ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ଅକ୍ଟୋବରରେ ୪୫୯୨ କୋଟି ଜିଏସ୍‌ଟି ସଂଗ୍ରହ କଲା ଓଡ଼ିଶା, ଦେଶରେ ୧.୮୭ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

Published By : Prameya | November 2, 2024 8:53 AM

ଭୁବନେଶ୍ୱର/ନୂଆଦିଲ୍ଲୀ,୦୨/୧୧: କେନ୍ଦ୍ର ସରକାର ଚଳିତ ବର୍ଷ ଅକ୍ଟୋବର ମାସରେ ସାମଗ୍ରୀ  ଓ ସେବା ଟିକସ (ଜିଏସ୍‌ଟି) ବାବଦକୁ ୧.୮୭ ଲକ୍ଷ  କୋଟି ଟଙ୍କା ଆଦାୟ କରିଛନ୍ତି । ବାର୍ଷିକ ଭିତ୍ତିରେ  ଏଥିରେ ୯% ଅଭିବୃଦ୍ଧି ହୋଇଛି । ସମାନ ସମୟରେ  ଓଡ଼ିଶାରେ ଜିଏସ୍‌ଟି ଆଦାୟ ୧୦% ବୃଦ୍ଧି ହୋଇ  ୪୫୯୨ କୋଟି ଟଙ୍କା ଛୁଇଁଛି । ଅର୍ଥ ମନ୍ତ୍ରଣାଳୟ  ପକ୍ଷରୁ ଜାରି ରିପୋର୍ଟରୁ ଏହା ଜଣାପଡ଼ିଛି ।  

ଘରୋଇ ବଜାରରେ ବିକ୍ରି ବୃଦ୍ଧି ଏବଂ  ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟ  ବଢ଼ିଛି । ଅକ୍ଟୋବରର ସଂଗୃହିତ ମୋଟ ଜିଏସ୍‌ଟି ମଧ୍ୟରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି,  ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି ଏବଂ ୯୯,୧୧୧  କୋଟିର ସମନ୍ୱିତ ଜିଏସ୍‌ଟି ରହିଛି । ଏହି ମାସରେ ୧୨,୫୫୦ କୋଟିର କ୍ଷତିପୂରଣ ସେସ୍‌ ମଧ୍ୟ ଆଦାୟ  ହୋଇଛି । 

ଘରୋଇ ବଜାରରେ ନେଣଦେଣରୁ ଟିକସ  ୧୦.୬% ବୃଦ୍ଧି ହୋଇ ୧.୪୨ ଲକ୍ଷ କୋଟି ଟଙ୍କା  ଛୁଇଁଛି । ସେହିଭଳି ଆମଦାନିରୁ ପ୍ରତ୍ୟକ୍ଷ ଟିକସ  ୪% ବଢ଼ି ୪୫,୦୯୬ କୋଟି ଟଙ୍କା ରହିଛି ।  ସରକାର ଏହି ମାସରେ ୧୯,୩୦୬ କୋଟିର  ରିଫଣ୍ଡ ଜାରି କରିଛନ୍ତି । ଯାହା ୧୮.୨% ଅଭିବୃଦ୍ଧି । 

ଗୋଟିଏ ବର୍ଷ ତଳେ ଅକ୍ଟୋବରରେ କେନ୍ଦ୍ର  ସରକାରଙ୍କ ଜିଏସ୍‌ଟି ଆଦାୟ ୧.୭୨ ଲକ୍ଷ କୋଟି  ଟଙ୍କା ରହିଥିଲା । ତେବେ ମୋଟ ଟିକସ ସଂଗ୍ରହ  ଦୃଷ୍ଟିକୋଣରୁ ଚଳିତ ବର୍ଷ ଅକ୍ଟୋବରରେ ଦ୍ୱିତୀୟ  ସର୍ବାଧିକ ଆଦାୟ ହୋଇଛି । ଏହା ପୂର୍ବରୁ ଏପ୍ରିଲ ୨୦୨୪ରେ ୨.୧୦ ଲକ୍ଷ କୋଟି ଏବଂ ଏପ୍ରିଲ  ୨୦୨୩ରେ ୧.୮୭ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ ହୋଇଥିଲା । 

