ପ୍ରମୂଖ ଖବର

ପାକିସ୍ତାନୀ ହମଲାରେ ହୋଇଛି ତୁର୍କୀ ଡ୍ରୋନର ବ୍ୟବହାର , ଗୁଇନ୍ଦା ତଥ୍ୟ ହାସଲ କରିବା ଥିଲା ଉଦ୍ଦେଶ୍ୟ

Published By : Prameya | May 9, 2025 7:09 PM

ନୂଆଦିଲ୍ଲୀ : ଗତକାଲି ରାତିରେ ପାକିସ୍ତାନ, ଭାରତ ବିରୋଧରେ ଅନେକ ଉତ୍ତେଜକ ଓ ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ସମୟରେ ଭାରତୀୟ ସହର ଓ ନାଗରିକ ଭିତ୍ତିଭୂମି ବ୍ୟତୀତ ସାମରିକ ପ୍ରତିଷ୍ଠାନ ଗୁଡ଼ିକୁ ଟାର୍ଗେଟ୍‌ କରିଛି। କର୍ଣ୍ଣେଲ ସୋଫିଆ କୁରୈଶୀ କହିଛନ୍ତି ,ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାରେ ଖୁବ୍‌ କାଲିବରର ଅସ୍ତ୍ରଶସ୍ତ୍ରରେ ମଧ୍ୟ ଫାୟାରିଂ କରିଥିଲା। ୩୬ଟି ସ୍ଥାନରେ ଅନୁପ୍ରବେଶର ଚେଷ୍ଟା କରିବା ପାଇଁ ପାଖାପାଖି ୩୦୦ରୁ ୪୦୦ ଡ୍ରୋନ୍‌ର ବ୍ୟବହାର କରାଯାଇଛି। ଡ୍ରୋନ୍‌ର ଭଗ୍ନାବଶେଷର ଫରେନ୍ସିକ୍‌ ଯାଞ୍ଚ କରାଯାଉଛି। ପ୍ରାରମ୍ଭିକ ରିପୋର୍ଟରେ ଜଣାପଡ଼ିଛି ଯେ, ତାହା ତୁର୍କୀ ଆସିସଗାର୍ଡ ସୋଙ୍ଗର ଡ୍ରୋନ୍‌। 

ପାକିସ୍ତାନ ପକ୍ଷରୁ କରାଯାଇ ଥିବା ହମଲାକୁ ଅସଫଳ କରିବା ପାଇଁ ଭାରତ ଏସ-୪୦୦ ଟ୍ରାୟମ୍ଫ ମିସାଇଲ ସିଷ୍ଟମ , ବରାକ-୮ ମିସାଇଲ , ସ୍ଥଳରୁ ଆକାଶକୁ ନିକ୍ଷେପ କରାଯାଉଥିବା ଆକାଶ ମିସାଇଲ ଓ ଡିଆରଡିଓର ଡ୍ରୋନ୍‌ ପ୍ରତିରୋଧୀ ଟେକନିକ୍‌ର ବ୍ୟବହାର କରିଛି। ସୂତ୍ରାନୁସାରେ , ଭାରତ ପକ୍ଷରୁ ୭ ମେ’ରେ ଅପରେସନ ସିନ୍ଦୂରର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଭାରତୀୟ ସାମରିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମିସାଇଲ ମାଡ଼ କରି ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହାକୁ ବିଫଳ କରିଦିଆ ଗଲା। ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଅପ୍ରେଲରେ ଆତଙ୍କବାଦୀ ହମଲାର ଜବାବରେ ,ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ସକାଳେ ଅପରେସନ ସିନ୍ଦୂର ଅନୁସାରେ , ପାକିସ୍ତାନ ଓ ଏହାର କବଜାରେ ଥିବା କାଶ୍ମୀର(ପିଓକେ)ରେ ୯ ଆତଙ୍କୀ ସ୍ଥାନ ଉପରେ ମିସାଇଲ ହମଲା କରିଛି। ଅପରେସନ ସିନ୍ଦୂର ଅନୁସାରେ , ବହାବଲପୁରକୁ ମଧ୍ୟ ଟାର୍ଗେଟ୍ କରାଯାଇଛି, ଯାହାକୁ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦର ଗଡ଼ ମନେକରାଯାଏ।

ଅସିସଗାର୍ଡ ସୋଙ୍ଗର ଡ୍ରୋନ୍‌ ତୁର୍କୀର ଅସିସଗାର୍ଡ କମ୍ପାନୀ ପକ୍ଷରୁ ଡେଭଲପ୍‌ କରାଯାଇଛି। ଏହି ସଶସ୍ତ୍ର ମାନବରହିତ ଏୟାର ଭାଇକଲ (ୟୁଏଭି) ଅଛି, ଯାହାକୁ ତୁର୍କୀ ସଶସ୍ତ୍ର ବାହିନୀ ପାଇଁ ଡିଜାଇନ କରାଯାଇ ଥିଲା। ଏହି କ୍ୱାଡରୋଟର ଡ୍ରୋନ୍‌ କମ୍‌ ଉଚ୍ଚତାରେ ଅପରେଟ୍‌ କରିଥାଏ। ୨୦୧୯ ମସିହାରେ ଇସ୍ତାନବୁଲର ଆଇଡିଇଏଫ୍‌ରେ ଏହାକୁ ପ୍ରଦର୍ଶିତ କରାଯାଇ ଥିଲା। ସୋଙ୍ଗରକୁ ଦିନ ବା ରାତିର ମିଶନ, ଟାର୍ଗେଟ୍‌କୁ ଚିହ୍ନଟ, ବିପଦକୁ ପ୍ରଭାବହୀନ କରିବା ଓ ରିୟଲ-ଟାଇମ୍‌ ଇମେଜ୍‌ ଟ୍ରାନ୍ସିମିଶନ ପାଇଁ ଫଳପ୍ରଦ ମନେକରାଯାଏ। ଏହାର ସର୍ବାଧିକ ଉଡ଼ାଣର ଉଚ୍ଚତା ୨,୮୦୦ ମିଟର ଓ ଅପରେସନାଲ ରେଞ୍ଜ ୧୦ କିଲୋମିଟର ଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.