ନୂଆଦିଲ୍ଲୀ: ବିଶାଖାପାଟଣାର ଏକ ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ଼ ଧରଣର ଅଘଟଣ । ଉଚ୍ଚ-ତାପମାନ ତରଳା ଇସ୍ପାତରେ ଭର୍ତ୍ତି ଏକ ଲାଡେଲ ଫାଟି ଯିବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

​​​​​​​

ତେବେ ଏହି ଅଘଟଣ ଘଟିଥିବାବେଳେ କର୍ମଚାରୀ ଏବଂ ଅଧିକାରୀମାନେ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। ଇସ୍ପାତ କାରଖାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଷ୍ଟିଲ୍ ପ୍ଲାଣ୍ଟର SMS-2 ଏବଂ STC-3 ତାପ ପ୍ରକ୍ରିୟାକରଣ ୟୁନିଟରେ ଏହି ଦୁର୍ଘଟଣା ଘଟିଛି । ଏକ କ୍ରେନ୍ ସାହାଯ୍ୟରେ ଫୁଟୁଥିବା ତରଳ ଇସ୍ପାତକୁ ଉଠାଯାଉଥିଲା । ୧୫ଶହ ଡିଗ୍ରୀ ସେଲସିୟସ୍ ରୁ ଅଧିକ ତାପମାତ୍ରାରେ ଫୁଟୁଥିବା ଏହି ଧାତୁ ତରଳ ଧାରଣ କରିଥିବା ଲାଡେଲ୍ ହଠାତ୍ ଅନିୟନ୍ତ୍ରିତ ହୋଇ ଦୋହଲିଗଲା, ଯାହା ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କ ଉପରେ ଫୁଟୁଥିବା ଗରମ ଇସ୍ପାତ ପଡ଼ିଗଲା । ଇସ୍ପାତ କାରଖାନାର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତଥାପି, ଘଟଣା ସମୟରେ ଅନେକ ଶ୍ରମିକ ଆହତ ହୋଇଥିଲେ, ଅନ୍ୟମାନେ ତରଳ ଇସ୍ପାତ ପଡ଼ିଯିବାରୁ ଭୟରେ ପଳାଇ ଯାଇଥିଲେ । ତଥାପି ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ବଢ଼ିପାରେ ବୋଲି କୁହାଯାଇଛି ।

ଏହାସହ ପଢ଼ନ୍ତୁ : Helth Tips: ଏହି ଗୋଟିଏ ଭୁଲ୍ ଛାଡ଼ନ୍ତୁ, ସକାଳୁ ଉଠିଲେ ଲାଗିବନି ଦୁର୍ବଳ