ଭୁବନେଶ୍ୱର ୦୮/୦୬: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତଦେହ ଘଟଣାରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି କଟକ ଡିସିପି ଋଷିକେଶ ଡି. ଖିଲାରୀ । ଫେରାର୍ ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଛି । ତେବେ ଏହା ମଧ୍ୟରେ ତଦନ୍ତକାରୀ ଟିମ୍‌କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।

ସେ କହିଛନ୍ତି ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜା ଚାଲିଛି । ଘଟଣାର ତଦନ୍ତ ପାଇଁ ୨ଟି ଟିମ ଗଠନ କରାଯାଇଛି । ଘଟଣା ଦିନ ଚନ୍ଦ୍ରିକା ଓଲାଗାଡି ଭଡା କରି ତ୍ରୀଶୁଳିଆ ଯାଏଁ ଆସିଥିଲେ । ତ୍ରୀଶୁଳିଆ ବଜାରରେ ଲାଗିଥିବା ବିଭିନ୍ନ ସିସିଟିଭ ଯାଞ୍ଚରୁ ସୁରାକ ଖୋଜି ପାଇଛି ପୁଲିସ । ଘଟଣା ସହିତ କେଉଁମାନେ ପରୋକ୍ଷରେ ସମ୍ପୃକ୍ତ ତାର ଯାଞ୍ଚ ଚାଲିଛି । ଚନ୍ଦ୍ରିକାଙ୍କ ମୋବାଇଲ ଯାଞ୍ଚ ଚାଲିଛି । SMS ଏବଂ ଚାର୍ଟିଙ୍ଗରୁ କିଛି ପ୍ରମାଣ ମିଳିବାର ଆଶା କରାଯାଉଛି ବୋଲି କହିଛନ୍ତି କଟକ ଡିସିପି।

ଅଧିକ ପଢ଼ନ୍ତୁ :- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଟ୍ୱିଷ୍ଟ୍, ଚନ୍ଦ୍ରକାଙ୍କ ସହ କଥା ହେବା ପରେ ନୂଆ ପ୍ରେମିକାକୁ କଲ କରିିଥିଲେ OAS ପ୍ରେମିକ

ଅନ୍ୟପଟେ ଭୁବନେଶ୍ବରରେ ରହୁଥିବା  ମାମୁଁ ପୁଅ ଭଗବାନ ହାଁସଦା ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଭଉଣୀ ଚନ୍ଦ୍ରିକା ସବୁବେଳେ ହସ ଖୁସିରେ ରହୁଥିବା । ଘଟଣା ପୂର୍ବରୁ ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କ ଭାଇଙ୍କ ସହିତ ୪ ତାରିଖ ମୁଭି ଦେଖିବାକୁ ଯିବେ ବୋଲି ପ୍ଲାନ କରିଥିଲେ। ଏହା ସହିତ ଚନ୍ଦ୍ରିକା ମୁହଁ ଶୁଖାଇ ବସିଥିବା ବେଳେ ଭାଇ କାରଣ ପଚାରିଥିଲେ। ଚନ୍ଦ୍ରିକା କହିଥିଲେ ଜୀବନରେ କାହାକୁ ସହଜରେ ବିଶ୍ୱାସ କରିବୁ ନାହିଁ । କେବଳ ସେତିକି ନୁହେଁ ନିଜ ବାହାଘରକୁ ନେଇ ବେଶ ଖୁସି ରହିବା ସହିତ କିଭଳି ବାହାଘର ହେବ ସେ ନେଇ ମଧ୍ୟ ତାଙ୍କ ମାମୁଁ ପୁଅଙ୍କ ସହିତ ଆଲୋଚନା କରୁଥିଲେ।

ଅଧିକ ପଢ଼ନ୍ତୁ :-  Girl Molestation: ରାଜଧାନୀରେ ଲଜ୍ଜାଜନକ ଘଟଣା; ଯୁବତୀଙ୍କୁ ହଷ୍ଟେଲରୁ ଡାକିନେଇ ହୋଟେଲରେ ଦୁଷ୍କର୍ମ ଅଭିଯୋଗ

ଏପରିକି ଅନେକ ଥର ଚନ୍ଦ୍ରିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଭୁବନେଶ୍ୱରରେ ବୁଲିବାକୁ ଯାଇଥିବା କଥା କହିଛନ୍ତି ତାଙ୍କ ମାମୁଁ ପୁଅ। ଏହା ସହିତ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ଭାଇ। କହିଛନ୍ତି ତାଙ୍କ ଭଉଣୀକୁ ମାରି ସେଠାରେ ଫୋପାଡ଼ି ଦିଆଯାଇଛି।