ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଶିଶୁ ପୁଷ୍ଟି ପାଇଁ ମାଣ୍ଡିଆ ସ୍ମୁଦି, ସ୍ୱାଦିଷ୍ଟ ସହ ଖର୍ଚ୍ଚ କମିବ

Published By : Rasmita Pradhan | October 16, 2024 2:13 PM

ଭୁବନେଶ୍ୱର,୧୬/୧୦ : ରାଜ୍ୟରେ ଶିଶୁଙ୍କ ଅପପୁଷ୍ଟି ଦୂର କରିବାରେ ଛତୁଆର ବିକଳ୍ପ ସାଜିପାରେ ମାଣ୍ଡିଆ ସ୍ମୁଦି କିମ୍ବା ମାଣ୍ଡିଆ ଛତୁଆ । ସରକାର ଯୋଗାଣ କରୁଥିବା ଛତୁଆରେ ଗହମର ପରିମାଣ ସର୍ବାଧିକ ରହୁଥିବା ବେଳେ ଅନେକ ସମୟରେ ନିମ୍ନମାନର ସାମଗ୍ରୀ ପଡିଥିବାରୁ ପିତା ଲାଗୁଥିବା ଅଭିଯୋଗ ହେଉଛି । ଏହାଛଡା ଆଦିବାସୀମାନେ ମଧ୍ୟ ଛତୁଆ ଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । କିଛିଦିନ ତଳେ ଶିଶୁଙ୍କୁ ଦିଆଯାଉଥିବା ଛତୁଆର ମାନକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦ୍‌ବେଗ ପ୍ରକାଶ କରିବା ପରେ ଛତୁଆର ବିକଳ୍ପ ବ୍ୟବସ୍ଥା କରିବାକୁ ଆଲୋଚନା ହେଉଛି । ଏହି ବିକଳ୍ପ ତାଲିକାରେ ସର୍ବାଗ୍ରେ ରହିଛି ମାଣ୍ଡିଆ ସ୍ମୁୁଦି । 

ରାଜ୍ୟରେ ଶିଶୁଙ୍କ ଅପପୁଷ୍ଟି ଦୂର କରିବା ଏକ ଆହ୍ୱାନ ସାଜିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ବିଜେଡି ସରକାର ଅମଳରେ ଆସିଥିଲା ଛତୁଆ ଯୋଜନା । ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ଏହି ଛତୁଆ ଯୋଗାଇଦିଆଯାଉଛି । କିନ୍ତୁ ବିଡମ୍ବନା ଯେ, ଅପପୁଷ୍ଟି ମୁକ୍ତ ଓଡିଶା ଗଠନରେ ସବୁଠାରୁ ବଡ ବାଧକ ସାଜିଛି ଏହି ଛତୁଆ । ସରକାରୀ ଛତୁଆର ମାନକୁ ନେଇ ବ୍ଲକ, ଜିଲ୍ଲା, ରାଜ୍ୟ ସ୍ତରରେ ଏବଂ ଏପରିକି ବିଧାନସଭାରେ ମଧ୍ୟ ହୋଇଛି ତମ୍ବି ତୋଫାନ । ତେଣୁ ନୂଆ ସରକାରରେ ଏହି ଛତୁଆର ବିକଳ୍ପ ଲାଗି ଯୋଜନା କରାଯାଉଛି । ବିଶେଷଜ୍ଞଙ୍କ ମତାନୁସାରେ ୧ବର୍ଷରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୋଷଣ ଲାଗି ଛତୁଆର ମୁଖ୍ୟ ଉପାଦାନ ଭାବେ ୨୫୦ ଗ୍ରାମର ଗହମ କିମ୍ବା ଚୁଡା କିମ୍ବା ମାଣ୍ଡିଆ ରଖାଯାଇପାରିବ । ଏହାସହ ୧୦୦ ଗ୍ରାମର ଚିନାବାଦାମ, ୪୦ରୁ ୫୦ ଗ୍ରାମ ପିସ୍ତାବାଦାମ, ୫୦ରୁ ୬୦ ଗ୍ରାମ ଭଜା ବୁଟ ଏବଂ ସ୍ୱାଦ ଲାଗି ଗୁଜରାତିକୁ ମିଶାଇ ଉନ୍ନତମାନର ଛତୁଆ ଶିଶୁଙ୍କୁ ଦିଆଯାଇପାରିବ । 

