ନୂଆଦିଲ୍ଲୀ,୧୫/୦୮: ପ୍ରତିବର୍ଷ ସ୍ୱାଧୀନତା ଦିବସରେ ନିଆରା ଲୁକ୍‌ରେ ନଜର ଆସନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ କାର୍ଯ୍ୟକ୍ରମ ହେଲେ ଅଲଗା-ଅଲଗା ଲୁକ୍ ପାଇଁ ଚର୍ଚ୍ଚାରେ ଥାନ୍ତି ପିଏମ୍‌ ମୋଦି । ପତାକା ଉତ୍ତୋଳନରେ ସେ ପିନ୍ଧିଥିବା ପଗଡ଼ି ଓ ଜ୍ୟାକେଟ୍‌ ନିଆରା ବାର୍ତ୍ତା ଦିଏ । ଏଥର ଲାଲକିଲ୍ଲାରେ ପିଏମ୍‌ ମୋଦି ଗେରୁଆ ପଗଡ଼ି ସାଙ୍ଗକୁ ଗେରୁଆ ଜ୍ୟାକେଟ୍ ପିନ୍ଧିଥିଲେ । ୨୦୧୪ରୁ ୧୧ ବର୍ଷରେ ୧୧ ଲୁକ୍‌ରେ ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୨୪; ଏହି ବର୍ଷ ପ୍ରଧାନମନ୍ତ୍ରୀ ମୋଦି ଧଳା କୁର୍ତ୍ତା-ପାଇଜାମା ଏବଂ ନୀଳ ସାଦ୍ରି ସହିତ ଗେରୁଆ ,ସବୁଜ ଏବଂ ହଳଦିଆ ପଗଡ଼ି ପିନ୍ଧିଥିଲେ ।

୨୦୨୩; ଏକାଧିକ ରଙ୍ଗର ଷ୍ଟ୍ରାଇପ୍ ସହିତ ଏକ ହଳଦିଆ ଏବଂ ଲାଲ ରଙ୍ଗର ପଗଡ଼ି ପିନ୍ଧିଥିଲେ । ଏହା ସହିତ, ସେ ଏକ ଧଳା କୁର୍ତ୍ତା ଏବଂ ଏକ କଳା ଜ୍ୟାକେଟ୍ ପିନ୍ଧିଥିଲେ ।

୨୦୨୨; ଏହି ବର୍ଷ ସ୍ୱାଧୀନତା ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀ ତ୍ରିରଙ୍ଗା ଆକୃତିର ଏକ ଧଳା ପଗଡ଼ି ପିନ୍ଧିଥିଲେ, ଯାହା 'ହର ଘର ତିରଙ୍ଗା' ଅଭିଯାନର ଭାବନାକୁ ପ୍ରତିଫଳିତ କରିଥିଲା । ପଗଡ଼ିଟି ଧଳା କୁର୍ତ୍ତା ଏବଂ ନୀଳ ଜ୍ୟାକେଟ୍ ସହିତ ମିଶୁଥିଲା ।


୨୦୨୧; ୭୫ତମ ସ୍ୱାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ମୋଦି ପାରମ୍ପରିକ କୁର୍ତ୍ତା-ଚୁଡ଼ିଦାର, ନୀଳ ଜ୍ୟାକେଟ୍ ପିନ୍ଧିଥିଲେ ଏବଂ ଏକ ଗେରୁଆ ପଗଡ଼ି ପିନ୍ଧିଥିଲେ ।

୨୦୨୦; ଗେରୁଆ ଏବଂ କ୍ରିମ୍ ରଙ୍ଗର ପଗଡ଼ି ପିନ୍ଧିଥିଲେ, ଯାହା ହାପ୍ ହାତ ବିଶିଷ୍ଟ କୁର୍ତ୍ତା ସହିତ ମେଳ ଖାଉଥିଲା । ସେ ଗେରୁଆ ବର୍ଡର ସହିତ ଏକ ଧଳା ଦୁପଟ୍ଟା ମଧ୍ୟ ପିନ୍ଧିଥିଲେ ।


୨୦୧୯; ପ୍ରଧାନମନ୍ତ୍ରୀ ମୋଦି ଏକ ହାପ୍ ହାତ ବିଶିଷ୍ଟ କୁର୍ତ୍ତା, ପାଇଜାମା ଏବଂ ଉପର ସୀମାରେ କେସର ରଙ୍ଗର ପୋଷାକ ପିନ୍ଧିଥିଲେ ଏବଂ ହଳଦିଆ, ଲାଲ ଏବଂ ସବୁଜ ଲହରିଆ ପ୍ୟାଟର୍ଣ୍ଣର ପଗଡ଼ି ପିନ୍ଧିଥିଲେ ।

୨୦୧୮; ଏକ ଫୁଲ୍‌ହାତ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ଏହି ବର୍ଷ ସେ ଏକ ଗଭୀର ଗେରୁଆ ରଙ୍ଗ ଏବଂ ଲାଲ ପଗଡ଼ି ପିନ୍ଧିଥିଲେ ।

୨୦୧୭; ପ୍ରଧାନମନ୍ତ୍ରୀ ମୋଦି ହାପ୍ ହାତ ବିଶିଷ୍ଟ କୁର୍ତ୍ତା ପିନ୍ଧିଥିଲେ । ଏକ ଲାଲ ଏବଂ ହଳଦିଆ ପଗଡ଼ି ପିନ୍ଧିଥିଲେ  ।

୨୦୧୬; ଏକ ସିମ୍ପଲ କୁର୍ତ୍ତା ଏବଂ ଚୁଡ଼ିଦାର ପାଇଜାମା ସହିତ ଏକ ଲାଲ, ଗୋଲାପୀ ଏବଂ ହଳଦିଆ ରାଜସ୍ଥାନୀ ପଗଡ଼ି ପିନ୍ଧିଥିଲେ ।

୨୦୧୫; ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଲାଲ୍‌, ହଳଦିଆ ମିଶା ରଙ୍ଗର କୁର୍ତ୍ତା, ଧଳା ଚୁଡ଼ିଦାର ପାଇଜାମା ଏବଂ ଖଜି ଜ୍ୟାକେଟ୍ ପିନ୍ଧିଥିଲେ । ଲାଲ୍-ସବୁଜ ପଟି ମିଶା କମଳା ରଙ୍ଗର ବାନ୍ଧନୀ ପଗଡ଼ି ପିନ୍ଧିଥିଲେ ।


୨୦୧୪; ୨୦୧୪ରେ ପିଏମ୍ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେହି ବର୍ଷ ସ୍ୱାଧୀନତା ଦିବସରେ ସେ ଧଳ ଖଦି ହାପ୍ ହାତ କୁର୍ତ୍ତା ଏବଂ ଚୁଡ଼ିଦାର ପାଇଜାମା ପିନ୍ଧିଥିଲେ । ଗେରୁଆ ରଙ୍ଗର ପଗଡ଼ି ପିନ୍ଧିଥିଲେ ।