ନୂଆଦିଲ୍ଲୀ,୩୦।୧୦:  ଏବେ ସ୍କୁଲରେ ତୃତୀୟ ଶ୍ରେଣୀ ପିଲାଙ୍କୁ ଦିଆଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଶିକ୍ଷା। ଏନେଇ ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ଏହାଦ୍ବାରା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଆଶା ରହିଛି।ଫଳରେ ଯେଉଁ ପିଲା ଏବିସିଡି ଶିଖୁଛନ୍ତି, ସେମାନେ ଖୁବ୍ ଶୀଘ୍ର ଶିଖିପାରିବେ ରୋବଟ୍ କିଭଳି ଭାବିଥାଏ। ମେସିନ୍ କିଭଳି କଥା ହୁଏ ଓ ଟେକ୍ନୋଲୋଜିରୁ ଦୁନିଆକୁ କିଭଳି ସୁନ୍ଦର କରିହେବ।

ଶିକ୍ଷା ମନ୍ତ୍ରଣାଳୟ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (DoSE&L) ଅନୁସାରେ, ଆଜି ଦୁନିଆରେ ଏଆଇ କେବଳ ଟକ୍ନୋଲୋଜି ନୁହେଁ, ବଂର ଭବିଷ୍ୟତର ଆଧାର। ଯଦି ପିଲାମାନେ ଆରମ୍ଭରୁ ଏହାକୁ ବୁଝିପାରନ୍ତି ତେବେ ତାଙ୍କର ଚିନ୍ତାଧାରା ଶକ୍ତି ଆଗକୁ ବଢିବା ସହ ନୂଆ ଜିନିଷ ଶିଖିପାରିବେ।ଏହି ପ୍ରୋଜେକ୍ଟର ନାଁ ରହିଛି  AI & Computational Thinking (AI & CT) । ସହଜ ଭାଷାରେ ଯଦି କୁହାଯାଏ ତେବେ ଏହି କୋର୍ସ ପିଲାଙ୍କୁ ଟେକ୍ନୋଲୋଜିର ସାହାଯ୍ୟରୁ ଭାବିବା, ବୁଝିବା ଓ ସମସ୍ୟାର ସମାଧାନ ବାହାର କରିବା ଶିଖାଇବ। ଯଦି କୌଣସି ପିଲାକୁ ପଚରାଯାଏ ରୋବଟ୍‌ କିଭଳି ଚଲାଯିବ, ତେବେ ସେ କେବଳ ବଟନ ଦାବିବ ନାହିଁ, ବଂର ଏହା ବୁଝିବ ଯେ, ରୋବଟ୍‌ ଭିତରେ କ’ଣ ଚାଲିଛି।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଏଆଇ କେବଳ ଲାଭ ପାଇଁ ନୁହେଁ, ବଂର ସମାଜର ମଙ୍ଗଳ ପାଇଁ ବ୍ୟବହାର କରିବା ନେଇ ଶିଖାଯିବ। ୨୦୨୬-୨୭ ଶିକ୍ଷା ବର୍ଷରୁ ଏହା ପୁରା ଦେଶର ସ୍କୁଲରେ ଲାଗୁ କରାଯିବ। ତୃତୀୟ ଶ୍ରେଣୀରୁ ଏହା ଆରମ୍ଭ ହୋଇ ଗୋଟିଏ ଗୋଟିଏ କ୍ଲାସରେ ବଢିବାରେ ଲାଗିବ। ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବହି, ହେଡବୁକ୍‌, ଭିଡିଓ ଓ ଡିଜିଟାଲ ସାମଗ୍ରୀ ପ୍ରସ୍ତୁତ କରାଯିବ। ଶିକ୍ଷକଙ୍କୁ ଟ୍ରେନିଂ ମଧ୍ୟ ଆରମ୍ଭ ହୋଇସାରିଛି। ଏହି ପୁରା ପ୍ରୋଜେକ୍ଟର ପ୍ରସ୍ତୁତି କରିବାରେ CBSE, NCERT, KVS, NVS ଓ ସବୁ ରାଜ୍ୟ ସରକାର ଏକାଠି ମିଶ କାମ କରୁଛନ୍ତି। ଏହି କୋର୍ସର ଦାୟିତ୍ବ ଆଇଆଇଟି ମାଡ୍ରାସର ପ୍ରଫେସର କାର୍ତ୍ତିକ ରମଣଙ୍କ ହାତରେ ରହିଛି।