ନୂଆଦିଲ୍ଲୀ,୧୯।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଦେଇ ଭାରତ ଏହାର ଅନେକ ଜାହାଜକୁ ସୁରକ୍ଷିତ ଭାବରେ ପରିଚାଳନା କରିଥିବାରୁ ବିଶ୍ୱ ସ୍ୱୀକାର କରୁଛି। ବିଶ୍ୱର ଅନେକ ଦେଶ ଭାରତର କୂଟନୀତିକୁ ପ୍ରଶଂସା କରୁଛନ୍ତି। ତଥାପି, କିଛି ନକାରାତ୍ମକ ତତ୍ତ୍ୱ ମଧ୍ୟ ଅଛନ୍ତି ଯେଉଁମାନେ ଭାରତର ସଫଳତାକୁ ବଦନାମ କରିବା ପାଇଁ ମିଥ୍ୟା ଏବଂ ଭିତ୍ତିହୀନ ସୂଚନା ପ୍ରସାରଣ କରୁଛନ୍ତି।
ସୋସିଆଲ ମିଡିଆରେ ସମାନ ମିଥ୍ୟା ଏବଂ ଭିତ୍ତିହୀନ ଦାବି ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ ଇରାନ ବର୍ତ୍ତମାନ ହର୍ମୁଜରେ ଫସି ରହିଥିବା ୨୨ ଟି ଭାରତୀୟ ଜାହାଜକୁ ଯିବାକୁ ଅନୁମତି ଦେବାକୁ ମନା କରିଦେଇଛି। ତଥାପି, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏହି ଦାବିଗୁଡ଼ିକୁ ‘ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ’ ବୋଲି କହି ତଥ୍ୟ ଯାଞ୍ଚ କରିଛି।
Fake News Alert!
— MEA FactCheck (@MEAFactCheck) March 19, 2026
Please stay alert against such false and baseless claims and posts on social media! pic.twitter.com/hI3PsItbGE
ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଭିତରେ ସୃଷ୍ଟି ହୋଇଥିବା ଗୁଜବ ଦେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ଏକ ‘ଫେକ୍ ନ୍ୟୁଜ ଆଲର୍ଟ’ ଜାରି କରିଛି। ଏହା ମାଧ୍ୟମରେ ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଳାଟଫର୍ମରେ କରାଯାଇଥିବା ମିଛ ଦାବିକୁ ନେଇ ସଚେତନ ରହିବାକୁ କହିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଫାକ୍ଟ ଚେକ୍ ହାଣ୍ଡେଲରେ ଏକ ନକଲି ପୋଷ୍ଟ ଭାଇରାଲ ପୋଷ୍ଟକୁ ସେୟାର କରି ଲେଖିଛି,ଦୟାକରି ସୋସିଆଲ ମିଡିଆରେ ଏଭଳି ମିଛ ଓ ଆଧାରହୀନ ଦାବି ଓ ପୋଷ୍ଟ ପ୍ରତି ସାବଧାନ ରୁହନ୍ତୁ।’
ଏକ ନକଲି ଭାଇରାଲ ପୋଷ୍ଟରେ ଦାବି କରାଯାଇଥିଲା ଯେ, ‘ଇରାନ ଏବଂ ଭାରତ ଏବେ ମୁହାଁମୁହିଁ ହୋଇଛନ୍ତି। ଇରାନ ୨୨ଟି ଭାରତୀୟ ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେବାକୁ ମନା କରିଦେଇଛି। ଇରାନ ଦାବି କରିଛି ଭାରତ ପ୍ରଥମେ ସେହି ୩ ଜାହାଜ ଫେରାଉ,ଯାହାକୁ ସେ ଆମେରିକାକୁ ଖୁସି କରିବା ପାଇଁ ଜବତ କରିଥିଲା।’