ  ଆବଣ୍ଟନ, ବିଭିନ୍ନ ଜିଲ୍ଲା ପ୍ରଭାରୀ, ନିଗମ ଅଧ୍ୟକ୍ଷ ନିଯୁକ୍ତି ଉପରେ ଚର୍ଚ୍ଚା ହୋଇଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.