ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଓଡ଼ିଶାକୁ ମିଳିପାରେ ୪ ଅମ୍ରିତ ଭାରତ ଏକ୍ସପ୍ରେସ୍‌: ସୁରଟ, ପୁନେ ଓ ଲକ୍ଷ୍ନୌ ସହ ପୁରୀକୁ ଯୋଡ଼ିବ

Published By : Prameya | October 18, 2024 1:38 PM

ଭୁବନେଶ୍ୱର,୧୮/୧୦: ଓଡ଼ିଶାକୁ  ମିଳିପାରେ ୪ ଅମ୍ରିତ ଭାରତ ଏକ୍ସପ୍ରେସ୍‌ । ଯାହା  ଦ୍ୱାରା ମଧ୍ୟବିତ୍ତ ଓ ସ୍ୱଳ୍ପ ରୋଜଗାରକ୍ଷମ ସାଧାରଣ ଯାତ୍ରୀ ସେମି ହାଇସ୍ପିଡ୍‌ ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରା  କରିବାର ସୁଯୋଗ ପାଇପାରିବେ । ସ୍ୱଳ୍ପ ଅର୍ଥରେ  ଦ୍ୱିତୀୟ ଶ୍ରେଣୀ ଓ ଅଣସଂରକ୍ଷିତ ଟିକେଟରେ ଶୀଘ୍ର  ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ । ଏହି ଟ୍ରେନ୍‌ରେ  ଏସି କୋଚ୍‌ ରହିବ ନାହିଁ । ମାତ୍ର ଅତ୍ୟାଧୁନିକ  ପୁସ୍‌-ପୁଲ୍‌ ବ୍ୟବସ୍ଥା ଯୋଗୁଁ ଏଥିରେ ଆରାମଦାୟକ  ଯାତ୍ରା ମିଳିପାରିବ । ପୁରୀରୁ ସୁରଟ, ପୁରୀରୁ ପୁନେ ଓ  ପୁରୀରୁ ଲକ୍ଷ୍ନୌକୁ ଚାଲିବ ଅମ୍ରିତ ଭାରତ ଏକ୍ସପ୍ରେସ୍‌।  

ଏହା ବ୍ୟତୀତ ଅନ୍ୟ ଏକ ଅମ୍ରିତ ଭାରତ  ଏକ୍ସପ୍ରେସ୍‌ ହାଓଡ଼ାରୁ ବେଙ୍ଗାଲୁରୁକୁ ଓଡ଼ିଶା ଦେଇ ଯାତ୍ରା କରିବ । ଯାହା ବାଲେଶ୍ୱର, ଭଦ୍ରକ,  କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍‌ ଓ ବ୍ରହ୍ମପୁର  ଷ୍ଟେସନ୍‌ ହୋଇ ଯିବ । ତେବେ କେଉଁ ଦିନ,  କେଉଁ ସମୟରେ ଚଳାଚଳ କଲେ ଠିକ ହେବ,  ସେ ନେଇ ମତାମତ ଲୋଡ଼ାଯାଇଛି । ଏହି  ରୁଟ୍‌ରେ କେତେ ଚାହିଦା ରହିଛି ଜାଣିବା ପରେ  ରେଳ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ଦେବ । ଅନୁମତି  ମିଳିବା ପରେ ହିଁ ଅମ୍ରିତ ଭାରତ ଏକ୍ସପ୍ରେସ୍‌  ଚଳାଚଳ କରିବ ବୋଲି ଇଷ୍ଟକୋଷ୍ଟ ରେଲ  ଫ୍ୟାନ୍ସର ପ୍ରତିଷ୍ଠାତା ଅଂଶୁମାନ ଶତପଥୀ ସୂଚନା  ଦେଇଛନ୍ତି । ତେବେ ଏ ନେଇ ରେଳ ବିଭାଗ  ପକ୍ଷରୁ ବିଧିବଦ୍ଧ କୌଣସି ସୂଚନା ମିଳିପାରିନାହିଁ ।  

ଏହି ଅମ୍ରିତ ଭାରତ ଏକ୍ସପ୍ରେସ୍‌ର ପ୍ରତିଟି  ଟ୍ରେନ୍‌ରେ ୨୨ଟି କୋଚ୍‌ ରହିବ । ସେଥି ମଧ୍ୟରୁ ୧୨ଟି  ଦ୍ୱିତୀୟ ଶ୍ରେଣୀ ସ୍ଲିପର୍‌ କୋଚ୍‌, ୮ଟି ଅଣସଂରକ୍ଷିତ  ତଥା ସାଧାରଣ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ।  ଅବଶିଷ୍ଟ ୨ଟି କୋଚ୍‌ ଗାର୍ଡ କମ୍ପାର୍ଟମେଣ୍ଟ ଭାବେ  କାର୍ଯ୍ୟ କରିବ । ମୋବାଇଲ୍‌ ଚାର୍ଜ ପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା ଥିବ । ଘଣ୍ଟାପ୍ରତି ସର୍ବାଧିକ ୧୩୦  କିଲୋମିଟର ବେଗରେ ଏହି ଟ୍ରେନ୍‌ ଗତି କରିବ ।  ଏହି ଟ୍ରେନକୁ୍‌ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ଅଯୋଧ୍ୟା ଧାମ ଷ୍ଟେସନରେ ୨୦୨୩  ଡିସେମ୍ବର ୩୦ ତାରିଖରେ ଲୋକାର୍ପିତ କରିଥିଲେ ।  ଯାହା ଦରଭଙ୍ଗାରୁ ଅଯୋଧ୍ୟା ଧାମ ହୋଇ  ଆନନ୍ଦବିହାର ଟର୍ମିନାଲ୍‌ ମଧ୍ୟରେ ଚଳାଚଳ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.