ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର ବ୍ୟବସାୟୀକରଣ ନିମନ୍ତେ ପ୍ରସ୍ତୁତ

Published By : Suraj Kumar | October 19, 2024 8:58 PM

ଭୁବନେଶ୍ୱର , ୧୯।୧୦  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର ଏବେ ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ଅଟେ ।

ଶୁକ୍ରବାର ଏଠାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ‘ରି-ଡିସ୍‌ପର୍ସିବଲ ମ୍ୟୁକୋଆଦେସିଭ୍  ଗାର୍ଗଲ୍ କମ୍ପୋଜିସନ୍‌’ ନାମକ ଏହି ଉତ୍ପାଦର ଟେକ୍ନୋଲଜି ଟ୍ରାନ୍ସଫର ବୁଝାମଣା ଏନ୍‌ଆର୍‌ଡିସି ଏବଂ ଗୁଜରାଟ ସ୍ଥିତ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସ ମଧ୍ୟରେ ହୋଇଯାଇଛି । ଏହି ସୂତ୍ରଟିକୁ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଏକ ଗବେଷକ ଦଳ ବିକଶିତ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର ଗବେଷକ ମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବୋଲି ପ୍ରଫେସର ରଥ କହିଛନ୍ତି । 

 ଏଥି ନିମନ୍ତେ ସୋଆରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ରାଜୁ ଶରଦଚନ୍ଦ୍ର ଶାହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କପିଲ ଶାହ ତଥା ଏନଆରଡିସି ପକ୍ଷରୁ ଅମିତାଭ ମିଶ୍ର ଉପସ୍ଥିତ ଥିଲେ । 

 ଏହି ସୂତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ପ୍ରଫେସର ରଥ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଗଳାରେ ସଂକ୍ରମଣ ହେଲେ ଗାର୍ଗଲ ନିମନ୍ତେ ବ୍ୟବହୃତ ଔଷଧର ପ୍ରଭାବ ମାତ୍ର ୧୫ ରୁ ୩୦ ମିନିଟ ରହୁଥିବାରୁ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି । ଗବେଷକ ଟିମ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ରି-ଡିସ୍‌ପର୍ସିବୁଲ ମ୍ୟୁକୋଆଦେସିଭ୍ ଗାର୍ଗଲ କମ୍ପୋଜିସନ୍‌କୁ ଥରେ ବ୍ୟବହାର କରିବା ଦ୍ୱାରା ବ୍ୟବହାରକାରୀଙ୍କ ଗଳାକୁ ୪ ଘଂଟା ପାଇଁ ଆରାମ ମିଳିପାରିବ । ଏହି ସୂତ୍ର କେବଳ ଯେ ଔଷଧର ବ୍ୟବହାରର ମାତ୍ରାକୁ କମାଉଛି ତାହା ନୁହେଁ ଔଷଧର ପ୍ରଭାବ ମଧ୍ୟ ବଢ଼ାଉଛି ବୋଲି ସେ କହିଛନ୍ତି । 

ରାଜୁ ଶରଦଚନ୍ଦ୍ର ଶାହ ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରକୁ ନେଇ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ନାନୋ ଫାଇବରଗୁଡ଼ିକୁ ନେଇ ବିକଶିତ ଏହି ଟେକ୍ନୋଲଜି ସାରା ଦେଶରେ ରୋଗୀମାନଙ୍କ ନିମନ୍ତେ ଖୁବ୍ ସହାୟକ ହେବ । 

ସୋଆ ଏପର୍ଯ୍ୟନ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିକୁ ଏନ୍‌ଆରଡିସିକୁ ହସ୍ତାନ୍ତର କରିସାରିଛି । ଏନ୍‌ଆର୍‌ଡିସି ବ୍ୟକ୍ତିବିଶେଷ, କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ଦ୍ୱାରା ବିକଶିତ ସୂତ୍ରକୁ ନେଇ ତାହାର ବହୁଳ ଉତ୍ପାଦନ ଓ ବିକ୍ରୟ ନିମନ୍ତେ ସହାୟତା କରିଥାଏ ।ପ୍ରଫେସର ରଥଙ୍କ ଦଳରେ ପ୍ରଫେସର ଗୌତମ ଘୋଷ, ଡକ୍ଟର ବିଶ୍ୱକାନ୍ତ କର, ଡକ୍ଟର ଭିନିତ କୁମାର ରାଏ, ଜିତୁ ହାଲଦାର ଏବଂ ଦୀପକ ପ୍ରଧାନ ସାମିଲ ଥିଲେ । 

ଏହି ବିଷୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ଏହିପରି ନୂତନ ଉଦ୍ଭାବନ ଓ ବିକାଶ ନିମନ୍ତେ ଗବେଷକମାନଙ୍କୁ ଉତ୍ସାହିତ କରି ଆସିଛନ୍ତି । ଏସ୍‌ପିଏସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.