ପୁରୀ, ୧୬/୦୭ : ଆରମ୍ଭ ହେଲା ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରାର ଆକର୍ଷଣୀୟ ପରମ୍ପରା ପହଣ୍ଡି ବିଜେ। ଘଣ୍ଟ, ଘଣ୍ଟା, ହରିବୋଲ ହୁଳହୁଳି ଧ୍ଵନିର ତାଳେତାଳେ ରଥକୁ ବିଜେ କରୁଛନ୍ତି ଠାକୁରେ। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଛି। ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ତାଙ୍କ ପରେ ଦେବୀ ସୁଭଦ୍ରା ଏବଂ ଶେଷରେ କାଳିଆ ସାଆନ୍ତେଙ୍କ ପହଣ୍ଡି ହେବ। ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ବଡ଼ଦାଣ୍ଡରେ ଗହଣି ଲାଗିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚର୍ମଚକ୍ଷୁରେ ଏହି ଦିବ୍ୟ ଦୃଶ୍ୟ ଦେଖି କୃତାର୍ଥ ମଣୁଛନ୍ତି। 

ଆହୁରି ପଢନ୍ତୁ- Ratha yatra 2026 : ପ୍ରତିଷ୍ଠା ହେଲା ତିନି ରଥ, ବିଜେ କରିବେ ଠାକୁରେ

ପୁରୀରୁ 🔴 LIVE | ବଡ଼ ଠାକୁରଙ୍କ ପହଣ୍ଡି ବିଜେ, Exclusive Visuals