ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ନାଳନ୍ଦା ମେଡିକାଲରେ ଅଭାବନୀୟ ଘଟଣା, ମୃତ୍ୟୁ ପରେ ରୋଗୀଙ୍କ ଆଖି ତାଡ଼ି ନେଲେ

Published By : Prameya | November 17, 2024 8:38 AM

ପାଟନା,୧୭/୧୧: ପାଟନାର ନାଳନ୍ଦା ମେଡିକାଲ କଲେଜ ଓ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌)ରେ ଏକ ଅଭାବନୀୟ ଘଟଣା ଘଟିଛି ।  ଏଠାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କର ଆଖିକୁ  ତାଡ଼ି ନିଆଯାଇଛି । ରୋଗୀଙ୍କ ପରିବାର ଲୋକ ହସ୍ପିଟାଲରେ ହଙ୍ଗାମା  କରିବା ପରେ ଘଟଣା ଲୋକଲୋଚନକୁ ଆସିଛି । ଏହାକୁ ନେଇ  ଆଲମଗଞ୍ଜ ଥାନାରେ ମାମଲା ଦାୟର ହୋଇଛି । 

ନଭେମ୍ବର ୧୪ରେ  ନାଳନ୍ଦା ନିବାସୀ ଫଣ୍ଟୁଶ କୁମାରଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି  କରାଯାଇଥିଲା । ତାଙ୍କ ପେଟରେ ଗୁଳି ବାଜିଥିଲା। ଚିକିତ୍ସା ଚାଲିଥିବା ବେଳେ ଶନିବାର ସେ ଆଖି ବୁଜିଥିଲେ । ଏହାପରେ ପରିବାର ଲୋକ ଯାଇ ଦେଖିଲା ବେଳକୁ ଫଣ୍ଟୁଶଙ୍କର ଗୋଟିଏ ଆଖି ଗାଏବ ଥିଲା ।  

ଏହି ମାମଲାକୁ ନେଇ ଜଣେ ଡାକ୍ତର ସଫେଇ ଦେଇ କହିଛନ୍ତି, ସମ୍ଭବତଃ ରୋଗୀଙ୍କ ଆଖିକୁ ମୂଷା ନେଇଯାଇଥିବ । ହସ୍ପିଟାଲର  ଅଧୀକ୍ଷକ ଡା. ବିନୋଦ ସିଂହ କହିଛନ୍ତି, ଫଣ୍ଟୁଶଙ୍କୁ ଚିକିତ୍ସା ଲାଗି ଗତ ଗୁରୁବାର ହସ୍ପିଟାଲକୁ ଅଣାଯାଇଥିଲା । ପେଟରେ ଗୁଳି ବାଜିଥିବାରୁ  ପରଦିନ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାରର ୩୬ ଘଣ୍ଟା ପରେ  ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ବାମ ଆଖି ଗାଏବ ଥିବା ପରିବାର ଲୋକେ କହିଥିଲେ । ସେମାନଙ୍କ  ଅଭିଯୋଗକୁ ନେଇ ତଦନ୍ତ କରାଯାଉଛି । ଆଖିକୁ ମୂଷା ନେଇଛି କି ବୋଲି ପଚାରିବାରୁ ସେ କହିଛନ୍ତି, ତାହା ବି ହୋଇପାରେ । ଘଟଣାର  ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସବୁ ଖୁଲାସା ହୋଇଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.