ଭୁବନେଶ୍ୱର ୦୧/୦୧: ଏଥର ନୂଆବର୍ଷ ଉତ୍ସବ ପାଳିବେନି  ବିରୋଧୀ ଦଳ ନେତା ନବୀନ  ପଟ୍ଟନାୟକ । ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ୱର୍ଗତ ମନମୋହନ ସିଂହଙ୍କ  ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ  ଶୋକ ଓ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ  ଚାଷୀଙ୍କ ଦୁଃଖରେ ସମବେଦନା  ଜଣାଇ ନବୀନ ବୁଧବାର ନୂଆବର୍ଷ  କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତେଣୁ ଅଭିନନ୍ଦନ ପାଇଁ  କେହି ନବୀନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି ।