ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏସ୍‌ବିଆଇ ରିପୋର୍ଟରେ ବଡ଼ ଖୁଲାସା; ଭାରତ ଉପରେ କ'ଣ ରହିବ ଡୋନାଲ୍ଡ ଟ୍ରମ୍ପଙ୍କ ଆର୍ଥିକ ନୀତିର ପ୍ରଭାବ?

Published By : Soubhagya Ranjan | November 11, 2024 8:54 PM

Image source: NDTV

ନୂଆଦିଲ୍ଲୀ,୧୧/୧୧: ଜାନୁଆରୀ ୨୦୨୫ ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତା ଗ୍ରହଣ କରିବେ। ଟ୍ରମ୍ପ ପ୍ରଶାସନର ସମ୍ଭାବ୍ୟ ଅର୍ଥନୈତିକ ନୀତି ସମଗ୍ର ବିଶ୍ୱରେ ବଜାରରେ ଆତଙ୍କ ସୃଷ୍ଟି କରିଛି ଏବଂ ଅଧିକାଂଶ ବୃହତ ଅର୍ଥନୈତିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଦ୍ୱନ୍ଦ୍ୱରେ ଅଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଏସବିଆଇର ରିସର୍ଚ୍ଚ ୟୁନିଟ୍ ଦ୍ବାରା ପ୍ରକାଶିତ ଏକ ବିସ୍ତୃତ ରିପୋର୍ଟରେ କୁହାଯାଇଛି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆର୍ଥିକ ନୀତି ଦ୍ବାରା ଭାରତ ଅପ୍ରଭାବିତ ହୋଇ ରହିପାରିବନାହିଁ, କିନ୍ତୁ ଦୀର୍ଘ ସମୟ ଧରି ଏହି ନୀତିଗୁଡିକ ଭାରତ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ।

ନୂଆ ରପ୍ତାନୀ ବଜାର: 

ଭାରତକୁ ଏହାର ଉତ୍ପାଦନ କ୍ଷେତ୍ରକୁ ବିସ୍ତାର କରିବାକୁ, ନୂତନ ରପ୍ତାନି ବଜାର ଖୋଜିବା ଏବଂ ଆତ୍ମନିର୍ଭରଶୀଳ ହେବା ଦିଗରେ ଅଧିକ ଦୃଢ଼ ହେବାକୁ ପଡ଼ିବ। କେବଳ ଏତିକି ନୁହେଁ ଯଦି ଟ୍ରମ୍ପ ଚୀନ୍ ବିରୋଧରେ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରନ୍ତି, ତେବେ ଭାରତ ମଧ୍ୟ ଏଥିରୁ ଲାଭବାନ ହେବ। ଫାର୍ମା, ଟେକ୍ସଟାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାର ପରିବର୍ତ୍ତନ ଦ୍ୱାରା ଭାରତ ଉପକୃତ ହେବ।

ପୂର୍ବରୁ ଭାରତ ବିରୁଦ୍ଧରେ ଟ୍ରମ୍ପ ନେଇସାରିଥିଲେ ପଦକ୍ଷେପ: 

ଏପରିକି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍ (ଜିଏସପି) କୁ ହଟାଇବା ଭଳି କିଛି ଅର୍ଥନୈତିକ ପଦକ୍ଷେପ ନେଇଥିଲେ, କିନ୍ତୁ ଶେଷରେ ଏହାର ଭାରତ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇଲା ନାହିଁ। ଅପରପକ୍ଷେ, ଭାରତୀୟ ଉତ୍ପାଦର ରପ୍ତାନି ଯାହା ଉପରେ ଆମଦାନୀ ଆମେରିକା ଅଧିକ ଶୁଳ୍କ ଲଗାଇଛି ତାହା କ୍ରମାଗତ ଭାବରେ ବୃଦ୍ଧି ପାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.