ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଏଣିକି ହ୍ୱାଟ୍ସଆପ୍‌ରେ ମିଳିବ ୪୨୯ଟି ନାଗରିକ ସେବା, ମେଟା ଇଣ୍ଡିଆ ସହଯୋଗରେ ସେବା ପ୍ରଦାନ କରିବେ ଓଡ଼ିଶା ସରକାର

Published By : Prameya | March 8, 2025 12:56 PM

ଭୁବନେଶ୍ୱର,୦୮/୦୩: ଏଣିକି  ହ୍ୱାଟ୍ସଆପ୍‌ରେ ମିଳିପାରିବ ସମସ୍ତ  ନାଗରିକ ସେବା । ଗୋଟିଏ ହ୍ୱାଟ୍ସଆପ୍‌  ନମ୍ୱର ଜରିଆରେ ଜନ୍ମ ଓ ଆୟ  ପ୍ରମାଣପତ୍ର, ଡ୍ରାଇଭିଂ ଓ ସାର ଲାଇସେନ୍ସ  ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା  ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ  ସେବା ପାଇପାରିବେ ନାଗରିକ । ଓଡ଼ିଶା  ସରକାର ଓ ମେଟା ଇଣ୍ଡିଆ ମିଳିତ  ଭାବେ ଆଜି ଏକ ୟୁନିଫାଏଡ୍‌ ହ୍ୱାଟ୍ସଆପ୍‌  ଚାଟବଟ୍‌ର ଶୁଭାରମ୍ଭ କରିଛନ୍ତି । ଯାହା  ରାଜ୍ୟର ସାଢ଼େ ୪କୋଟିରୁ ଅଧିକ  ଲୋକଙ୍କୁ ଆଗାମୀ ଦିନରେ ୪୨୯ଟି  ସରକାରୀ ସେବା ପ୍ରଦାନ କରିବ । 

ଶୁକ୍ରବାର ଲୋକସେବା  ଭବନରେ ଅନୁଷ୍ଠିତ ବୁଝାମଣାପତ୍ର  ସ୍ୱାକ୍ଷର ଅବସରରେ ଏହି ସୂଚନା  ଦିଆଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ  ଶାସନ ସଚିବ ମନୋଜ ଆହୁଜା, ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ  ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ସାଧାରଣ ପ୍ରଶାସନ ଏବଂ ସାଧାରଣ  ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ  ଶାସନ ସଚିବ ସୁରେନ୍ଦ୍ର କୁମାର,  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର  ମହାନିର୍ଦ୍ଦେଶକ ଜି. ମାଥିଭାଥାନନ,  ଉଚ୍ଚଶିକ୍ଷା ବିଭାଗ କମିଶନର ତଥା  ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ  ଏବଂ ପୂର୍ବତନ ସୂଚନା କମିଶନର  ତଥା ସିୱାଇଏସ୍‌ଡିର ପରାମର୍ଶଦାତା  ଜଗଦାନନ୍ଦଙ୍କ ଉପସ୍ଥିତିରେ ବିଭିନ୍ନ  ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।  ଓଡ଼ିଶା ସରକାରଙ୍କ ପକ୍ଷରୁ ସେଣ୍ଟର ଫର  ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍‌  (ସିଏମଜିଆଇ), ମେଟା ଇଣ୍ଡିଆ ସହ  ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।  ୟୁନିଫାଏଡ୍‌ ହ୍ୱାଟ୍ସଆପ୍‌ ଚାଟବଟ୍‌ ୪୨୯ଟି  ସରକାରୀ ସେବାକୁ ଗୋଟିଏ ହ୍ୱାଟସ୍‌  ଆପ ନମ୍ୱରରେ ସମନ୍ୱିତ କରିବ ।  

