ନୂଆଦିଲ୍ଲୀ: ଦୁଇ ଦିନିଆ ମାଲେସିଆ ଗସ୍ତ ସମାପ୍ତ କରିବା ପରେ ରବିବାର ଭାରତ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ଭାବପ୍ରବଣ ବିଦାୟ ଦେଇଛନ୍ତି। ଫେରିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି, ଯାହାର ମୁଖ୍ୟ ଲକ୍ଷ୍ୟ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ମଜବୁତ କରିବା ଉପରେ ଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କି ,"ଏକ ସ୍ମରଣୀୟ ଗସ୍ତ ଶେଷ ! ମାଲେସିଆର ଏକ ସଫଳ ଗସ୍ତ ପରେ, ଯାହା ଆମର ଘନିଷ୍ଠ ସାଂସ୍କୃତିକ ସମ୍ପର୍କର ବିଶେଷ ଉଷ୍ମତା, ଆତିଥ୍ୟ ଏବଂ ଶକ୍ତି ପ୍ରଦର୍ଶନ କରିଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଗସ୍ତ ଭାରତ-ମାଲେସିଆ ସମ୍ପର୍କକୁ ମଜବୁତ କରୁଥିବା ଗୁରୁତ୍ୱପୂର୍ଣ୍ଣ ଫଳାଫଳ ଆଣିଛି।"
ଭାରତ ଏବଂ ମାଲେସିଆ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ...
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ସମୟରେ ସୁରକ୍ଷା ସହଯୋଗ, ଜାତିସଂଘ ଶାନ୍ତିରକ୍ଷା ମିଶନ, ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟ ଏବଂ ଔଷଧ, ବିପର୍ଯ୍ୟୟ ପରିଚାଳନା, ଦୁର୍ନୀତି ବିରୋଧୀ କାର୍ଯ୍ୟ, ଅଡିଓ-ଭିଜୁଆଲ୍ ସହ-ଉତ୍ପାଦନ, ବୃତ୍ତିଗତ ଶିକ୍ଷା ଏବଂ ଭାରତୀୟ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଦଲିଲ ଆଦାନପ୍ରଦାନ କରିଥିଲେ। ମାଲେସିଆର ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ଭେଟିବା ପରେ, ମୋଦି କହିଥିଲେ ଯେ ଭାରତ ଏବଂ ମାଲେସିଆ ମଧ୍ୟରେ "ବିଶେଷ ସମ୍ପର୍କ" ରହିଛି ଏବଂ ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସମ୍ପର୍କକୁ ବିସ୍ତାର କରିବାକୁ ପ୍ରତିବଦ୍ଧ। ଉଭୟ ପକ୍ଷ ସୁରକ୍ଷା, ପ୍ରତିରକ୍ଷା, ଏଆଇ, ଡିଜିଟାଲ୍ ଟେକନୋଲୋଜି କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବାକୁ ସହମତ ହୋଇଛନ୍ତି ।