ଏହାବାଦ୍‌ ଗହମ ଛତୁଆ, ଚୁଡା ଛତୁଆ ଦେଇହେବ । ସେହିପରି ମାଣ୍ଡିଆ ସହ ଦହି, ଗୁଡ, ସାମାନ୍ୟ ଲୁଣ ଦିଆଯାଇପାରିବ । ତେବେ ସବୁଠାରୁ ସୁଆଦିଆ ହେଉଛି ମାଣ୍ଡିଆ ସ୍ମୁଦି । ଏଥିରେ ମାତ୍ର ୩୦ରୁ ୪୦ ଗ୍ରାମ ମାଣ୍ଡିଆ, କ୍ଷୀର, ପିସ୍ତା ବାଦାମ, ମହୁ କିମ୍ବା ଗୁଡ ଏବଂ ଆବଶ୍ୟକସ୍ଥଳେ ଗୋଟିଏ କଦଳୀ ମିଶାଇ ଗ୍ରାଇଣ୍ଡିଂ କରି ପ୍ରତି ପିଲାଙ୍କୁ ଦିନରେ ଗୋଟିଏ ଗିଲାସ ଦିଆଯାଇପାରେ । ଏହା ପିଲାଙ୍କ ପାଟିକୁ ସୁଆଦିଆ ଲାଗିବା ସହ ସରକାରଙ୍କ ପକେଟ୍‌କୁ ମଧ୍ୟ ସୁହାଇବ । ଏଥିପାଇଁ ଅଳ୍ପ ଖର୍ଚ୍ଚ ହେଉଥିବାରୁ ସରକାର ଅଙ୍ଗନବାଡ଼ି କେନ୍ଦ୍ରକୁ ଏହା ଯୋଗାଇବାରେ କୌଣସି ଅସୁବିଧା ନାହିଁ । 

ଏ ସଂପର୍କରେ ସମ୍‌ ହସ୍ପିଟାଲ୍‌ର ଚିଫ୍‌ ଡାଇଟିସିଆନ୍‌ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି, ପିଲାଙ୍କ ପୁଷ୍ଟିହୀନତାକୁ ଦୃଷ୍ଟିରେ ରଖି ଛତୁଆକୁ ସମ୍ପୂର୍ଣ୍ଣ ବନ୍ଦ ନ କରି ଏଥିରେ ମିଶୁଥିବା ସାମଗ୍ରୀ ପରିବର୍ତ୍ତନ କରାଯାଇପାରିବ । ମାଣ୍ଡିଆରେ ଫାଇବର୍‌ ଏବଂ ଆଇରନ୍‌ ଅଧିକ ଥିବାବେଳେ କାର୍ବୋହାଇଡ୍ରେଟ୍‌ ପରିମାଣ ବହୁତ କମ୍‌ । ମାଣ୍ଡିଆ ସହ ଭଜା ବୁଟ, ଚିନାବାଦାମ ମିଶାଇ ଛତୁଆ କରି ଦେଇପାରିଲେ ପିଲାଙ୍କ କୁପୋଷଣ ଦୂର ହୋଇପାରିବ । ତେବେ ମାଣ୍ଡିଆ ଛତୁଆ, ବୁଟ ଛତୁଆ, ଚୁଡା ଛତୁଆ, ଗହମ ଛତୁଆ, ମାଣ୍ଡିଆ ପିଠା, ମାଣ୍ଡିଆ ସ୍ମୁଦି ଏ ସବୁକୁ ଗୋଟିଏ ଗୋଟିଏ ଦିନରେ ଦିଆଗଲେ ପିଲା ଖୁସିରେ ଖାଇବେ ବୋଲି ସେ ମତ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.