ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୋଲିଲା କାଉଣ୍ଟର, ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ୍

Published By : Rasmita Pradhan | February 5, 2025 10:16 AM

କଟକ, ୦୫/୦୨ : ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ। ସମୟ ଯେତିକି ପାଖେଇ ଆସୁଛି,ମ୍ୟାଚକୁ  ନେଇ ଉତ୍କଣ୍ଠା  ବଢ଼ି ବଢ଼ି ଚାଲିଛି । ଆଜିଠୁ କାଉଣ୍ଟରରେ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ କ୍ରିକେଟ ପ୍ରେମୀ ଲାଇନ୍ ଲଗାଇଛନ୍ତି। ଟିକେଟ ପାଇଁ ରାତି ସାରା ଧାଡି ବାନ୍ଧି ଉଜାଗର ରହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଟିକେଟ ପାଇଁ ଧାଡ଼ି ଲମ୍ଵାଇଛନ୍ତି। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରର ବ୍ୟବସ୍ଥା ହୋଇଛି । ଟିକେଟ୍‌ ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାରିକେଡ ବନ୍ଧା ଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। 

ସୂଚନାନୁଯାୟୀ, ସକାଳ ୯ଟାରୁ  କ୍ରିକେଟ୍ ପ୍ରେମୀଙ୍କ ପାଇଁ ଟିକେଟ୍ କାଉଣ୍ଟର ଖୋଲିବାର ଥିଲା। ହେଲେ କାଉଣ୍ଟର ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇଛି। ଆସନ୍ତାକାଲି ( ଗୁରୁବାର) ମଧ୍ୟ ଦର୍ଶକଙ୍କ ପାଇଁ କାଉଣ୍ଟର ଖୋଲା ରହିବ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକେଟ୍‌ ବିକ୍ରି ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଗତ ୨ ତାରିଖରେ ଅନଲାଇନ୍‌ରେ ଟିକେଟ ବୁକିଂ କରି ପାରିନଥିବା କ୍ରିକେଟପ୍ରେମୀ ଆଜିର  ଦିନକୁ  ଅପେକ୍ଷା କରି ରହିଥିଲେ। ଷ୍ଟାଡିୟମ ନିକଟରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି । ସମସ୍ତ ଗ୍ୟାଲେରୀ ଏବଂ ଦାମୀ ଟିକେଟକୁ ମିଶାଇ ୧୧,୦୮୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି  ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । 

ଏହି ଖବରଟିକୁ ପଢନ୍ତୁ-ପୁଣିଥରେ ଆରସିବି କ୍ୟାପଟେନ୍‌ ହେବେ ବିରାଟ କୋହଲି! ବଡ଼ ଅପ୍‌ଡେଟ୍‌ ଦେଲା ଫ୍ରାଞ୍ଚାଇଜ

ପ୍ରକାଶ ଥାଉକି, ହର୍ସଗେଟ୍‌ ନିକଟରେ ଗୋଟିଏ କାଉଣ୍ଟର ଖୋଲିଛି। ଏଠାରେ ସ୍ପେଶିଆଲ ଏନକ୍ଲୋଜର, ଏସି ବକ୍ସ, କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନ ଆଦି ଟିକେଟ ମିଳୁଛି। ଉଭୟ ପୁରୁଷ ଏବଂ ମହିଳାଙ୍କ ନିମନ୍ତେ ଗୋଟିଏ ଧାଡ଼ି ହୋଇଛି। ବାସ୍କେଟବଲ ଗ୍ରାଉଣ୍ଡ ନିକଟ ତଥା ଫାଟକ ନଂ-୧୩ ନିକଟରେ ୩ଟି କାଉଣ୍ଟର ଖୋଲିଛି । ଏହି ସବୁ କାଉଣ୍ଟରରେ କେବଳ ଗ୍ୟାଲେରୀ ଟିକେଟ୍‌ ବିକ୍ରି ହେଉଛି । ଗୋଟିଏ କାଉଣ୍ଟର କେବଳ ମହିଳାଙ୍କ ପାଇଁ ରହିଛି। ଅନ୍ୟ ଦୁଇଟି କାଉଣ୍ଟରରେ ପୁରୁଷମାନଙ୍କୁ ଟିକେଟ୍‌ ମିଳୁଛି । 

ଜଣେ ବ୍ୟକ୍ତିଙ୍କୁ ଦୁଇଟି ଟିକେଟ୍‌ ମିଳିବ । ଏ ନେଇ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଓସିଏ ଏକାଡେମୀ ନିକଟରେ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି । ଟିକେଟ କ୍ରେତାଙ୍କ ନିମନ୍ତେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏକାଡେମୀ ନିକଟରେ ବିଶ୍ରାମଗୃହ ଏବଂ ପାନୀୟଜଳ ବ୍ୟବସ୍ଥା ରହିଛି । ଦର୍ଶକମାନେ ଯେମିତି ଶାନ୍ତି ଶୃଙ୍ଖଳାର ସହ ଟିକେଟ୍‌ କିଣି ଘରକୁ  ଫେରିବେ ସେଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଟିକେଟ୍‌ ମୂଲ୍ୟ ୯୦୦ରୁ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.