ନୂଆଦିଲ୍ଲୀ,୨୦।୧୧: ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ୍ ବା ଏସ୍ଆଇଆରକୁ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିରୋଧ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟ ନିର୍ବାଚନ କମିଶନ୍ (ସିଇସି) ଜ୍ଞାନେଶ କୁମାରଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଅଭିଯୋଗ କରିଛନ୍ତି ରାଜ୍ୟରେ ମତଦାନ ସୂଚୀର ଏସଆଇରର ବର୍ତ୍ତମାନ ପକ୍ରିୟା ବଳପୂର୍ବକ ଚାଲିଛି। ଯାହାକି ନାଗରିକଙ୍କ ଅଧିକାରକୁ ବିପଦରେ ପକାଇଛି। ସେ ଦାବି କରିଛନ୍ତି, ଏହି ପକ୍ରିୟା ଚିନ୍ତାଜନକ ଓ ବିପଦଜନକ ସ୍ତରରେ ପହଁଞ୍ଚି ଯାଇଛି। ସ୍ଥିତି ଖୁବ୍ ଖରାପ ହୋଇଛି ଓ ଏସଆଇଆର ପକ୍ରିୟାକୁ ରୋକି ଦିଆଯିବା ଦରକାର।

ମମତା କହିଛନ୍ତି, ସେ ଜାରି ଏସ୍ଆଇଆର ପକ୍ରିୟାକୁ ନେଇ ବାରମ୍ବାର ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ଏବେ ସ୍ଥିତି ଖୁବ୍ ବିଗିଡି ଯିବା କାରଣରୁ ବାଧ୍ୟ ହୋଇ ମୁଖ୍ୟ ନିର୍ବାଚନ କମିଶନ୍ (ସିଇସି)ଙ୍କୁ ଏହି ପତ୍ର ଲେଖିବାକୁ ପଡିଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ମତଦାତା ସୂଚନୀର ଏସଆଇଆରର ଏହି ପକ୍ରିୟା ଲୋକଙ୍କ ଉପରେ ବିନା କୌଣସି ପ୍ରସ୍ତୁତିରେ ଲଦି ଦିଆଯାଉଛି। ଏହା ନା କେବଳ ଅବ୍ୟବସ୍ଥିତ ବଂର ବିପଦଜନକ ମଧ୍ୟ ରହିଛି।

ମୁଖ୍ୟମନ୍ତ୍ରୀକହିଛନ୍ତି,ଏସଆଇଆରର ଅବ୍ୟବସ୍ଥା ଏବେ ରାଜ୍ୟର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସେ ଜଲପାଇଗୁଡିରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ରୂପରେ ମୁତୟନ ଜଣେ ଅଙ୍ଗବାନି କର୍ମୀଙ୍କ ମୃତ୍ୟୁ କଥା ମଧ୍ୟ ଉଠାଇଥିଲେ। ସେ ଆତ୍ମହତ୍ୟା କରିଥିଲେ। ଏହା କାରଣ ହେଉଛି ସେ ଏସଆଇଆର ସମ୍ପର୍କିତ ଚାପଗ୍ରସ୍ତ ସ୍ଥିତି କାରଣରୁ ମାନସିକ ରୂପରେ ଭାଙ୍ଗି ପଡିଥିଲେ। ଏହି ପକ୍ରିୟା ଆରମ୍ଭ ହେବାପରେ ବହୁ ଲୋକ ମଧ୍ୟ ନିଜର ଜୀବନ ଦେଇଛନ୍ତି। ମମତା କହିଛନ୍ିତ, ଏଭଳି ସ୍ଥିତିରେ ତୁରନ୍ତ ସୁଧାର ନେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଅପିଲ କରୁଛି। ସେ ଜ୍ଞାନେଶ କୁମାରଙ୍କୁ କହିଛନ୍ତି, ମୁଁ ଆପଣଙ୍କୁ ରିକ୍ବେଷ୍ଟ କରି ଆପଣ ଏହି ପକ୍ରିୟାକୁ ରୋକିବା ପାଇଁ ହସ୍ତକ୍ଷେପ କରନ୍ତୁ।ସଠିକ ଟ୍ରେନିଂ ଓ ସହାୟତା ଦିଅନ୍ତୁ।