ମୁମ୍ବାଇ,୩୧/୦୩: ଆଇପିଏଲ୍‌ ୨୦୨୫ର ଦ୍ବାଦଶ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ଧୁଳି ଚଟାଇଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ପକ୍ଷରୁ ଡେବ୍ୟୁ ମ୍ୟାଚରେ ନବାଗତ ଅଶ୍ବନୀ କୁମାରଙ୍କ ଘାତକ ବୋଲିଂ କୋଲକାତା ବ୍ୟାଟରଙ୍କୁ ଚିନ୍ତାରେ ପକାଇଥିଲା। ଫଳରେ ଦଳ ମାତ୍ର ୧୬.୨ ଓଭର ବେଳକୁ ସମସ୍ତ ଓ୍ବିକେଟ ହରାଇ ୧୧୬ ରନ୍‌ରେ ସୀମିତ ରହିଛି। ଏମ୍‌ଆଇ ପାଇଁ ଅଶ୍ୱାନୀ କୁମାର ଡେବ୍ୟୁ ମ୍ୟାଚରେ ୪ ୱିକେଟ୍ ନେଇଥିଲେ। ପ୍ରଥମ ଓଭରରୁ କେକେଆର୍ ଦଳ ଅସୁବିଧାରେ ଥିବା ଜଣାପଡ଼ିଥିଲା।କୋଲକାତା ଦଳର ଅବସ୍ଥା ଏତେ ଖରାପ ଥିଲା ଯେ ଦଳ ପାଇଁ ସର୍ବାଧିକ ସ୍କୋର ଅଙ୍ଗକ୍ରିଶ ରଘୁବଂଶୀ ୨୬ ରନ୍‌ କରିଥିଲେ। 

ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସାଧାରଣତଃ ଏଠାରେ ବଡ଼ ସ୍କୋର ଆଗରୁ ରହିଛି, କିନ୍ତୁ କୋଲକାତାର ଶାଣିତ ବୋଲିଂ ଆଗରେ କୋଲକାତାର ବ୍ୟାଟିଂ ଲାଇନ୍ ଅପ୍ ସଂଘର୍ଷ କରୁଥିବା ଦେଖାଯାଇଥିଲା। ପରିସ୍ଥିତି ଏପରି ଥିଲା ଯେ କେକେଆର ଦଳର ଅର୍ଦ୍ଧେକ ଖେଳାଳି ୪୫ ରନ କରି ପାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିବା ସୁନୀଲ ନାରିନ ପ୍ରଥମ ଓଭରରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ଲିନ ବୋଲ୍ଡ ହୋଇଥିଲେ।

ଆଇପିଏଲ୍ ୨୦୨୫ ରେ କୋଲକାତା ଦଳରେ ବହୁ ଦାମୀ ଖେଳାଳି ଅଛନ୍ତି। ନିଲାମରେ ୨୩.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ଭେଙ୍କଟେଶ ଆୟର ୯ ଟି ବଲ ଖେଳି ମାତ୍ର ୩ ରନ୍ କରିପାରିଛନ୍ତି। କୋଲକାତା ଦ୍ୱାରା ରିଙ୍କୁ ସିଂଙ୍କୁ ୧୩ କୋଟି ଟଙ୍କାରେ ରଖାଯାଇଥିବାବେଳେ ତାଙ୍କ ବ୍ୟାଟରୁ ମାତ୍ର ୧୭ ରନ୍ ସ୍କୋର ବାହାରିଛି। ମୁମ୍ବାଇ ସମୁଦାୟ ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା ଏବଂ ସମସ୍ତ ୬ ବୋଲର ଅତିକମରେ ଗୋଟିଏ ୱିକେଟ୍ ନେଇଥିଲେ। ଅଶ୍ୱାନୀ କୁମାର ୪ ଟି ୱିକେଟ୍ ନେଇଥିବା ବେଳେ ଦୀପକ ଚହର ୨ଟି ୱିକେଟ୍ ନେଇଛନ୍ତି। ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା, ଭିଗ୍ନେଶ ପୁଥୁର ଏବଂ ମିଚେଲ ସାଣ୍ଟନର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।