ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍

ନୂଆଦିଲ୍ଲୀ, ୦୮/୦୫ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର। ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ କ୍ରିଉ ମେମ୍ଵରମାନେ ଅଛନ୍ତି। ଯାହାଫଳରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ଯାଏଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ୭୦ରୁ ଅଧିକ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ ରହିଛି। ସିଭିଲ୍ ଏଭିଏସନ୍ କର୍ତ୍ତୃପକ୍ଷ ଏବେ ଏହି ମାମଲାର ଯାଞ୍ଚ୍ କରୁଛି। 

ସୂଚନାନୁଯାୟୀ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ୩୦୦ ସିନିଅର କ୍ୟାବିନ କ୍ରିଉ ମେମ୍ଵର ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଅଛନ୍ତି। ଏପରିକି ମୋବାଇଲ୍ ସ୍ଵିଚ୍ ଅଫ୍ କରି ଦେଇଛନ୍ତି। ଯାହାଫଳରେ ମଙ୍ଗଳବାର ରାତିରୁ ବୁଧବାର ସକାଳ ଯାଏଁ ୭୯ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ ରହିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ମ୍ୟାନେଜମେଣ୍ଟ ବର୍ତ୍ତମାନ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। ଟାଟା ଗ୍ରୁପ ମାଲିକାନା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରି ସମସ୍ତେ ସମୂହ ଛୁଟିରେ ଥିବା ସୂଚନା ମିଳିଛି। 

ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପ୍ରବକ୍ତା କହିଛନ୍ତି ଯେ, ଏହି ଘଟଣା ପଛର କାରଣ ଜାଣିବା ପାଇଁ କ୍ରିଉ ମେମ୍ଵରଙ୍କ ସହ ଯୋଗାଯୋଗ କରାଯାଉଛି। ଯାତ୍ରୀମାନଙ୍କୁ ଅସୁବିଧା ହୋଇଥିବାରୁ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଯାତ୍ରୀମାନଙ୍କର ଉଡାଣ ରଦ୍ଦ ହୋଇଛି ସେମାନଙ୍କର ଟଙ୍କା ଫେରସ୍ତ କରାଯିବ। କିମ୍ଵା ଅନ୍ୟ କୌଣସି ଦିନ ଉଡାଣ ପାଇଁ ବ୍ୟବସ୍ଥା କରାଯିବ। ତେବେ ଆଜି ଉଡାଣ ଥିବା ଯାତ୍ରୀମାନେ ବିମାନ ବନ୍ଦରକୁ ଯିବା ପୂର୍ବରୁ ଯାଞ୍ଚ୍ କରିବାକୁ ଅନୁରୋଧ କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.