ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନୂଆ ସକାଳ ଦେଖିବ ଚିଲିକା ‘ରାତିର ରାଣୀ’, ବଂଶ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ସରକାର

Published By : Rasmita Pradhan | May 8, 2025 8:36 AM

ପୁରୀ, ୦୮/୦୫ : ଚିଲିକାର ରାତିର ରାଣୀ ଭାବେ ପରିଚିତ ଚିଲିକା ମଇଁଷିଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସାରା ଭାରତ ବର୍ଷରେ କେବଳ ଚିଲିକା ଉପକୂଳରେ ଦେଖାଯାଉଥିବା ଏହି ଦୁର୍ଲ୍ଲଭ ପ୍ରାଣୀଙ୍କ ବଂଶବୃଦ୍ଧି ପାଇଁ ଯୋଜନା କରିଛନ୍ତି ସରକାର । ଏହାଛଡ଼ା ଏହି ମଇଁଷି ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ପାଇଁ ବଜାର ସୃଷ୍ଟି କରିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଛି । ଏନେଇ ତୃଣମୂଳ ସ୍ତରରୁ ସ୍ଥିତି ପରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗର ନିର୍ଦ୍ଦେଶକ ତଥା ଓମ୍‌ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ । ସମ୍ପର୍କ ସଙ୍ଗଠନ ତରଫରୁ ଜିଲ୍ଲା ପ୍ରାଣୀଧନ ବିଭାଗ ଏବଂ ଚିଲିକା ମଇଁଷି ପାଳକ ସଂଘର ମିଳିତ ଆନୁକୂଲ୍ୟରେ ଭାବକୁଣ୍ଡଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳର ମଇଁଷି ଚାଷୀଙ୍କୁ ନେଇ ଏକ ଚାଷୀ ସମାବେଶ ହୋଇଛି । ସମ୍ପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ ବୈଠକର ସଂଯୋଜନା କରିଥିଲେ । 

ବୈଠକରେ ମଇଁଷି ପାଳକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଚିଲିକା ମଇଁଷି କ୍ଷୀରର ଉପଯୁକ୍ତ ବଜାର ମୂଲ୍ୟ ପାଇଁ ସୋସାଇଟି ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଓଡ଼ିଶା ଲାଇଭଷ୍ଟକ୍‌ ରିସର୍ଚ୍ଚ ଡେଭଲପମେଣ୍ଟ ସୋସାଇଟି (ଓଏଲ୍‌ଆର୍‌ଡିଏସ୍‌) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହାଡ଼ିବନ୍ଧୁ ଭୋଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରୁ ସଂଗୃହୀତ ପରାମର୍ଶ ଆଧାରରେ ନରେଗା ଯୋଜନାରେ ମଇଁଷି ଚାଷୀଙ୍କୁ ଗୁହାଳ ସହାୟତା ପ୍ରଦାନ ସହ ଓମ୍‌ଫେଡ୍‌ ସହଯୋଗରେ ବ୍ରହ୍ମଗିରି କୃଷ୍ଣପ୍ରସାଦ ଅଞ୍ଚଳର ସାତପଡ଼ା, ମାଣିକ ପାଟଣା, କୁରୁପାଳ, କୃଷ୍ଣପ୍ରସାଦ ଗଡ଼, ମାଲୁଦ, ଗମ୍ଭାରୀଠାରେ ଚିଲିକା ମଇଁଷି କ୍ଷୀରକୁ ନେଇ ଦୁଗ୍ଧ ଶୀତଳୀକରଣ ଭଣ୍ଡାର ଶୀଘ୍ର ସ୍ଥାପନ କରିବାକୁ ପ୍ରତିଶ୍ରୁତି ମିଳିଛି । ଚିଲିକା ମଇଁଷିମାନଙ୍କର ନିୟମିତ କ୍ଷୀରର ରେକର୍ଡ଼ କରାଯାଇ ଅଧିକ କ୍ଷୀର ଦେଉଥିବା ମଇଁଷିମାନଙ୍କର ସୂଚୀ ପ୍ରସ୍ତୁତ କରି ସେମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମଧ୍ୟ ଯୋଜନା ହୋଇଛି । ବ୍ରିଡ୍‌ ସଂରକ୍ଷଣ ପାଇଁ ଅଣ୍ଡିରା ମଇଁଷି (ପଣ୍ଡା) ବିଭିନ୍ନ ଗୋଠରେ ଅଦଳବଦଳ କରାଯିବ ବୋଲି ମଧ୍ୟ ଯୋଜନା କରାଯାଇଛି । ବିଭିନ୍ନ ସରକାରୀ ଯୋଜନାରେ ପଞ୍ଚାୟତମାନଙ୍କରେ ପୋଖରୀ ଖୋଳାଯିବ । 

