ଭୁବନେଶ୍ଵର, ୩/୭ : 'ଡିଜିଟାଲ ଆରେଷ୍ଟ' ଏକ ବଡ଼ ଠକେଇ। ଏନେଇ କମିଶନରେଟ ପୁଲିସ ସତର୍କ କରିଛି। ଡିଜିଟାଲ୍ ଆରେଷ୍ଟ ନେଇ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ତେଣୁ ଯଦି ଆପଣଙ୍କ ପାଖକୁ କୌଣସି ପୁଲିସ, CBI କିମ୍ବା ED ଅଫିସର ନାଁରେ ଭିଡିଓ କଲ୍ ଆସୁଛି କିମ୍ବା ଆପଣଙ୍କୁ ଡିଜିଟାଲ୍ ଆରେଷ୍ଟର ଭୟ ଦେଖାଯାଉଛି, ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ। ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏନେଇ ଜରୁରୀ ସୂଚନା ଜାରି ହୋଇଛି। 

ପୁଲିସ କିମ୍ବା CBI, ED, କ୍ରାଇମବ୍ରାଞ୍ଚ ଭଳି କୌଣସି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା କେବେହେଲେ ଭିଡିଓ କଲ୍ କିମ୍ବା ମେସେଜ୍ ମାଧ୍ୟମରେ କାହାକୁ ଗିରଫ କରନ୍ତି ନାହିଁ। Skype, Zoom, ହ୍ଵାଟସଆପ୍ ଭଳି ତଦନ୍ତକାରୀ ସଂସ୍ଥା କେବେବି କୌଣସି ସନ୍ଦେହଜନକ ଆପ୍‌  ରେ ଯୋଗଦେଇ ଲାଇଭ୍ ରହିବାକୁ କହିନଥାନ୍ତି। କୌଣସି ସନ୍ଦେହଜନକ ଫୋନ୍ କଲ୍ ବା ଭୟଭୀତ କଲାଭଳି କଲ୍ ଆସିଲେ ସଙ୍ଗେ ସଙ୍ଗେ କଲ୍ କାଟି ଦିଅନ୍ତୁ ବୋଲି ପରାମର୍ଶ ଦେଇଛି ପୁଲିସ। ସେହିପରି ଅଜଣା ବ୍ୟକ୍ତିଙ୍କ କଥାରେ ପଡ଼ି କେବେହେଲେ ଟଙ୍କା ପଠାନ୍ତୁ ନାହିଁ କିମ୍ବା ନିଜର  Fixed Deposit, PPF କିମ୍ବା ଅନ୍ୟ ସଞ୍ଚୟ ଭାଙ୍ଗନ୍ତୁ ନାହିଁ।  ନିଜର OTP, PIN, ପାସୱାର୍ଡ କିମ୍ବା କୌଣସି ବ୍ୟାଙ୍କିଂ ସୂଚନା କାହା ସହ ସେୟାର୍ କରନ୍ତୁ ନାହିଁ।  ଯଦି ଆପଣ କିମ୍ବା ଆପଣଙ୍କ ପରିଚିତ କେହି ଏଭଳି ଠକେଇର ଶିକାର ହୁଅନ୍ତି, ତେବେ ବିନା ଦ୍ୱିଧାରେ ତୁରନ୍ତ ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍: 1930  କୁ କଲ୍ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଆହୁରି ପଢନ୍ତୁ- କଂଗ୍ରେସ ଭବନରେ PAC ବୈଠକ, କେଉଁ ପ୍ରସଙ୍ଗ ଧରି ଦଳ ଲୋକଙ୍କ ପାଖକୁ ଯିବ ସେନେଇ ମତ ଲୋଡ଼ିଲେ ପ୍ରଭାରୀ

୬୦ ବର୍ଷୀୟ ବଡି ବିଲ୍ଡର ରବି ଦାସଙ୍କ ସଫଳ କାହାଣୀ : ୬୦ ବର୍ଷ ବୟସରେ ବି ସୁପର ଫିଟ୍