ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଛାଡ଼ି ଦେଇଥିଲେ ବଞ୍ଚିବାର ଆଶା, ଏବେ ୩୦ ବର୍ଷ ଧରି ଭେଣ୍ଟିଲେଟରରେ ଜୀବନ ବିତାଇ ରେକର୍ଡ

ନୂଆଦିଲ୍ଲୀ, ୨୧।୪: ସାଧାରଣତଃ ଭେଣ୍ଟିଲେଟରରେ ମଣିଷ ବେଶି ଦିନ ଧରି ଜୀବନଧାରଣ କରିପାରିନଥାଏ । କାରଣ ମଣିଷ ମେସିନ୍ ସାହାଯ୍ୟରେ ମଣିଷ କେତେ ଦିନ ବା ବଞ୍ଚିବ ! କିନ୍ତୁ, ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପୋଲାଣ୍ଡର ଜଣେ ବ୍ୟକ୍ତି ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ଭେଣ୍ଟିଲେଟର ସାହାରାରେ ଜୀବନଧାରଣ କରିଆସୁଛନ୍ତି । ଏହି ବ୍ୟକ୍ତି ଜଣକ ହେଲେ ଜାନୁଜ୍ ସ୍ୱିତାଜ୍ ନାମକ ଜଣେ ବ୍ୟକ୍ତି । ତେବେ ଜନ୍ମ ବେଳୁ ତାଙ୍କର ସମସ୍ତ ଅଙ୍ଗପ୍ରତ୍ୟେଙ୍ଗ ଠିକ୍ ଥିବାବେଳେ ୧୭ ବର୍ଷ ବୟସରେ ଶାରୀରିକ ସମସ୍ୟା ଦେଖାଦେଲା । ଧିରେ ଧିରେ ତାଙ୍କର ସବୁ ଅଙ୍ଗ ଅକାମୀ ହେବାକୁ ଲାଗିଲା । କେବଳ ଏତିକି ନୁହେଁ, ତାଙ୍କୁ ଶ୍ୱାସକ୍ରିୟା ମଧ୍ୟ ଅସୁବିଧା ଉପୁଜିଲା । ପରେ ସେ ଶ୍ୱାସକ୍ରିୟାରେ କ୍ଷମତା ହରାଇଥିଲେ । ଏହାପରଠୁ ତାଙ୍କ ଜୀବନଧାରଣର ସାହାରା ପାଲଟିଗଲା ଭେଣ୍ଟିଲେଟର । 

ଏହି ଭେଣ୍ଟିଲେଟରରେ ସେ ତାଙ୍କ ଅଧା ଜୀବନ ବିତାଇସାରିଲେଣି । ଭେଣ୍ଟିଲେଟରରେ ସବୁଠୁ ଦୀର୍ଘ ସମୟ ଜୀବିତ ରହିବାରେ ଗିନିଜ୍ ବିଶ୍ୱ ରେକର୍ଡରେ ମଧ୍ୟ ତାଙ୍କ ନାଁ ସାମିଲ । ହ୍ୱିଲଚେୟାର ଉପରେ ନିର୍ଭର ରହିବା ତଥା ଶ୍ୱାସକ୍ରିୟାରେ ଅସୁବିଧା ସତ୍ତ୍ୱେ ଜାନୁଜ୍ ସାଧାରଣ ଲୋକଙ୍କ ଭଳି ଜୀବନ ଜିଇଁବାକୁ ଚେଷ୍ଟା କରିଥାନ୍ତି । ବୁଲାବୁଲିଠୁ ଆରମ୍ଭ କରି ଖେଳକୁଦ ପ୍ରତି ବି ତାଙ୍କର ବେଶ୍ ରୁଚି ରହିଛି । ୧୯୯୩ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗିଗଲା । ଫଳରେ ସେ ୬ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇଥିଲେ । ଶେଷରେ ତାଙ୍କୁ ତମାମ ଜୀବନ ଭେଣ୍ଟିଲେଟର ସାହାରାରେ ବଞ୍ଚିବାକୁ ପରାମର୍ଶ ଦିଆଗଲା । ନିଜର ଏଭଳି ଅବସ୍ଥା ଦେଖି ସେ ଖୁବ୍ ଭାଙ୍ଗିପଡ଼ିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଧିରେ ଧିରେ ମାନସିକ ଅବସାଦକୁ ପଳାଇଥିଲେ । ପରେ ଏହି ଅବସାଦର ସ୍ତର ଏତେ ବଢ଼ିଯାଇଥିଲା ଯେ, ସେ ପରବର୍ତ୍ତୀ ସମୟରେ ନିଜ ଚିକିତ୍ସା ମଧ୍ୟ ବନ୍ଦ କରିଦେଇଥିଲେ । 

କିଛି ବର୍ଷ ପରେ ଗଣମାଧ୍ୟମରେ ତାଙ୍କ କାହାଣୀ ସାମନାକୁ ଆସିଲା । ଲୋକମାନେ ତାଙ୍କ ମନୋବଳ ବଢ଼ାଇଲେ । ପରେ ସେ ହାର୍ ନମାନି ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ । ତେବେ ଜାନୁଜ୍‌ଙ୍କ ଦେଖାଶୁଣା ପାଇଁ ଜଣେ ସହାୟକ ରହିଥିବା ବେଳେ ତାଙ୍କ ପାଟିରେ ଏକ କମ୍ପ୍ୟୁଟର ମାଉସ୍ ଏବଂ ପୋର୍ଟେବଲ୍ ଭେଣ୍ଟିଲେଟର ସଂଯୁକ୍ତ କରାଯାଇଛି । ଯାହା ମାଧ୍ୟମରେ ସେ ଏବେ ଜୀବନ ଜିଇଁବାକୁ ସକ୍ଷମ ହୋଇଛନ୍ତି । ଜାନୁଜ୍ ବର୍ତ୍ତମାନ ଏକ ସଂସ୍ଥାରେ ଇଣ୍ଟରନେଟ୍ ବଜାର ବିଶ୍ଳେଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ନିଜ ସ୍ୱାସ୍ଥ୍ୟ ଓ ସଂଘର୍ଷ ବାବଦରେ ନିଜ ଆତ୍ମକଥାରେ ଉଲ୍ଲେଖ କରିଛନ୍ତି । ତାଙ୍କ ଜୀବନ ସଂଘର୍ଷ ହିଁ ତାଙ୍କୁ ବିଶ୍ୱ ରେକର୍ଡର ଅଧିକାରୀ କରିଥିବାରୁ ଜାନୁଜ୍ ଏନେଇ ବେଶ୍ ଖୁସି ଅନୁଭବ କରନ୍ତି ବୋଲି କୁହନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.