ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନୂଆ ଗ୍ରହ ଆବିଷ୍କାର କଲା ନାସା, ମାତ୍ର ୨୧ ଘଣ୍ଟାରେ ଗୋଟିଏ ବର୍ଷ

Published By : Krishna Priya | December 2, 2024 1:42 PM

ନୂଆଦିଲ୍ଲୀ ୦୨/୧୨: ଯେତେ ନୂଆ ଆବିଷ୍କାର ହେଲେ ବି ମହାକାଶ ଆଜି ବି ଅବୁଝା ହୋଇ ରହିଛି । ଏହା ଭିତରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକମାନେ ଟିଓଆଇ-୩୨୪୬ବି ନାମକ ଏକ ଗ୍ରହ ଆବିଷ୍କାର କରିଛନ୍ତି । ଏଠାରେ ମାତ୍ର ୨୧ ଘଣ୍ଟାରେ ବର୍ଷ ପୂରିଯାଇଥାଏ । ଏହି ଗ୍ରହର ଆକାର ଆମ ସୌରମଣ୍ଡଳର ନେପଚ୍ୟୁନ୍‌ ଭଳି ହେବ । କିନ୍ତୁ ଏହା ନିଜ ତାରାର ବେଶ୍‌ ନିକଟତର । ଏଥିପାଇଁ ଏଠାରେ ବର୍ଷ ଏତେ ଛୋଟ ହୋଇଥାଏ । ଟିଓଆଇ-୩୨୬୧ବି ‘ହଟ୍‌ ନେପଚ୍ୟୁନ୍‌’ ବର୍ଗର, ଯାହା କି ନିଜ ଛୋଟ ଆକାର ଏବଂ ତାରାର ନିକଟତର ଓ ଦ୍ରୁତ କକ୍ଷୀୟ ଗତି ପାଇଁ ଜଣା ।

ରିପୋର୍ଟ ଅନୁସାରେ, ଟିଓଆଇ-୩୨୪୬ବିକୁ ନାସାର ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ (ଟିଇଏସ୍‌ଏସ୍‌) ଏବଂ ଅଷ୍ଟ୍ରେଲିଆ, ଚିଲି ଏବଂ ଦକ୍ଷିଣ ଆଫ୍ରିକାର ଗ୍ରାଉଣ୍ଡ-ବେସ୍‌ଡ ଟେଲିସ୍କୋପ୍‌ ଜରିଆରେ ଖୋଜା ଯାଇଛି । ଏହା ‘ଅଲ୍ଟ୍ରା-ଶର୍ଟ ପିରିୟଡ ହଟ୍‌ ନେପଚ୍ୟୁନ୍‌’ ଶ୍ରେଣୀର ଚତୁର୍ଥ ଗ୍ରହ । ଏହା ବହୁତ କମ୍‌ ସମୟରେ ନିଜ ନକ୍ଷତ୍ର ଚାରିପାଖେ ଘୂର୍ଣ୍ଣନ ଶେଷ କରିଥାଏ । ବୈଜ୍ଞାନିକମାନେ ଟିଓଆଇ୩୨୪୬ବି ଏବଂ ଏହାର ନକ୍ଷତ୍ରର ୬.୫ ଅରବ ବର୍ଷର ଇତିହାସକୁ ମଡେଲିଂ ଜରିଆରେ ବୁଝିଛନ୍ତି । ଅଧ୍ୟୟନରୁ ଜଣାପଡ଼ିଛି, ଏହି ଗ୍ରହ ପୂର୍ବରୁ ବିଶାଳ ଗ୍ୟାସୀୟ ଗ୍ରହ ଥିଲା, ଯାହା ସମ୍ଭବତଃ ବୃହସ୍ପତି ଆକାରର ଥିଲା । କିନ୍ତୁ ସମୟ କ୍ରମେ ଏହା ଏତେ ଛୋଟ ହୋଇଯାଇଛି । ଟିଓଆଇ-୩୨୪୬ବି ଦୁଇ ପ୍ରମୁଖ କାରଣରୁ ଏହାର ଗ୍ୟାସ୍‌ ହରାଇଛି । ତାହା ହେଲା ନକ୍ଷତ୍ରର ଶକ୍ତି ଏହାର ଗ୍ୟାସ୍‌ ଅଣୁକୁ ଉଡ଼ାଇ (ଫଟୋ ଇଭାପୋରେସନ୍‌) ଦେଇଛି । ଅନ୍ୟ କାରଣ ହେଉଛି ନକ୍ଷତ୍ରର ମାଧ୍ୟାକର୍ଷଣ ବଳ ଯୋଗୁ ଗ୍ରହର ବାହାର ପରସ୍ତ ନଷ୍ଟ ହୋଇଯାଇଛି । 

କେତେକ ବୈଜ୍ଞାନିକଙ୍କ ଦାବି ଅନୁସାରେ ଏହି ଗ୍ରହ ପୂର୍ବରୁ ନକ୍ଷତ୍ରଠାରୁ ଅଧିକ ଦୂରରେ ରହିଥିବ, ଯାହା ଫଳରେ ଏହା ବିଶାଳକାୟ ଥିଲା । ଟିଓଆଇ୩୨୪୬ବି’ର ବାୟୁମଣ୍ଡଳ ମଧ୍ୟ ବୈଜ୍ଞାନିକଙ୍କ ପାଇଁ ବେଶ୍‌ ରହସ୍ୟମୟ । ଏହାର ଘନତ୍ୱ ନେପଚ୍ୟୁନ୍‌ଠାରୁ ଦୁଇଗଣ । ଟିଓଆଇ-୩୨୪୬ବିର ବାୟୁମଣ୍ଡଳ ଭାରୀ ତତ୍ତ୍ୱରେ ବନିଥିବା ଏହା ଦର୍ଶାଉଛି । ଏହାକୁ ଠିକ୍‌ ଭାବେ ବୁଝିବା ଲାଗି ବୈଜ୍ଞାନିକମାନେ ନାସାର ଜେମ୍ସ ୱେବ ସ୍ପେସ୍‌ ଟେଲିସ୍କୋପ୍‌ର ବ୍ୟବହାର କରିବା ଲାଗି ଯୋଜନା କରୁଛନ୍ତି । ଏହା ଦ୍ୱାରା ଗ୍ରହର ବାୟୁମଣ୍ଡରେ ଥିବା ଅଣୁର ବିଶେଷ ସଙ୍କେତ ମିଳିପାରିବ ଯାହା କି ଗ୍ରହର ବିକାଶ ଏବଂ ଅନ୍ୟ ହଟ୍‌ ନେପଚ୍ୟୁନ୍‌ ଗ୍ରହର ସରଞ୍ଚନାକୁ ବୁଝିବା ସହଜ କରାଇବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.