ଭୁବନେଶ୍ୱର,୦୨/୧୧: ସୋନୀ ନେଟୱର୍କ ପ୍ରାୟୋଜିତ ରିଆଲିଟି ଶୋ ଇଣ୍ଡିଆନ ଆଇଡ଼ଲ-୧୫ତମ ସଂସ୍କରଣ  ଏବେ ଲୋକଙ୍କ ପ୍ରଶଂସା ସାଉଣ୍ଟୁଛି । ମନୋରଞ୍ଜନ ଭିତ୍ତିକ ଏହି ଶୋ’ରେ ପ୍ରାରମ୍ଭିକ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି  ସହିଦନଗର ନିବାସୀ ବାଇକର୍‌ ତଥା  ବ୍ଲଗର ଇପ୍ସିତ ପତି । ବର୍ତ୍ତମାନ ସେ ସୋଆ  ବିଶ୍ୱବିଦ୍ୟାଳୟରେ ମ୍ୟାନେଜେମେଣ୍ଟ ଛାତ୍ର ।  

ଇପ୍ସିତ ତାଙ୍କର ସୁଲଳିତ ସ୍ୱରରେ ବାଦଶାହ,  ବିଶାଲ ଓ ଶ୍ରେୟା ଘୋଷାଲଙ୍କ ଭଳି ସଂଗୀତ ବିଶାରଦଙ୍କ ହୃଦୟ ଜିତି ଗୋଲଡେନ୍‌  ଟିକେଟ ପାଇଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ "କବିର ସିଂ' ସିନେମାର "କୈସେ ହୁଆ'  ଗୀତ ଗାଇବା ପରେ ବିଚାରପତି ବାଦଶାହ  ଇପ୍ସିତଙ୍କୁ ସୁରୋଂ କା ଷ୍ଟ୍ରାଇକର୍‌ ବୋଲି  କହିଥିଲେ । ତିନି ବିଚାରପତି ଠିଆ  ହୋଇ ପ୍ରଶଂସା କରିଥିଲେ । ଏହା ସହିତ  ଅମିତାଭ ବଚ୍ଚନଙ୍କ ରିୟାଲିଟି ଶା "କୌନ  ବନେଗା କରୋଡପତି’ରେ ଇଣ୍ଡିଆନ  ଆଇଡଲର ପ୍ରଚାର ପାଇଁ ଇପ୍ସିତଙ୍କୁ  ଡକାଯାଇଥିଲା । ସେଠାରେ ମଧ୍ୟ ସେ  ତାଙ୍କର ଯାଦୁଗରୀ ସଂଗୀତ ପରିବେଷଣରେ  ଅମିତାଭଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପିଲାଟି  ଦିନରୁ ଗୀତ ପ୍ରତି ଆକୃଷ୍ଟ ଇପ୍ସିତ ପତି  ଓଡ଼ିଶାର ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ  ଭାଗ ନେଇ ଅନେକ ପୁରସ୍କାର  ପାଇଥିଲେ । ଇଣ୍ଡିଆନ ଆଇଡଲ୍‌ରେ  ଆଗକୁ ଯିବା ପାଇଁ ତାଙ୍କ ସାଧନା ସହିତ  ପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀଙ୍କର  ସଦିଚ୍ଛା ଓ ସାହାଯ୍ୟ ଭିକ୍ଷା କରିଛନ୍ତି ।