ଲହୁଣୀପଡ଼ା,୧୪/୦୨: ପ୍ରାକୃତିକ ପରିବେଶ ମଧ୍ୟରେ ବିବାହ ବାର୍ଷିକୀ ମନେଇବାକୁ ଯାଇଥିଲେ ସପରିବାର। ହେଲେ ହୃତଘାତରେ ଚାଲିଗଲା ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖଣ୍ଡାଧାର ଜଳପ୍ରପାତରେ। ମୃତକ ହେଉଛନ୍ତି ରାଜଗାମପୁରର ରାଜେଶ କୁମାର ଗୁପ୍ତା।
ଆହୁରି ପଢନ୍ତୁ-ଏସ୍ସିବି ଓପିଡିରେ ବଡ଼ ପରିବର୍ତ୍ତନ, ଏଣିକି ନିର୍ଦ୍ଦିଷ୍ଟ ବାର ବ୍ୟତୀତ ଅନ୍ୟ ଦିନ ଡାକ୍ତରଙ୍କୁ ଭେଟି ପାରିବେ ରୋଗୀ
ସୂଚନା ମୁତାବକ, ପିଲା ଛୁଆଙ୍କ ସହ ସପରିବାର ମିଶି ବିବାହ ବାର୍ଷିକୀ ମନାଇବାକୁ ଗତକାଲି ପ୍ରାୟ ୪ଟାରେ ଖଣ୍ଡାଧାର ଜଳପ୍ରପାତ ଯାଇଥିଲେ। ସେଠାରେ ଥିବା ୪ଟି କଟେଜ ବୁକ କରି ରାତ୍ରୀଯାପନ କରିଥିଲେ। ରାତିରେ ସବୁକିଛି ଠିକ ଠାକ ଥିଲା ମାତ୍ର ସକାଳେ ମର୍ଣ୍ଣିଙ୍ଗ୍ ୱାକ ସମୟରେ ହଠାତ୍ ରାଜେଶ ଅସୁସ୍ଥ ଅନୁଭବ କରିବାରୁ ବଣାଇଁ ଡାକ୍ତରଖାନା ଅଣାଯାଇଥିଲା । ହେଲେ ଚିକିଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଥିବା ଜଣାପଡିଛି । ଏନେଇ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।