ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଆ ଭାଷାରେ ସହଜ ଟାଇପିଂ ପାଇଁ ଆସିଲା ‘ଓଡ଼ିଆ ଲିପି’, ବିକଶିତ କରିଛି ଓଡ଼ିଶା ଭର୍ଚୁଆଲ୍‌ ଏକାଡେମୀ

Published By : Prameya | October 17, 2024 12:46 PM

ଭୁବନେଶ୍ୱର,୧୭/୧୦: ଓଡ଼ିଆ ଭାଷାରେ ସହଜ ଟାଇପିଂ ପାଇଁ ଆସିଲା ‘ଓଡ଼ିଆ ଲିପି’ । ଯାହା ଓଡ଼ିଆ ଭାଷା  ପାଠ୍ୟ ରଚନା ଏବଂ ସମ୍ପାଦନାରେ ବିଶେଷ ସାହାଯ୍ୟ ହେବ । ଓଡ଼ିଶା ସରକାର ଓଡ଼ିଆରେ ଶାସନ ନିଷ୍ପତ୍ତି ନେବା ପରେ ଏବେ  କମ୍ପ୍ୟୁଟରରେ ଓଡ଼ିଆ ଭାଷାର ବ୍ୟବହାରକୁ ସହଜ ଓ ସରଳ  କରିବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ  ଦୃଷ୍ଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ  ଓଡ଼ିଶା ସରକାରଙ୍କ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମୀ ପକ୍ଷରୁ  ଏହି ଟାଇପିଂ ଟୁଲ୍‌ ବା ଉପକରଣ ‘ଓଡ଼ିଆ ଲିପି’ର ଶୁଭାରମ୍ଭ କରାଯାଇଛି । ଏହାକୁ ବିକଶିତ କରିଛି ଭର୍ଚୁଆଲ୍‌ ଏକାଡେମୀ ।  ପ୍ରଥମତଃ ଏହା ୟୁନିକୋଡ୍‌ ଟାଇପିଂ ଉପକରଣ ଏବଂ ଓଡ଼ିଆ  ବୈଷୟିକ ଜ୍ଞାନ କୌଶଳ ଅନୁକୂଳଯୁକ୍ତ । ଏହାଦ୍ୱାରା ଟାଇପିଂକୁ  ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।  

ସୂଚନା ମୁତାବକ, ଅନେକ ଲୋକ ୮-ବିଟ୍‌ ଫଣ୍ଟ ବ୍ୟବହାର  କରୁଛନ୍ତି । ଯାହା ଅନେକ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ଏବଂ ଅପରେଟିଂ  ବ୍ୟବସ୍ଥାରେ କାର୍ଯ୍ୟ କରୁନାହିଁ । ମାତ୍ର ‘ଓଡ଼ିଆ ଲିପି’ ୟୁନିକୋଡ୍‌  ଫଣ୍ଟ୍‌ ବ୍ୟବହାର କରେ । ଯାହା ପ୍ରତି ଟାଇପ୍‌ରେ ସମାନ ଏବଂ  ଠିକ୍‌ ଅକ୍ଷର ଦେଖାଇବ । ଯେହେତୁ ୟୁନିକୋଡ୍‌ ୱିଣ୍ଡୋଜ୍‌,  ମ୍ୟାକ୍‌, ଆଇଓଏସ୍‌, ଲିନକ୍ସ ଏବଂ ଆଣ୍ଡ୍ରଏଡ୍‌ ଦ୍ୱାରା ସମର୍ଥିତ,  ତେଣୁ ଏହା ଓଡ଼ିଆ ଭାଷାରେ ସୂଚନା ଆଦାନ ପ୍ରଦାନକୁ ଅତି  ସହଜ କରିଥାଏ ବୋଲି ଏକାଡେମୀ ଅଧିକାରୀ ଜଣକ କହିଛନ୍ତି ।   

