ପ୍ରତି ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିର ପରଦିନ ଅମାବାସ୍ୟା ପାଳନ କରାଯାଏ । ଏହି ବର୍ଷ ଫାଲଗୁଣ ଅମାବାସ୍ୟା ଫେବୃଆରୀ ୨୭ ତାରିଖରେ । ଫାଲଗୁନ ଅମାବାସ୍ୟାର ଶୁଭ ଅବସରରେ ମନର କାରକ ଚନ୍ଦ୍ର ନିଜର ଗତି ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଚନ୍ଦ୍ର ମକର ରାଶିରେ ଗୋଚର କରୁଥିଲେ ଏବଂ ଫାଲଗୁନ ଅମାବାସ୍ୟାରେ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ଚନ୍ଦ୍ର ଦେବଙ୍କ ରାଶି ପରିବର୍ତ୍ତନ କରିବାରୁ ଅନେକ ରାଶିର ଲୋକମାନେ ଲାଭବାନ ହେବେ । ଏମାନଙ୍କ ମଧ୍ୟରୁ କେଉଁ ଦୁଇଟି ରାଶିର ଲୋକଙ୍କୁ ସର୍ବାଧିକ ଲାଭ ମିଳିବ, ଆସକୁ ସେ ବିଷୟରେ ଜଣିବା ।

ଜ୍ୟୋତିର୍ବିଦ୍ଙ୍କ ଗଣନା ଅନୁସାରେ, ୨୭ ଫେବୃୟାରୀ ସକାଳ ୪ଟା ୩୬ ରେ ଚନ୍ଦ୍ର ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ଚନ୍ଦ୍ର ଦେବତା ଏହି ରାଶିରେ ଦୁଇ ଦିନ ରହି ମାର୍ଚ୍ଚ ୧ତାରିଖ ସକାଳ ୫ଟା ୫୭ ର କୁମ୍ଭ ରାଶିରୁ ପ୍ରସ୍ଥାନ କରି ମୀନ ରାଶିରେ ପ୍ରବେଶ କରିଛନ୍ତି ।
ମକର ରାଶି-
ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ଏହି ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ କୃପା ବର୍ଷିବ । ତାଙ୍କ କୃପାରୁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବ । ଅଧୁରା କାମ ପୂରଣ ହେବ । ଘରକୁ ଅତିଥିଙ୍କ ଆଗମନ ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଅସିପାରେ । ଚନ୍ଦ୍ରଙ୍କ କୃପାରୁ ଚିନ୍ତା ଏବଂ ଅବସାଦ ଦୂର ହେବ । ବଡ଼ ଖୁସି ଖବର ମିଳିବ । ମାଆ, ବଡ଼ ଭାଇ ଏବଂ ଭଉଣୀଙ୍କ ଶ୍ରଦ୍ଧା ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଅର୍ଥର ଅଭାବ ଦୂର ହେବ । ଘରେ ଖୁସିର ପରିବେଶ ରହିବ । ଭଗବାନ ଶିବଙ୍କ କୃପା ଇବା ପାଇଁ ସୋମବାର ଏବଂ ଶନିବାର ଦିନ ଗଙ୍ଗାଜଳ କିମ୍ୱା କଞ୍ଚା କ୍ଷୀରରେ ଶିବ ଲିଙ୍ଗର ଅଭିଷେକ କରନ୍ତୁ ।

ମେଷ ରାଶି-
ଚନ୍ଦ୍ରଦେବଙ୍କ କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ମେଷ ରାଶିର ବ୍ୟକ୍ତିଙ୍କୁ ଅନେକ ଲାଭ ମିଳିବ । ଏହି ରାଶିର ସ୍ୱାମୀ ମଙ୍ଗଳ ଦେବ ଏବଂ ଆରାଧ୍ୟ ଦେବତା ହନୁମାନ ବୋଲି ବିବେଚନା କରାଯାଇଥାଏ । ସୂର୍ଯ୍ୟ ଦେବଙ୍କ ବିଶେଷ କୃପା ମେଷ ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ତାଙ୍କ କୃପାରୁ କ୍ୟାରିୟର୍ରେ ଇଚ୍ଛା ମୁତାବକ ସଫଳତା ମିଳିବ । ଆମଦାନୀରେ ବୃଦ୍ଦି ହେବ । ବିଗିଡ଼ି ଯାଇଥିବା କାମ ମଧ୍ୟ ସଫଳ ହେବ । ଜୀବନସାଥୀଙ୍କ ସହ ସମ୍ପର୍କରେ ମଧୁରତା ଅସିବ । କୌଣସି ଏକ ବିଶେଷ କାମରେ ସଫଳତା ମିଳିବା କାରଣରୁ ମନ ପ୍ରସନ୍ନ ରହିବ । ପୁଞ୍ଜି ନିବେଶ ପାଇଁ ଏହି ସମୟ ସର୍ବୋତ୍ତମ । ଏହି ସମୟରେ ମଙ୍ଗଳଦେବଙ୍କ କୃପା ପାଇବା ପାଇଁ ମସୁର ଡାଲି, ଗୁଡ଼, ଚାଉଳ, ଅଟା, ଲୁଣ, ମଇଦା ଇତ୍ୟାଦି ଖାଦ୍ୟ ପଦାର୍ଥ ଦାନ କରନ୍ତୁ ।