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା  କହିଥିଲେ, ପ୍ରତ୍ୟେକ ନାଗରିକଙ୍କୁ  ସୁବିଧାରେ ସରକାରୀ ସେବା  ଯୋଗାଇଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ବୈଷୟିକ ଜ୍ଞାନକୌଶଳ  ଓ ପ୍ରଶିକ୍ଷଣ କ୍ଷେତ୍ରରେ ଆମର  ପୁଞ୍ଜିନିବେଶ ଦ୍ୱାରା ଏହି ବ୍ୟବସ୍ଥା ସହଜ  ହୋଇଛି । ଅମଲାତାନ୍ତ୍ରିକ ବ୍ୟବସ୍ଥାରେ  ରହିଥିବା କେତେକ ପ୍ରତିବନ୍ଧକକୁ ଦୂର  କରି ଜନସାଧାରଣଙ୍କୁ ଉଦ୍ଦିଷ୍ଟ ସେବାର  ସାମଗ୍ରିକ ଉପଲବ୍ଧତା ବୃଦ୍ଧି କରିବା ଏହି ବୁଝାମଣା ପତ୍ରର ମୁଖ୍ୟ ଉଦ୍ଦେଶ୍ୟ । ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶା  ଲୋକସେବା ଅଧିକାର ଅଧିନିୟମ  ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା  ସମସ୍ତ ସାର୍ବଜନୀନ ସେବାକୁ ହ୍ୱାଟ୍ସଆପ୍‌  ମାଧ୍ୟମରେ ପ୍ରଦାନ କରିବାକୁ ଆମେ  ଲକ୍ଷ୍ୟ ରଖିଛୁ ବୋଲି ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିନୀତ  ଭରଦ୍ୱାଜ କହିଛନ୍ତ । ମେଟା ଇନ୍‌  ଇଣ୍ଡିଆର ବିଜନେସ୍‌ ମେସେଜିଂ  ନିର୍ଦ୍ଦେଶକ ରବି ଗର୍ଗ କହିଥିଲେ,  ଆଙ୍ଗୁଠିରେ ନାଗରିକ ସେବା ସହଜରେ  ଉପଲବ୍ଧ କରାଇ ଆମେ ଆନନ୍ଦିତ ।  ହ୍ୱାଟ୍ସଆପ୍‌ରେ ନାଗରିକ ସେବା ବିତରଣ  ମଡେଲ୍‌ ପ୍ରଚଳନ କରିବା ପାଇଁ  ମେଟା ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର  ସରକାରଙ୍କ ସହ ଭାଗିଦାରିତା କରିଛି । 

ଏହି ଅବସରରେ ଓଡ଼ିଶା  ଲୋକସେବା ଅଧିକାର ଆଇନକୁ  କାର୍ଯ୍ୟକାରୀ କରିବା ପାଇଁ ସମ୍ୱଳ  ସହାୟକ ସଂସ୍ଥା ଭାବେ ସିଏମ୍‌ଜିଆଇ  ଏବଂ ସେଣ୍ଟର ଫର ୟୁଥ୍‌ ଆଣ୍ଡ ସୋସିଆଲ  ଡେଭଲପମେଣ୍ଟ (ସିୱାଇଏସଡି)  ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ  ହୋଇଥିଲା । ଏହା ବ୍ୟତୀତ ସରକାରୀ  କର୍ମଚାରୀଙ୍କ ପାଇଁ ଯୋଜନାଭିତ୍ତିକ  ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପାଇଁ  ସିଏମ୍‌ଜିଆଇ, ସିୱାଇଏସ୍‌ଡି ଏବଂ  ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ  ମଧ୍ୟରେ, ଓଡ଼ିଶା ଲୋକସେବା ଅଧିକାର  ଆଇନ କାର୍ଯ୍ୟକାରିତା ସମ୍ପର୍କିତ ଅଭିଯାନ  ଏବଂ ସଚେତନତା ପାଇଁ ଏନ୍‌ଏସ୍‌ଏସ୍‌  ଛାତ୍ର ସ୍ୱେଚ୍ଛାସେବୀମାନଙ୍କୁ ସାମିଲ  କରିବା ଦିଗରେ ସିଏମଜିଆଇ,  ସିୱାଇଏସ୍‌ଡି, ଉଚ୍ଚଶିକ୍ଷା ବିଭାଗ  ମଧ୍ୟରେ ଏବଂ ପଞ୍ଚାୟତିରାଜ ନିର୍ବାଚିତ  ସଦସ୍ୟ ଏବଂ ଗୋଷ୍ଠୀ ପ୍ରତିନିଧିମାନଙ୍କ  ଦକ୍ଷତା ବୃଦ୍ଧି ପାଇଁ ସିଏମ୍‌ଜିଆଇ,  ସିୱାଇଏସ୍‌ଡି ଏବଂ ରାଜ୍ୟ ଗ୍ରାମ୍ୟ  ଉନ୍ନୟନ ପ୍ରତିଷ୍ଠାନ (ଏସ୍‌ଆଇଆରଡି)  ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର  ସ୍ୱାକ୍ଷରିତ ହୋଇଥିଲା । ସାଧାରଣ  ପ୍ରଶାସନ ଏବଂ ସାଧାରଣ ଅଭିଯୋଗ  ବିଭାଗର ଅତିରିକ୍ତ ଶାସନ ସଚିବ  ଦେବବ୍ରତ ମଲ୍ଲିକ ଧନ୍ୟବାଦ ଦେଇଥିବା  ବେଳେ ମୁଖ୍ୟ ଶାସନ ସଚିବଙ୍କ ଅନୁ  ଶାସନ ସଚିବ ଅଂଶୁମାନ ରଥ ଏବଂ  ସିଏମଜିଆଇର ପ୍ରକଳ୍ପ ସଂଯୋଜକ  ପିନାକୀ ମହାନ୍ତି ସଂଯୋଜନା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.