୨୦୧୪ ମସିହାରେ ଷଷ୍ଠ ଭାରତୀୟ ଭାଷା ଭାବରେ  ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ସତ୍ତେ୍ୱ ବି ଏଯାଏ  ଓଡ଼ିଆ ଭାଷାର କମ୍ପ୍ୟୁଟରୀକରଣ ସହଜ ହୋଇପାରିନି ।  ଓଡ଼ିଆ ଟାଇପିଂ ସପ୍ଟୱେର୍‌ ସମାଧାନରେ ୟୁନିକୋଡ୍‌ ସମ୍ପୂର୍ଣ୍ଣ  ଅସମର୍ଥ । ବଡ଼ କଥା ହେଲା³ ବ୍ୟବହୃତ ଏହି ଟୁଲ୍‌ ଗୁଡ଼ିକ  ଓଡ଼ିଆ ବର୍ଣ୍ଣମାଳାକୁ ସମ୍ପୂର୍ଣ୍ଣ ସମର୍ଥନ କରେ ନାହିଁ, ଫଳରେ ଠିକ୍‌  ଅକ୍ଷର ଏବଂ ଫର୍ମାଟିଂ ତ୍ରୁଟିର କାରଣ ହୋଇଥାଏ । ବର୍ତ୍ତମାନ  ମାଇକ୍ରୋସଫ୍ଟର ଇଣ୍ଡିକ୍‌ ଭାଷା ଇନ୍‌ପୁଟ୍‌ ଟୁଲ୍‌ରେ ‘ଆକୃତି’  ଏବଂ ‘ଶ୍ରୀଲିପି’ ଟାଇପିଂ ଉପକରଣ ଅଛି । ଯାହା ଓଡ଼ିଆରୁ  ଇଂରାଜୀକୁ ଅନୁବାଦ କରିବା ପାଇଁ ବ୍ୟବହୃତ ହେଉଛି ।  ଏଥିଲାଗି କେବଳ ‘କଳିଙ୍ଗ’ ନାଁରେ ଗୋଟିଏ ଫଣ୍ଟ୍‌ ରହିଛି ।  

କିନ୍ତୁ ‘ଓଡ଼ିଆ ଲିପି’ ବିକଶିତ କରିଥିବା ପ୍ରସ୍ତୁତକାରୀମାନେ  ୧୦ଟି ୟୁନିକୋଡ୍‌ ଫଣ୍ଟ୍‌ ଏବଂ ଏକ ମାନଚିତ୍ର କରିଛନ୍ତି ।  ଯେଉଁଥିରେ ‘ବର୍ଣ୍ଣବୋଧ’ରେ ଉପଲବ୍ଧ ସମସ୍ତ ଓଡ଼ିଆ  ଅକ୍ଷର, ସଂଖ୍ୟା, ମାତ୍ରା, ଫଳା ଏବଂ ଯୁକ୍ତାକ୍ଷର ରହିଛି ।  ବ୍ୟବହାରକାରୀଙ୍କ ସୁବିଧା ଲାଗି ଟାଇପିଂ ଟୁଲ୍‌ ବା ଉପକରଣରେ  ୪ଟି ଭିନ୍ନ କିବୋର୍ଡ- ଫୋନେଟିକ୍‌, ଟାଇପ୍‌ରାଇଟର୍‌, ଇନ୍‌  ସ୍କ୍ରିପ୍ଟ ଓ ଇଜି ରହିଛି । ଏହା ସହ ଟାଇପିଂ କଲାବେଳେ ପୂର୍ବ  ପ୍ରସ୍ତୁତ କିଛି ଶବ୍ଦର ତାଲିକା ମଧ୍ୟ ଦେଖାଯିବ । ଯାହା ଟାଇପିଂ  ବ୍ୟବସ୍ଥାକୁ ଅଧିକ ସହଜ କରିବ । ଫୋନେଟିକ୍‌ ଓ ସହଜ  କିବୋଡ୍‌ର୍ ଗୁଡ଼ିକ ଇଂରାଜୀ ଫୋନେଟିକ୍ସ ସହିତ କି ଲେଆଉଟ୍‌  ଆଲାଇନ୍‌ କରିଛି । ଫଳରେ ବ୍ୟବହାରକାରୀ ଏହି ଅନୁକୂଳ  ଡିଜାଇନ୍‌ ଓଡ଼ିଆ ଟାଇପ୍‌କୁ ଠିକଣା ଭାବେ ବ୍ୟବହାର  କରିପାରିବେ । ‘ଓଡ଼ିଆ ଲିପି’କୁ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମୀ  ୱେବ୍‌ସାଇଟ୍‌ରୁ ମାଗଣାରେ ଡାଉନ୍‌ଲୋଡ୍‌ କରିପାରିବେ ।  ସେହିପରି ସାନ୍ତାଳୀ ଭାଷା ପାଇଁ ମଧ୍ୟ କିବୋର୍ଡ ଏବଂ ଫଣ୍ଟ୍‌  ବିକଶିତ କରାଯାଇଛି । ଡାଉନ୍‌ଲୋଡ୍‌ ବି ମାଗଣାରେ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.