ପ୍ରମୂଖ ଖବର
  • ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଯାଏ ଲୋକସଭା ଓ ରାଜ୍ୟସଭା ମୁଲତବୀ ଘୋଷଣା
  • ||
  • ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼
  • ||
  • ଖୁବ୍‌ଶୀଘ୍ର ନିଲାମ ହେବ ରାଜ୍ୟର ୨୨ ଖଣି, ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା
  • ||
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି

Published By : Prameya | July 22, 2025 10:40 AM

ନୂଆଦିଲ୍ଲୀ,୨୨/୦୭: ରୋଜ୍‌ନେଫ୍ଟ ସମର୍ଥିତ ନୟାରା ଏନର୍ଜି ଭାରତରେ ଡାଉନ୍‌ଷ୍ଟ୍ରିମ୍‌  ପ୍ରକଳ୍ପଗୁଡ଼ିକରେ ୭୦,୦୦୦ କୋଟି ଟଙ୍କା ନିବେଶ ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛି । ତେବେ ଗୁଜରାଟର ଭଡିନାର ତୈଳ ବିଶୋଧନାଗାର  ଉପରେ ୟୁରୋପୀୟ ସଂଘ(ଇୟୁ)ର କଟକଣାକୁ ଅନୁଚିତ ବୋଲି ଏହା ଦର୍ଶାଇଛି । ଏହା ଭାରତ ପାଇଁ ହାନିକାରକ ବୋଲି ଏହା ପ୍ରକାଶ କରିଛି ।  ଇୟୁର କଟକଣାକୁ ନେଇ ଏହା ପ୍ରକାଶ କରିଛି  ଯେ, ଏହା ଭାରତର ଶକ୍ତି ସୁରକ୍ଷା ପ୍ରତି ବିପଦ । ଏହାଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଯୋଗାଣ ବାଧାପ୍ରାପ୍ତ ହେବ । ଇୟୁର କଟକଣା ବେଆଇନ । 

ପ୍ରକାଶଯୋଗ୍ୟ, ୟୁରୋପୀୟ ସଂଘ(ଇୟୁ) ରୁଷ  ବିରୋଧରେ ଏହାର ୧୮ତମ ପ୍ରତିବନ୍ଧ ଘୋଷଣା  କରିଛି । ଏଥିରେ ଗୁଜରାଟର ଭଡିନାର ତୈଳ  ବିଶୋଧନାଗାରକୁ ଟାର୍ଗେଟ୍‌ କରାଯାଇଛି । ଏହି ବିଶୋଧନାଗାର ନୟାରା ଏନର୍ଜି ଲିମିଟେଡ୍‌  ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ରୁଷ  ସରକାରଙ୍କ ନେତୃତ୍ୱାଧୀନ ତୈଳ କମ୍ପାନି  ରୋଜ୍‌ନେଫ୍ଟର ୪୯.୧୩% ଅଂଶଧନ ଅଛି ।  ଇୟୁ ଏହି ପ୍ରତିବନ୍ଧ ପ୍ୟାକେଜ୍‌କୁ ରୁଷ ବିରୋଧରେ ଏଯାବତ୍‌ ସବୁଠାରୁ କଡ଼ା ପଦକ୍ଷେପ  ବୋଲି ଦର୍ଶାଇଛି । ଏହି ପ୍ରତିବନ୍ଧର ଉଦ୍ଦେଶ୍ୟ ହେଉଛି ରୁଷର ତେଲ ରପ୍ତାନିରୁ ହେଉଥିବା  ଆୟକୁ କମ୍‌ କରିବା ଏବଂ ୟୁକ୍ରେନ୍‌ ପାଇଁ ଏହାର ବିତ୍ତୀୟ ସମ୍ବଳକୁ ସୀମିତ କରିବା । ଏହି ବିଶୋଧନାଗାର ପ୍ରଥମେ ଏସାର ଅଏଲ୍‌  ଦ୍ୱାରା ବନାଯାଇଥିଲା ଏବଂ ଏବେ ଏଥିରେ ରୁଷର ସରକାରୀ ତୈଳ କମ୍ପାନି ରୋଜ୍‌ନେଫ୍ଟର ୪୯.୧୩% ଅଂଶଧନ ରହିଛି । 

ଭଡିନାର ବିଶୋଧନାଗାର ଭାରତର ଦ୍ୱିତୀୟ ବୃହତ୍‌  ବିଶୋଧନାଗାର ଏବଂ ଏହା ରୁଷ ଅଶୋଧିତ  ତୈଳକୁ ବିଶୋଧିତ କରି ୟୁରୋପରେ ଡିଜେଲ ଏବଂ ଜେଟ୍‌ ଇନ୍ଧନ ଭଳି ଉତ୍ପାଦ ରପ୍ତାନି  କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଥିରୁ ରୁଷକୁ ପରୋକ୍ଷ ଭାବେ ରାଜସ୍ୱ ମିଳିଥାଏ । ଏହି ପଦକ୍ଷେପ ରୁଷର ତୈଳ ଆୟକୁ କମ୍‌  କରିବା ଏବଂ ଏହାର ଅବୈଧ ତୈଳ ପରିବହନ  କରୁଥିବା ଜାହାଜଗୁଡ଼ିକ ଉପରେ ଅଙ୍କୁଶ  ଲଗାଇବା ପାଇଁ ନିଆଯାଇଛି । ତେବେ ରୁଷ ତେଲ  ଉପରେ ଏହି କଟକଣାକୁ ଭାରତ ପକ୍ଷରୁ କଡ଼ା  ସମାଲୋଚନା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.