ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଗ୍ରାଉଣ୍ଡ୍ ଜିରୋରେ କ୍ଷୟକ୍ଷତି ଆକଳନ କଲେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ

Published By : Rasmita Pradhan | October 25, 2024 1:48 PM

ନୀଳଗିରି, ୨୫/୧୦ : ବାତ୍ୟା ଦାନା ପ୍ରଭାବରେ ବାଲେଶ୍ଵର ଜିଲ୍ଲା ନୀଳଗିରିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଚାଳ ଛପର ଘର ଭାଙ୍ଗି ଯାଇଥିବା ବେଳେ ଗୋରୁ ଗୁହାଳ ଭୁଶୁଡ଼ି ପଡିଛି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଗ୍ରାଉଣ୍ଡ୍ ଜିରୋରେ ନୀଳଗିରି ବିଧାୟକ ଓ ଉପଜିଲ୍ଲାପାଳ କ୍ଷୟକ୍ଷତି ଆକଳନ କରି ପ୍ରତିକାର ପାଇଁ ପଦକ୍ଷେପ ନେଇଛନ୍ତି। 

ବାତ୍ୟା ପ୍ରଭାବରେ ସୋନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ନଦୀ କୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି। ସେହିପରି ନୀଳଗିରି ଏନଏସିରେ ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ପାରିନଥିବା ବେଳେ ଗଛ ଉପୁଡି ପଡିଛି। ଘାଟଘରସାହି ଅଞ୍ଚଳର ମନୋରଞ୍ଜନ ବେହେରାଙ୍କ ଘରେ ଏକ ବିରାଟ ଗଛ ପଡି ଘର ଉପରେ ଲାଗି ରହିଛି। ଔପଦା ବ୍ଲକରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଛତ୍ରପୁର ଅଞ୍ଚଳର ଅନ୍ତର୍ଯ୍ୟାମୀ ଦାସଙ୍କ ଘର ଭୁଶୁଡି ପଡିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତିଛନ୍ତି। ପ୍ରଶାସନ ତରଫରୁ ଓଡ୍ରାଫ୍ ଓ ଦମକଳ ବାହିନୀ ଯାଇ ଗଛ କାଟିବା ଆରମ୍ଭ କରିଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.