ପ୍ରାଥମିକ ପର୍ଯ୍ୟାୟରେ ସାତପଡ଼ା, ମାଣିକପାଟଣା, କୁରୁପାଳ, କୃଷ୍ଣପ୍ରସାଦଗଡ଼, ମାଲୁଦ, ଗମ୍ଭାରୀରେ ଚିଲିକ ମଇଁଷି କ୍ଷୀରର ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରି ଓମଫେଡ୍‌ ମାଧ୍ୟମରେ ବଜାରରେ ସୁଲଭ ଦରରେ ବିକ୍ରୟ କରିବାକୁ ଯୋଜନା ହୋଇଛି । ଉକ୍ତ କ୍ଷୀରରୁ ଦହି, ଖୁଆ ପ୍ରସ୍ତୁତ କରି ଉପଲବ୍ଧ କରାଯିବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ । ବୈଠକରେ ମଇଁଷି ଚାଷୀ ଉପେନ୍ଦ୍ର ଜେନା, ପିଣ୍ଟୁ ବେହେରା, ଟୁଲୁ ମାଝୀ, ପ୍ରସନ୍ନ କୁମାର ତରାଇ, କାଳୁରାମ ଖୁଣ୍ଟିଆ, ବିଚିତ୍ର ଜେନା, ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଏମ୍‌ ପୁମୁଲ ତାପସ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶରତ ଚନ୍ଦ୍ର ବେହେରା, ଡା. ରାଜେଶ ପାଣିଗ୍ରାହୀ, ଡା. ସୁଦତା ପଟ୍ଟନାୟକ, ଡା. ବିଶ୍ୱଜିତ ବେହେରା, ଡା. ଗୁରୁ ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତି ଥିଲେ। 

ସୂଚନାଥାଉକି, ସମ୍ପର୍କ ଅନୁଷ୍ଠାନ ତରଫରୁ ଚିଲିକା ମଇଁଷି ସଂରକ୍ଷଣ ପାଇଁ କରାଯାଇଥିବା ବିଭିନ୍ନ ଦାବିର ଉତ୍ତରରେ ଓଏଲ୍‌ଆର୍‌ଡିଏସ୍‌ କିଛିଦିନ ତଳେ ଚିଠି କରିଥିଲା । ଚିଠିରେ ଚିଲିକା ମଇଁଷି ପାଇଁ ଆଶ୍ରୟସ୍ଥଳୀର ନିର୍ମାଣ, ଗୋସମ୍ପଦ ବୀମା ଯୋଜନା ଏବଂ ଜାତୀୟ ପଶୁପାଳନ ମିଶନ ଅଧୀନରେ ଚାଷୀମାନେ ସେମାନଙ୍କର ମଇଁଷିଗୁଡ଼ିକୁ ବୀମା କରିବାର ସୁବିଧା ପ୍ରଦାନ ଭଳି ବିଭିନ୍ନ ଦାବି ପୂରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ଚିଲିକା ମଇଁଷି ପାଳନକୁ ସାମିଲ କଲେ ଅଧିକରୁ ଅଧିକ ଯୁବପିଢ଼ି ଚିଲିକା ମଇଁଷି ପାଳନ କରିବାକୁ ଆଗ୍ରହୀ ହେବେ ବୋଲି ଅନୁଷ୍ଠାନ ତରଫରୁ ଦାବି ରଖାଯାଇଛି ।

ଏହି ଖବରଟିକୁ ପଢନ୍ତୁ-ଆତଙ୍କୀ ହମଲାରୁ ହିଁ ପରମାଣୁ ଯୁଦ୍ଧର ହେବ ସୂତ୍ରପାତ, ପ୍ରାଣ ହରାଇବେ ୫ ରୁ ୧୨ କୋଟି ଲୋକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.