ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବନ୍ଦର ଭିତ୍ତିକ ଅଭିବୃଦ୍ଧିର ବଡ଼ ସମ୍ଭାବନା: ପୂର୍ବ ଏସିଆ-ପାସିଫିକକୁ ଦ୍ୱାର ହେବ ଓଡ଼ିଶା

Published By : Prameya | March 2, 2025 2:39 PM

ଭୁବନେଶ୍ୱର,୦୨/୦୩: ଏବେ ରାଜ୍ୟର ବନ୍ଦର  କ୍ଷେତ୍ରକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ନୂଆ ରୋଡ୍‌ମ୍ୟାପ୍‌ ଉପରେ କାର୍ଯ୍ୟ କରୁଛନ୍ତି ।  ଏଥର ରାଜ୍ୟ ବଜେଟରେ ବନ୍ଦର ବିକାଶ ଲାଗି  ୭୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏଭଳି  ସ୍ଥିତିରେ ନୌପରିବହନ କ୍ଷେତ୍ରରେ ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ରାଜ୍ୟ  ଦ୍ୱାରା ପାଲଟିବାର ଢ଼େର ସମ୍ଭାବନା ରଖୁଛି । ଯାହା  ବନ୍ଦର ଭିତ୍ତିକ ବିକାଶ କ୍ଷେତ୍ରରେ ରାଜ୍ୟ ଲାଗି ନୂଆ  ସୁଯୋଗ ଆଣିବ ଆଣିବ ବୋଲି ଆଶା କରାଯାଉଛି ।  

ରାଜ୍ୟର ଇଞ୍ଚୁଡ଼ି ଏବଂ ବାହୁଦାରେ ନୂଆ ବନ୍ଦର  ଆସିବାକୁ ଯାଉଛି । ପାରାଦୀପ, ଧାମରା ଏବଂ  ଗୋପାଳପୁର ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିଛି ।  ସୁବର୍ଣ୍ଣରେଖା ବନ୍ଦର ମଧ୍ୟ ଏକ ପ୍ରମୁଖ ବନ୍ଦର  ଭାବେ ଉଭା ହେଉଛି । ଏହାକୁ ଦେଖିଲେ ଏହି  ବନ୍ଦରଗୁଡ଼ିକ ରାଜ୍ୟର ରପ୍ତାନି ଏବଂ ଆମଦାନିର  ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି  ଆକଳନ କରାଯାଇଛି । ଓଡ଼ିଶାର ବନ୍ଦରଗୁଡ଼ିକରୁ  ଚୀନ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଦକ୍ଷିଣକୋରିଆ  ଏବଂ ଜାପାନ ଭଳି ଦେଶଗୁଡ଼ିକ ସହ କାରବାରକୁ  ଆହୁରି ଦୃଢ଼ୀକରଣ ଲକ୍ଷ୍ୟ ରଖାଯାଇଛି ।  

ଇଣ୍ଟରନ୍ୟାସ୍‌ନାଲ ଟ୍ରେଡ୍‌ ସେଣ୍ଟର ଡାଟା  ମୁତାବକ, ୨୦୨୩-୨୪ରେ ପୂର୍ବ, ଦକ୍ଷିଣ ଏସିଆ  ଏବଂ ପାସିଫିକ ଅଞ୍ଚଳ ସହ ଦେଶର ମୋଟ  କାରବାର ୩୩୬ ବିଲିୟନ ଡଲାର ରହିଛି । ଏହା  ମଧ୍ୟରେ ରପ୍ତାନି ୧୦୮.୩ ବିଲିୟନ ଡଲାର ଏବଂ  ଆମଦାନି ୨୫୪.୬ ବିଲିୟନ ଡଲାର । ଏହି  ସମୟରେ ଓଡ଼ିଶାର ମର୍ଚ୍ଚାଣ୍ଡାଇଜ ରପ୍ତାନି ୧୨  ବିଲିୟନ ଡଲାର ରହିଛି । ଚୀନ ସହ ଦେଶ ୧୩୮  ବିଲିୟନ ଡଲାରର କାରବାର କରିଥିବା ବେଳେ  ଇଣ୍ଡୋନେସିଆ ୩୧ ବିଲିୟନ ଡଲାର, ଅଷ୍ଟ୍ରେଲିଆ  ୨୬.୩ , ଜାପାନ ୨୩.୮ ଏବଂ ଦକ୍ଷିଣ କୋରିଆ  ୨୫.୯ ବିଲିୟନ ଡଲାରର କାରବାର ଭାରତ ସହ  କରୁଛି । ଏହି ସବୁ ଦେଶ ଗୁଡ଼ିକ ସହ ବିବିଧ ବର୍ଗର  ସାମଗ୍ରୀ ରପ୍ତାନି ଆମଦାନି ହେଉଥିବା ବେଳେ  ରାଜ୍ୟର ବନ୍ଦର ଗୁଡିକ ଲାଗି ଏହା ସୁଯୋଗ ସୃଷ୍ଟି  କରିବ ବୋଲି କୁହାଯାଉଛି । 