ଚଳିତବର୍ଷ ସେପ୍ଟେମ୍ବରରେ  ସରକାର ୧.୭୩ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ  କରିଥିଲେ । ରିଫଣ୍ଡ ପରେ ନେଟ୍‌ ୧.୬୮ ଲକ୍ଷ  କୋଟିର ଜିଏସ୍‌ଟି ରାଜକୋଷକୁ ଆସିଛି । ଗତ  ବର୍ଷ ଅକ୍ଟୋବର ତୁଳନାରେ ଏହା ୮% ଅଧିକ ।  ଲଗାତର ୩ ମାସ ଧରି ପରୋକ୍ଷ ଟିକସ ସଂଗ୍ରହ ଅଭିବୃଦ୍ଧିରେ ଏହା ତୃତୀୟ ମାସ । ସେପ୍ଟେମ୍ବର  ମାସରେ ମୋଟ ଜିଏସ୍‌ଟି ଆଦାୟ ୬.୫% ବୃଦ୍ଧି  ହୋଇଥିଲା । ପ୍ରଥମ ତ୍ରୈମାସରେ ହାରାହାରି ୧.୮୬  ଲକ୍ଷ କୋଟି ଜିଏସ୍‌ଟି ରାଜକୋଷକୁ ଆସିଥିବା  ବେଳେ ଦ୍ୱିତୀୟ ତ୍ରୈମାସରେ ଏହା ୧.୭୭ ଲକ୍ଷ  କୋଟି ଟଙ୍କାକୁ ଖସିଛି। 

ଅକ୍ଟୋବର ଯାଏ ଲଗାତାର  ୮ ମାସ ଧରି ପରୋକ୍ଷ ଟିକସ ଆଦାୟ ୧.୭ ଲକ୍ଷ  କୋଟି ଟଙ୍କା ଟପୁଛି । ୨୦୨୪-୨୫ର ପ୍ରଥମ ତ୍ରୈମାସରେ ୧୦.୮୭ ଲକ୍ଷ କୋଟିର ଜିଏସ୍‌ଟି  ରାଜକୋଷକୁ ଆସିଥିଲା । ଏହା ଗତ ଆର୍ôଥକ ବର୍ଷ ପ୍ରଥମ ତ୍ରୈମାସ  ତୁଳନାରେ ୯.୫% ଅଧିକ । ଜିଏସ୍‌ଟି ଆଦାୟରେ  ଲଗାତର ଉନ୍ନତି ଅର୍ଥନୀତିର ଉନ୍ନତ ସ୍ଥିତିକୁ  ଦେଖାଇଥାଏ । କେପିଏମ୍‌ଜିର ଜାତୀୟ ମୁଖ୍ୟ ଅଭିଷେକ ଜୈନ କୁହନ୍ତି, ସର୍ବାଧିକ ଜିଏସ୍‌ଟି  ସଂଗ୍ରହ ଅର୍ଥବ୍ୟବସ୍ଥାର ଦୃଢ଼ତାକୁ ଦେଖାଇଥାଏ ।  

ଡେଲୋଏଟ ଇଣ୍ଡିଆର ପାର୍ଟନର ଏମ୍‌ଏସ୍‌ ମଣି  କହିଛନ୍ତି, ପାର୍ବଣ ଋତୁ ଏବଂ ଅନୁପାଳନରେ ଉନ୍ନତି  ଯୋଗୁ ଏହାର ଭଲ ପ୍ରଭାବ ଟିକସ ଆଦାୟ ଉପରେ  ରହିଛି । ବଡ଼ ରାଜ୍ୟଗୁଡିକର ଜିଏସ୍‌ଟି ଆଦାୟ ୯%  ବୃଦ୍ଧି ହୋଇଛି । ଛୋଟ ରାଜ୍ୟ ଗୁଡିକର ହାରାହାରି  ଟିକସ ଆଦାୟ କମିଛି । କେନ୍ଦ୍ର ସରକାର ୨୦୧୭  ଜୁଲାଇରେ ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ ।  ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୭ ଟିକସ  ଏବଂ ୧୩ ଉପଟିକସକୁ ବିଲୀନ କରାଯାଇଥିଲା ।  ଜିଏସ୍‌ଟିର ୭ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର  ଏହାର ଉପଲବ୍ଧତାକୁ ନେଇ ଏକ ପୋଷ୍ଟ ଜାରି  କରିଥିଲେ । ଜିଏସ୍‌ଟିରେ ଏବେ ୫, ୧୨, ୧୮  ଏବଂ ୨୮ ଭଳି ୪ଟି ସ୍ଲାବ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.