ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାହିଁକି ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ନାଗରିକଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀ ?

Published By : Tapas Panda | October 29, 2024 4:48 PM

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିନଥିବାରୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର ଆପ୍‌ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜେନୖତିକ ଫାଇଦା ଲାଗି ଲୋକଙ୍କ ହିତକୁ ଅଣଦେଖା କରିବା ଅମାନବୀୟ ବୋଲି କହିଛନ୍ତି ମୋଦୀ । ବୟସ୍କ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ୭୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପ୍ରାୟ ୬ କୋଟି ବରିଷ୍ଠ ନାଗରିକଙ୍କୁ ସୁବିଧା ଦେବା ଲାଗି ଏହି ଯୋଜନା ଲାଗୁ ହୋଇଛି  । 

 ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିନ ଥିଲା ଲୋକେ ଚିକିତ୍ସା ପାଇଁ ନିଜ ଜମି, ଗହଣା ବିକ୍ରି କରିବାକୁ ବାଧ୍ୟ ହେଉଥିଲେ । ବଡ଼ ରୋଗର ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ଅନେକ ଅସମର୍ଥ ହେଉଥିଲେ । ଗରିବ ଭାଇ ଓ ଭଉଣୀଙ୍କ ଏଭଳି ଅସୁବିଧାକୁ ମୁଁ ଅଣଦେଖା କରିପାରିଲି ନାହିଁ । ଏହାକୁ ନଜରରେ ରଖି ଆୟୁଷ୍ମାନ ଭାରତ ଯୋଜନା ଜନ୍ମ ନେଲା ବୋଲି ମୋଦୀ କହିଛନ୍ତି । 
 

ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର ବରିଷ୍ଠ ନାଗରିକଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି, ‘ମୁଁ ଜାଣିଛି ଆପଣମାନେ ଅସୁବିଧାରେ ଅଛନ୍ତି । କିନ୍ତୁ ମୁଁ ସାହାଯ୍ୟ କରିବାକୁ ଅସମର୍ଥ । କାରଣ ଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ସରକାର ଏହି ଯୋଜନା ଲାଗୁ କରୁନାହାନ୍ତି ।’ 

 ରାଜନୈତିକ ଫାଇଦା ଲାଗି ଲୋକଙ୍କୁ ହଇରାଣ କରିବା ମାନବିକତା ନୁହେଁ ବୋଲି ମୋଦୀ କହିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଲାଗି କେନ୍ଦ୍ର ଏବଂ ରାଜ୍ୟର ଭାଗୀଦାରିତା ୬୦:୪୦। ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ସରକାରଙ୍କର ନିଜର ସ୍ବାସ୍ଥ୍ୟ ବୀମା ଯୋଜନା ରହିଛି । ତେଣୁ ଦୁଇ ରାଜ୍ୟ ସରକାର ନିଜ ଯୋଜନା କେନ୍ଦ୍ର ଯୋଜନାଠାରୁ ଭଲ ବୋଲି ଦାବି କରିବା ସହ ଆୟୁଷ୍ମାନ ଭାରତ ଲାଗୁ କରୁନାହାଁନ୍ତି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.