ରାଜ୍ୟର ପାରାଦୀପ ବନ୍ଦରରୁ ପାମ ଅଏଲ  ଏବଂ ଫ୍ରାକ୍ସନ, ଲୌହ, ଇସ୍ପାତ, ଷ୍ଟେନ୍‌ଲେସ  ଇସ୍ପାତ, ଆଲୁମିନିୟମ ଅକ୍ସାଇଡ, ହାଇଡ୍ରୋକ୍ସାଇଡ,  ଆଲୁମିନିୟମ ଅକ୍ସାଇଡ, ଆଲୁମିନିୟମ ଆର୍ଟିକିଲସ  ଏବଂ ଫ୍ଲାଟ ଓ ରୋଲ୍‌ ପ୍ରଡକ୍ଟ ଆମଦାନି ରପ୍ତାନି  ହେଉଛି । ପାରାଦୀପ ରାଜ୍ୟର ଏକ ମାତ୍ର ପ୍ରମୁଖ  ବନ୍ଦର । ସାରା ଦେଶରେ ଏହା ୮ମ ବୃହତ୍‌  ବନ୍ଦର ହୋଇଥିବା ବେଳେ ପୂର୍ବତଟରେ ପ୍ରମୁଖ ବନ୍ଦର। ଦକ୍ଷିଣ ଏସୀୟ ଦେଶ ଭିଏତନାମ,  କାମ୍ବୋଡିଆ, ଲାଓସ ଏବଂ ଇଣ୍ଡୋନେସିଆ ଭଳି  ସ୍ଥାନଗୁଡିକୁ ଏଠାରୁ ନୌପରିବହନ ଦୃଢ଼ୀକରଣ  କରାଯାଇପାରିବ । 

୨୦୨୩-୨୪ରେ ପାରାଦୀପ ବନ୍ଦର ୧୪୫.୪  ନିୟୁତ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା କରିଛି ।  ୨୦୧୭-୨୮ ପରଠୁ ଏଥିରେ ବାର୍ଷିକ ୬.୧%  ହାରରେ ବୃଦ୍ଧି ହେଉଛି । ୨୦୨୪-୨୫ରେ ୧୦୦  ଦିନରେ ରେକର୍ଡ ୪୧.୧ ନିୟୁତ କାର୍ଗୋ ପରିଚାଳନା  କରିବାକୁ ଏହି ବନ୍ଦର ସକ୍ଷମ ହୋଇଥିଲା ।  ପାରାଦୀପ ବନ୍ଦରରୁ ରପ୍ତାନି ଗତ ୫ ବର୍ଷରେ  ୪୩.୬%କୁ ବଢ଼ିଛି । ରାଜ୍ୟର ୩ ପ୍ରମୁଖ ବନ୍ଦର  ୨୦୦ ମେଟ୍ରିକ ଟନ୍‌ରୁ ଊଦ୍ଧ୍ୱର୍ ସାମଗ୍ରୀ ପରିବହନ  କରିଛନ୍ତି । ରପ୍ତାନି ଏବଂ କାର୍ଗୋ ପରିଚାଳନା  କ୍ଷେତ୍ରରେ କୋଇଲାର ଅଂଶ ସର୍ବାଧିକ ୪୫%  ରହିଛି । ୨୦୨୩-୨୪ରେ ଗୋପାଳପୁର ବନ୍ଦର  ୧୧.୪ ନିୟୁତ ଟନ୍‌ କାର୍ଗୋ ପରିଚାଳନା କରିଛି ।  ଏହି ବନ୍ଦରକୁ ମଲ୍ଟି କାର୍ଗୋ ପରିଚାଳନା ପୋର୍ଟ  ଭାବେ ବିକଶିତ କରିବା ସହ ଏହାର କ୍ଷମତାକୁ  ୫୦ ନିୟୁତ ଟନ୍‌କୁ ବଢ଼ାଇବା ଲକ୍ଷ୍ୟ ରଖିଛନ୍ତି  ରାଜ୍ୟ ସରକାର । 

ସେହିଭଳି ଏହି ଅବଧିରେ ଧାମରା ପୋର୍ଟ  ୪୨.୭ ନିୟୁତ ମେଟ୍ରିକ ଟନ୍‌ କାର୍ଗୋ ପରିଚାଳନା  କରିଛି । ଏହି ବନ୍ଦରର କ୍ଷମତା ୪୫ ନିୟୁତ ଟନ୍‌  ରହିଛି । ଏନ୍‌୫ ଏବଂ ୬୪ ବାଦ ରାଜ୍ୟରେ ୨୦୨୩  ସୁଦ୍ଧା ୬ ଜାତୀୟ ରାଜପଥ କାର୍ଯ୍ୟକ୍ଷମ ହେବ । ଏହା  ଦ୍ୱାରା ନୌପରିବହନ କାର୍ଯ୍ୟକଳାପ ଆହୁରି ଦୃଢ଼  ହେବ ବୋଲି ରିପୋର୍ଟରେ କୁହାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.