ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ୨୦ ତାରିଖରେ ପୁରୀରେ କରିବେ ବିଶାଳ ରୋଡ ସୋ’

ପୁରୀ, ୧୭/୦୫ : ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୭ଟାରେ ସେ ଭୁବନେଶ୍ଵରରେ ପହଞ୍ଚିବେ। ଏହାପରେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ପାଖାପାଖି ୧ ଘଣ୍ଟା ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ। ୨୦ ତାରିଖ ସକାଳେ ପୁରୀ ଯାଇ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ। ସକାଳ ପ୍ରାୟ ୭ଟାରେ ଦର୍ଶନ ସାରି ବଡ଼ଦାଣ୍ଡରେ ଏକ ବିଶାଳ ରୋଡ୍‌ ସୋ’କରିବେ। ରୋଡ୍‌ ସୋ ସିଂହଦ୍ୱାର ଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହେବ। ପ୍ରାୟ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି। ଏହି ସମୟରେ ସାରା ସହର କଡ଼ା ସୁରକ୍ଷା ଛାଉଣିରେ ରହିବ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ୨ ଦିନ ତଳେ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିରରେ ଦର୍ଶନ ସାରି ମୋଦି ପରିକ୍ରମା ପ୍ରକଳ୍ପ ବୁଲିବେ। ସେଥିପାଇଁ ସୁରକ୍ଷା ଯୋଗାଇବାକୁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି।

ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ମୋଦିଙ୍କୁ ସ୍ୱାଗତ କରାଯିବ। ଏହା ସହ ମୋଦିଙ୍କ ସ୍ୱାଗତରେ ପୁରୀର ପାରମ୍ପରିକ କଳା ସଂସ୍କୃତିକୁ ପ୍ରଦର୍ଶନ କରାଯିବ। ବଡ଼ଦାଣ୍ଡକୁ ପିପିଲି ଚାନ୍ଦୁଆ ଓ ରଘୁରାଜପୁରର ପଟ୍ଟଚିତ୍ର ମାଧ୍ୟମରେ ସଜାଇବାକୁ ମଧ୍ୟ ଯୋଜନା ରହିଛି। ପୁରୀ ବିଜେପି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ମୋଦି ଘୋଷଣା କରିଥିବା ସୁଭଦ୍ରା ଯୋଜନା ମହିଳାଙ୍କ ସମୃଦ୍ଧିରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏଣୁ ଏହି ସୁଭଦ୍ରା ଯୋଜନାର ବାର୍ତ୍ତା ପହଞ୍ଚାଇବାକୁ ବଡ଼ଦାଣ୍ଡରେ ମୁଖ୍ୟତଃ ମହିଳାଙ୍କ ସମାଗମ ହେବ। ରାଲିରେ ପୁରୁଷଙ୍କଠାରୁ ଅଧିକ ମହିଳା ଯୋଗ ଦେବେ। ମୋଦିଙ୍କ ରୋଡ୍‌ ସୋ ସଂପର୍କରେ ଭିଡିଓ ବାର୍ତ୍ତା ଦେଇ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର କହିଛନ୍ତି, ମୋଦି ଓଡ଼ିଶାକୁ ଖୁବ ଭଲପାଆନ୍ତି । ପୁରୀ ପ୍ରତି ମଧ୍ୟ ତାଙ୍କର ସ୍ୱତନ୍ତ୍ର ଭାବେ ଭଲପାଇବା ରହିଛି ।  ଏଣୁ ସମସ୍ତେ ୨୦ ତାରିଖ ସକାଳ ୭ଟାରେ ମୋଦିଙ୍କ ରୋଡ୍‌ ସୋ’ରେ ସାମିଲ ହୁଅନ୍ତୁ। ମୋଦିଙ୍କୁ ସ୍ୱାଗତ କରିବାକୁ ପୁରୀବାସୀ ଅପେକ୍ଷା କରି ରହିଥିବା ସେ କହିଛନ୍ତି । 

ମୋଦିଙ୍କ କୌଳିକ ପଣ୍ଡା ରଘୁନାଥ ଗୋଚ୍ଛିକାରଙ୍କ ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ମୋଦିଙ୍କର ହେବ ଦ୍ୱିତୀୟ ପୁରୀ ଗସ୍ତ। ଏହା ପୂର୍ବରୁ ୨୦୧୬ ଫେବୃୟାରୀ ୭ ତାରିଖରେ ମଧ୍ୟ ମୋଦି ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ୨୦୧୩ ରଥଯାତ୍ରା ସମୟରେ ମଧ୍ୟ ମୋଦି ପୁରୀ ଆସି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ୨୦ ତାରିଖରେ ମୋଦିଙ୍କ ଶ୍ରୀମନ୍ଦିରରେ ଦର୍ଶନ ସମୟରେ ମଧ୍ୟ ଶ୍ରୀ ଗୋଚ୍ଛିକାର ତାଙ୍କୁ ସହଯୋଗ କରିବେ। ଏଥିପାଇଁ ପୁରୀ ବିଜେପି ପକ୍ଷରୁ ତାଙ୍କୁ ସୂଚନା ପ୍ରଦାନ କରାଯାଇଛି। ହେଲେ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ତାଙ୍କୁ ଖବର ଦିଆଯାଇନଥିବା ସେ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.