ଲହୁଣୀପଡ଼ା, ୧୨/୦୩ : ହୁତୁହୁତୁ ହୋଇ ଜଳୁଛି କାଠ ଡିପୋ। ନିକଟରେ ଅଛି ଗ୍ରାମ୍ୟ ଜଙ୍ଗଲ। ନିଆଁ ବ୍ୟାପିବାର ବଢିଲା ଭୟ। ସୁନ୍ଦରଗଡ଼ ଜିଲ୍ଲା ରାଜାମୁଣ୍ଡା ପଞ୍ଚାୟତ ସ୍ଥିତ ମିଶ୍ରପାଲି ଗ୍ରାମ୍ୟ ଜଙ୍ଗଲ ନିକଟରେ ନିଆଁ ଲାଗିଛି। ଡିପୋରେ ଥିବା ପ୍ରାୟ ୨୦ଟି କାଠ ଗଦାରେ ନିଆଁ ଲାଗିଥିବା ଜଣାପଡ଼ିଛି। 

ଆହୁରି ପଢନ୍ତୁ- ଅଂଶୁଘାତ ପାଇଁ ଅଣ୍ଟା ଭିଡ଼ିଲେ ସରକାର, ଖରାଦିନେ ହେବନି ବିଦ୍ୟୁତ୍ କାଟ

ସୂଚନାନୁଯାୟୀ, ରାଜାମୁଣ୍ଡା ପଞ୍ଚାୟତ ସ୍ଥିତ ମିଶ୍ରପାଲି ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା କାଠ ଡିପୋରେ ନିଆଁ ଲାଗିଛି। ପ୍ରାୟ ୨୦ଟି ଗଦାରେ ଥିବା ୫ ହଜାର ସିଫ୍ଟ ମୂଲ୍ୟବାନ କାଠ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜଳି ଭସ୍ମୀଭୂତ ହୋଇଯାଇଛି। ଦୁଇଟି ଦମକଳ ଗାଡି ନିୟୋଜିତ ଅଛନ୍ତି। ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି। ନିକଟରେ ଗ୍ରାମ୍ୟ ଜଙ୍ଗଲ ଲାଗି ରହିଥିବାରୁ ଜଙ୍ଗଲ ନିଆଁ ବ୍ୟାପିବାର ସମ୍ଭାବନା ରହିଛି।  

ଏହି ଖବରଟିକୁ ପଢନ୍ତୁ- ପାଣି ପମ୍ପ ସଜାଡ଼ିବା ବେଳେ ମୁକୁଳା କୂଅରେ ଖସି ପଡ଼ିଲେ ଯୁବକ, ଚାଲିଗଲା ଜୀବନ