ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଛତିଶଗଡ଼ ସୁକମାରେ ନକ୍ସଲ ହମଲା;୨ ଯବାନ ଗୁରୁତର

Published By : Harapriya Sethi | November 3, 2024 1:49 PM

ମାଲକାନଗିରି,୦୩/୧୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓ ଆକ୍ରମଣ । ଆକ୍ରମଣର ଶିକାର ହେଲେ ଡ୍ୟୁଟିରେ ଥିବା ଦୁଇ ଜଣ ଡିଆରଜିର ଯବାନ କର୍ତମ ଦେବା ଓ ସୋଢି କୁନା । ଗୁରୁତର ଅବସ୍ଥାରେ ଯବାନ ଦ୍ୱୟଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ଏହି ଆକ୍ରମଣରେ ମାଓବାଦୀ ମାନେ ଯବାନଙ୍କ ବନ୍ଧୁକ ମଧ୍ୟ ଲୁଟି ନେଇଛନ୍ତି । 

ସୂଚନା ମୁତାବକ, ସୁକମା ଜିଲ୍ଲା ଜଗରକୋଣ୍ଡା ଅଞ୍ଚଳରେ ସାପ୍ତାହିକ ବଜାର ଚାଲିଥିଲା । ଏହି ସମୟରେ ମାଓବାଦୀ ମାନେ ଡ୍ୟୁଟିରେ ଥିବା ଦୁଇ ଜଣ ଡିଆରଜି ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କର୍ତମ ଦେବା ଓ ସୋଢି କୁନା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଆକ୍ରମଣରେ ମାଓବାଦୀ ମାନେ ଯବାନଙ୍କ ବନ୍ଧୁକ ଲୁଟି ନେଇଥିଲେ । ଏନେଇ ସ୍ଥାନୀୟଲୋକେ ତୁରନ୍ତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଞ୍ଚି ଦୁଇ ଯବାନଙ୍କୁ ଉଦ୍ଧାର କରି ପ୍ରଥମେ ଜାଗର କୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ । ପରେ ଉତ୍ତମ ଚିକିତ୍ସା ପାଇଁ ଦୁଇ ଯବାନଙ୍କୁ ହେଲିକ୍ୟାପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ସୁକମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ସାପ୍ତାହିକ ବଜାରରେ ଆତଙ୍କ ଖେଳିଯାଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.