ପ୍ରମୂଖ ଖବର
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୋ ସହ ପଙ୍ଗା ନିଅ ନାହିଁ, କାହିଁକି କହିଲେ ୮୩ ବର୍ଷୀୟ ଶରଦ ପାୱାର

Published By : Ankita S | November 18, 2024 10:10 AM

ମୁମ୍ବାଇ,୧୮/୧୧: ଯାହା ସହିତ ଲାଗୁଛ ଲାଗ ମୋ ସହ ପଙ୍ଗା ନିଅ ନାହିଁ । ବିଶ୍ବାସଘାତକଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିପାରେ । ସେମାନେ ବହୁତ ଶୋଚନୀୟ ଭାବେ ପରାସ୍ତ ହେବେ । କାହିଁକି ଏପରି କହିଲେ ଏନସିପି ସୁପ୍ରିମୋ ଶରଦ ପାୱାର।

ସୋଲାପୁର ଜିଲ୍ଲା ମାଧାରେ ଏକ ରାଲିକୁ ସମ୍ବୋଧନ କରି ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ  ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି କାହା ସହିତ ପଙ୍ଗା ନେଉଛ ନିଅ ମାତ୍ର ମୋ ସହ ପଙ୍ଗା ନିଅନାହିଁ । ଅଜିତ ପାୱାରଙ୍କ ନେତୃତ୍ବରେ ବିଶ୍ବାସଘାତ କରୁଥିବା ସମସ୍ତ କେବଳ ହାରିବ ନାହିଁ ବରଂ ଶୋଚନୀୟ ଭାବେ ହାରିବ । 

୧୯୮୦ ନିର୍ବାଚନ କଥା କହି ଶରଦ ପାୱାର କହିଛନ୍ତି ଏହି ନିର୍ବାଚନରେ ଆମ ଦଳର ୫୮ ଜଣ ଜିତିଥିଲେ । ମୁଁ ବିରୋଧୀ ଦଳ ନେତା ହୋଇଥିଲି । ବିଦେଶ ଗସ୍ତରୁ ଆସିବା ପରେ ଜାଣିବାକୁ ପାଇଲି ମୁଖ୍ୟମନ୍ତ୍ରୀ ଏଆ ଅତୁଲ କିଛି ଚମତ୍କାର କରି ଦେଇଛନ୍ତି ୫୯ରୁ ୫୨ ବିଧାୟକ ଦଳ ବଦଳେଇ ଦେଇଥିଲେ ଫଳରେ ମୋତେ ବିରୋଧୀ ଦଳ ନେତା ପଦ ହରାଇଥିଲି। ଏହା ପରେ ସବୁ ୫୨ ବିଧାୟକଙ୍କ ବିରୋଧରେ ଯୁବପ୍ରାର୍ଥୀ ଛିଡା କରିଥିଲି ସମସ୍ତେ ପରାସ୍ତ ହୋଇଥିଲେ । ତେଣୁ ମୋ ସହ ପଙ୍ଗା ନିଅ ନାହିଁ ବୋଲି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର ।

୮୩ ବର୍ଷୀୟ ଶରଦ ପାୱାର ୧୯୬୭ରେ ୨୭ ବର୍ଷ ବୟସରେ ବିଧାୟକ ହୋଇଥିଲେ। ତାଙ୍କ ରାଜନୀତି କ୍ୟାରିୟ ବିଷୟରେ କହି ସେ ଆହୁରି କହିଛନ୍ତି, ମୋର ନିଜର ଅଭିଜ୍ଞତା ରହିଛି । ଯେଉଁମାନେ ବିଶ୍ବାସଘାତ କରିଛନ୍ତି ସେମାନଙ୍କୁ ସଠିକ୍ ସ୍ଥାନରେ ପହଞ୍ଚା ଯାଇଛି । ତେଣୁ କାହା ସହିତ ପଙ୍ଗା ନିଅ ମୋ ସହିତ ନିଅ ନାହିଁ । ଆସନ୍ତା ୨୦ ତାରିଖରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗୋଟିଏ ପର୍ଯ୍ୟାୟରେ ୨୮୮ ଆସନରେ ଭୋଟ ଗ୍ରହଣ ହେବ । ନଭେମ୍ବର ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.