ନୂଆଦିଲ୍ଲୀ : ଆମେରିକାର ଇଣ୍ଡିଆନାରେ ପର୍ଡ୍ୟୁ ୟୁନିର୍ଭସିଟି ଅଛି। ୧୯୩୧ ମସିହାରେ ଏହି କଲେଜରେ ଥିବା ଏକ ଡ୍ରୟରରେ ଗୋଟିଏ କଳା ରଙ୍ଗର ପଥର ଦେଖିବାକୁ ମିଳିଥିଲା। ସେଠାରେ ଥିବା କୌଣସି ବି ବ୍ୟକ୍ତିଙ୍କୁ ଏହା ଜଣାନଥିଲା ଯେ , ଏହା ଏହି ଡ୍ରୟରକୁ କେମିତି ଆସିଲା। କିନ୍ତୁ ଡ୍ରୟରରୁ ବାହାରି ଥିବା ପଥରର ରଙ୍ଗ , ଆକାର , ଏହାର ଡିଜାଇନ କିଛି ଅଲଗା ଥିଲା। ଏଥିପାଇଁ ଯାଞ୍ଚ ଆରମ୍ଭ ହୋଇଛି।
୯୨ ବର୍ଷ ଯାଏ କେବଳ ଏହା ଜଣାପଡ଼ି ଥିଲା ଏହା ଅନ୍ୟ ଗ୍ରହରୁ ଆସିଥିବା ପଥରଟିଏ । ହେଲେ ନିକଟରେ ହୋଇଥିବା ଏକ ନୂଆ ଅଧ୍ୟୟନରେ ଖୁଲାସା ହୋଇଛି ଯେ , ଲଫାୟତେ ଉଲକାପିଣ୍ଡର ନାମରେ ପ୍ରସିଦ୍ଧ ଏହି ପଥର ମଙ୍ଗଳ ଗ୍ରହରୁ ଆସିଛି। ଲାଲ ରଙ୍ଗର ମଙ୍ଗଳ ଗ୍ରହରୁ କଳା ରଙ୍ଗର ପଥର କେମିତି ଆସିଲା। ୨ ଇଞ୍ଚ ଆକାରର ଏହି ପଥରର ଭିତରେ ଥିଲା ଗ୍ୟାସ୍ରୁ ଜଣା ପଡ଼ିଲା ଯେ,ଏହା ମଙ୍ଗଳ ଗ୍ରହର ପଥର।
ଏହାର ପ୍ରମାଣ ନାସାର ଭାଇକିଙ୍ଗ ଲାଣ୍ଡର ଦ୍ୱାରା ମଧ୍ୟ ମିଳିଛି। ଯିଏକି ମଙ୍ଗଳ ଗ୍ରହରେ ଏମିତି ହିଁ ଯାଞ୍ଚ କରିଥିଲା। ଏହି ପଥରର ମଧ୍ୟ ଯାଞ୍ଚ କରାଯାଇଛି । ଏହା ଭିତରେ ଥିବା ଗ୍ୟାସ ଗୁଡ଼ିକର ଅଧ୍ୟୟନ କରାଯାଇଛି। ଜଣାପଡ଼ିଛି କି ଏହି ପ୍ରାଚୀନ ଖଣିଜ ଓ ତରଳ ପାଣିର ମିଶ୍ରଣରେ ଗଠିତ ହୋଇଥିଲା। ଏହି ଅଧ୍ୟୟନ ନିକଟରେ ଜିୟୋକେମିକାଲ ପର୍ସ୍ପେକ୍ଟିଭ୍ ଲେଟର୍ସ ନାମକ ଜର୍ନାଲରେ ପ୍ରକାଶିତ ହୋଇଛି।
ପର୍ଡ୍ୟୁ ୟୁନିର୍ଭସିଟିର ଅର୍ଥ ,ଆଟମୋସ୍ଫେରିକ ଓ ପ୍ଲାନେଟରୀ ସାଇନ୍ସର ଡିପାର୍ଟମଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ମରିସା ଟ୍ରେମ୍ୱଲେ କହିଛନ୍ତି ଯେ, ଏହି ସମୟ ମଙ୍ଗଳ ଗ୍ରହର ପୃଷ୍ଠରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ନାହିଁ। କିନ୍ତୁ ଏହି ପଥରରୁ ଜଣାପଡ଼ୁଛି କି ୭୪.୨ କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ପାଣି ଥିଲା। ବାସ୍ତବରେ ସେଠାରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମଧ୍ୟ ପର୍ମାଫ୍ରୋଷ୍ଟରେ ପାଣି ଥିଲା। କିନ୍ତୁ ମ୍ୟାଗ୍ମେଟିକ୍ ଆକ୍ଟିଭିଟି ଅର୍ଥାତ୍ ଲାଭା ନିର୍ଗତ କାରଣରୁ ଏହା ତରଳିଛି। ବାଷ୍ପ ହୋଇ ଉଡ଼ି ଯାଇଛି।
ଏହି ପଥର ପୃଥିବୀକୁ କେବେ ଆସିଲା ଏହା କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ ଇଣ୍ଡିୟାନାର ଆଖପାଖର ଲୋକଙ୍କ କହିବାନୁସାରେ ୧୯୧୯ରେ କିଛି ପିଲା ଫିଶିଂ ଟ୍ରିପ୍ରେ ବାହାରି ଥିଲେ। ସେତେବେଳେ ମାଛ ଧରୁଥିବା ଜଣେ ପିଲା ପାଖରେ ଏହି ଉଲକାପିଣ୍ଡ ଖସି ପଡ଼ିଲା। ପିଲାଟି ଏହାକୁ ଥଣ୍ଡା ହେବା ପରେ ଉଠାଇ ଆଣିଥିଲେ। ପଥରର ଯାଞ୍ଚ କରିବା ପରେ ଜଣାପଡ଼ିଲା କି ଏହି ପଥର ମଙ୍ଗଳ ଗ୍ରହରୁ ୧.୧୦ କୋଟି ବର୍ଷ ପୂର୍ବେ କୌଣସି ପଥର ସହ ଥକ୍କା ହେବାରେ ଅଲଗା ହୋଇଛି। ଯିଏ ମହାକାଶରେ ଚକ୍କର କାଟି ପୃଥିବୀରେ ଆସି ଖସି ପଡ଼ିଛି।