ନୂଆଦିଲ୍ଲୀ ୧୪/୦୯: ମହାରାଷ୍ଟ୍ରର ପୁଣେର ବାସିନ୍ଦା କଶିଶ ମେଥୱାନି ପ୍ରମାଣ କରିଛନ୍ତି ଯେ ଇଚ୍ଛାଶକ୍ତି ଆଗରେ ହାରମାନେ ସବୁକିଛି୨୦୨୩ ମସିହାରେ ମିସ୍ ଇଣ୍ଟରନ୍ୟାସନାଲ୍ ଇଣ୍ଡିଆ ଟାଇଟଲ୍ ଜିତିଥିବା କଶିଶ୍ ମଡେଲିଂ ଏବଂ ଅଭିନୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସେନା ପୋଷାକ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରୁ କଠୋର ତାଲିମ ସମାପ୍ତ କରିବା ପରେ, ତାଙ୍କୁ ବର୍ତ୍ତମାନ ଭାରତୀୟ ସେନାର ଏୟାର ଡିଫେନ୍ସ ୟୁନିଟରେ କମିଶନ କରାଯାଇଛି।ତାଙ୍କ ବାପା ଜଣେ ପୂର୍ବତନ ବୈଜ୍ଞାନିକ ତାଙ୍କ ମାଆ ଆର୍ମି ପବ୍ଲିକ୍ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ। ପରିବାରର କେହି ପୂର୍ବରୁ ସେନାରେ ନଥିଲେ, କିନ୍ତୁ ବାପାମାଆ କଶିଶଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଥିଲେ।

କଶିଶଙ୍କର ବାୟୋଟେକ୍ନୋଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ସେ ବାଙ୍ଗାଲୋରର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଥିସିସ୍ ମଧ୍ୟ କରିଛନ୍ତି। ତାଙ୍କୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା, କିନ୍ତୁ ସେ ଦେଶ ସେବା କରିବାର ରାସ୍ତା ବାଛିଥିଲେ। କଲେଜ ସମୟରେ ସେ ନ୍ୟାସନାଲ କ୍ୟାଡେଟ୍ କୋର୍ପରେ ଯୋଗଦେବା ପରେ ତାଙ୍କର ଏହି ଚିନ୍ତାଧାରା ଆହୁରି ଦୃଢ଼ ହୋଇଥିଲା। NCC ତାଙ୍କୁ ଏପରି ଏକ ଜୀବନ ଦେଖାଇଲା ଯେଉଁଠାରେ ସେ ନିଜକୁ ଫିଟ୍‌ ମାନୁଥିଲେ। ସେ କେବଳ ଜଣେ କ୍ୟାଡେଟ୍ ନୁହଁନ୍ତି ବରଂ ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତି। କଶିଶ ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ, ତବଲା ବାଦକ, କ୍ୱିଜର ଏବଂ ବିତର୍କକାରୀ। ସେ କ୍ରିଟିକାଲ୍ କଜ୍ ନାମକ ଏକ ଏନଜିଓ ମଧ୍ୟ ଆରମ୍ଭ କରିଛନ୍ତି। OTAରେ ସେ ବାସ୍କେଟବଲ୍, ଭଲିବଲ୍ ଏବଂ ହ୍ୟାଣ୍ଡବଲ୍ ରେ ଏକାଡେମୀର ପ୍ରତିନିଧିତ୍ୱ କରିଥିଲେ ଏବଂ ପ୍ରମୁଖ ଇଭେଣ୍ଟଗୁଡିକ ପାଇଁ ଆଙ୍କର ଭାବରେ କାର୍ଯ୍ୟ କରିଥିଲେ।

OTAରେ ୧୧ ମାସର କଠୋର ତାଲିମ ସମୟରେ କଶିଶ ଶିକ୍ଷା ଏବଂ କ୍ରୀଡା ଉଭୟରେ ଭଲ ପ୍ରଦର୍ଶନ କରିଥିଲେ। ସେ ସେନା ବାୟୁ ପ୍ରତିରକ୍ଷା ପଦକ ସମେତ ଅନେକ ପୁରସ୍କାର ଜିତିଛନ୍ତି। କଶିଶ କୁହନ୍ତି ଯେ ତାଙ୍କ ପାଇଁ ଏହା ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ିବା । ସେ ୟୁନିଟ୍ ଏବଂ ସେନାକୁ ତାଙ୍କର ସର୍ବୋତ୍ତମ ଦେବାକୁ ଚାହାଁନ୍ତି। ସେ କହିଥିଲେ ଯେ ମଡେଲିଂ ତାଙ୍କ ପାଇଁ କେବଳ ଏକ ହବି ଥିଲା, କିନ୍ତୁ NCC ଅଭିଜ୍ଞତା ଏବଂ ଗଣତନ୍ତ୍ର ଦିବସ ପରେଡରେ ପ୍ରଧାନମନ୍ତ୍ରୀଙ୍କଠାରୁ ଅଲ୍ ଇଣ୍ଡିଆ ବେଷ୍ଟ କ୍ୟାଡେଟ୍ ପୁରସ୍କାର ପାଇବା ତାଙ୍କ ଜୀବନର ଏକ ମୋଡ଼ ଥିଲା।