ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ଦିବସର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ପବନରେ ଏବେ ଏକ ନୂଆ ସତେଜତା। ଏଠାରେ ପ୍ରତି କଣିକାରେ ନୂଆ ବାସ୍ନା ମହକୁଛି। ଏମିତି ଲାଗୁଛି ଯେ, ଯେମିତି ବଙ୍ଗଳା ବନ୍ଧନ ମୁକ୍ତ ହୋଇ ଯାଇଛି। ଯେମିତି ବଙ୍ଗଳାର ଗୌରବ ଫେରିବା ଆରମ୍ଭ ହୋଇ ଯାଇଛି। ଆଜିର କାର୍ଯ୍ୟକ୍ରମ ଏହା ସାକ୍ଷୀ ଯେ, ଆମର ବଙ୍ଗଳା ନିଜର ନୂଆ ଭବିଷ୍ୟତର ନିର୍ମାଣରେ ଲାଗି ଯାଇଛି। ପିଏମ୍ ମୋଦି କହିଛନ୍ତି ଯେ, ବଙ୍ଗଳାର ଲୋକଙ୍କ ଚେହେରାର ଚମକ , ଗାଁ ଗାଁରେ ଖୁସି ଓ ବିଶ୍ୱାସର ଭାବ ଆପଣଙ୍କ ଆନନ୍ଦରେ ଭାଗିଦାର ହେବାକୁ ଆସିଛି। ଆପଣଙ୍କର ଗୋଟିଏ ଭୋଟ୍ , ଗୋଟିଏ ନିର୍ବାଚନ କେତେ ପରିବର୍ତ୍ତନ କରିପାରେ। ଏହି ବଙ୍ଗଳାରେ ସ୍ପଷ୍ଟ ନଜର ଆସୁଛି। ପିଏମ୍ ମୋଦି ଶନିବାର ପଶ୍ଚିମବଙ୍ଗ ଦିବସର ଅବସରରେ ତାରକେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ  ଓ ଶିଳାନ୍ୟାସ କରି ଥିଲେ।

ପ୍ରଧାନମନ୍ତ୍ରୀ ପିଏମ୍ କିସାନର ୨୩ ତମ କିସ୍ତି ଜାରି କରିଛନ୍ତି, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଆରମ୍ଭ କରିଛନ୍ତି,  ହାଓଡ଼ା ଜିଲ୍ଲାରେ ସଙ୍କରେଲ-ସନ୍ତରାଗାଛି ଲିଙ୍କ୍ ଲାଇନ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ, ହାଓଡ଼ାରେ ଏକ ନୂତନ ୩୦୦ ଶଯ୍ୟା ବିଶିଷ୍ଟ ଡିଭିଜନାଲ ରେଳ ହସ୍ପିଟାଲର ଶିଳାନ୍ୟାସ କରିଥିଲେ, ଏବଂ ପୂର୍ବ ମେଦିନୀପୁର ଜିଲ୍ଲାର ହାଓର ଏବଂ ରାଧାମୋହନପୁର ମଧ୍ୟରେ ଏକ ରାସ୍ତା ଓଭରବ୍ରିଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଶୁଭାରମ୍ଭ ଘୋଷଣା କରିଥିଲେ।

ସେ କହିଥିଲେ - ପୂରା ବଙ୍ଗଳାକୁ ପାକିସ୍ତାନର ଏକ ଅଂଶ କରିବା ପାଇଁ ନିୟୋଜିତ ଥିଲେ। କଂଗ୍ରେସ ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ସେହି ସମୟରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ସ୍ୱର ଉଠାଇ ଥିଲେ। ସେ ଘୋଷଣା କରିଥିଲେ ଯେ ,ସମଗ୍ର ବଙ୍ଗଳା ପାକିସ୍ତାନର ଏକ ଅଂଶ ହେବ ନାହିଁ। ଏଥିପାଇଁ , ବଙ୍ଗଳା ହିନ୍ଦୁ ହୋମଲ୍ୟାଣ୍ଡ ଆନ୍ଦୋଳନ ଆରମ୍ଭ ହୋଇ ଥିଲା। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ, ମେଘନାଦ ସାହା, ଆରଜି ମଜୁମଦାର, ଯଦୁ ନାଥ ସରକାର ଏବଂ ବଙ୍ଗଳାର ଅନେକ ପ୍ରମୁଖ ବ୍ୟକ୍ତି ଏହି ଆନ୍ଦୋଳନର ଅଂଶ ହୋଇ ଥିଲେ। ଜିଡି ବିର୍ଲାଙ୍କ ପରି ଉଦ୍ୟୋଗୀମାନେ ଏହାକୁ ଆଗକୁ ନେଇ ଥିଲେ।

ସେ କହିଥିଲେ ଯେ ବଙ୍ଗଳାର ଯେଉଁ ସ୍ୱରକୁ ଦମନ କରାଯାଇ ଥିଲା, ଏହି ଆନ୍ଦୋଳନରୁ ଏହି ସ୍ୱର ପୁଣି ଥରେ ତେଜି ଉଠିଛି। ଫଳସ୍ୱରୂପ, ଭାରତ ବିରୋଧୀ ଲୋକଙ୍କୁ ଏହା ଜଣାପଡ଼ିଗଲା ଯେ, ସମଗ୍ର ବଙ୍ଗକୁ ଭାରତରୁ ଅଲଗା କରିବା ଅସମ୍ଭବ। ଏହି ଅଞ୍ଚଳ ପଶ୍ଚିମବଙ୍ଗ ଭାବରେ ଭାରତ ମାତା ସହିତ ରହିଲା।

ସେ କହିଥିଲେ ଯେ , ପ୍ରଥମେ କଂଗ୍ରେସ, ତାପରେ ବାମପନ୍ଥୀ ଏବଂ ତାପରେ ଟିଏମସି ବଙ୍ଗଳାର ବିକାଶ କରିବା ପରିବର୍ତ୍ତେ ଏହାକୁ ଅବୈଧ ପ୍ରବାସୀମାନଙ୍କ ପାଇଁ ସ୍ୱର୍ଗ ପାଲଟିବାକୁ ଦିଆଗଲା। ଯେଉଁ ବଙ୍ଗଳା ଭାରତର ବିକାଶର ନେତୃତ୍ୱ ନେଇ ପାରିଥାନ୍ତା ,ପଛରେ ପଡ଼ିଗଲା। ଆଜି, ପଶ୍ଚିମବଙ୍ଗ ଦିବସରେ, ଆସନ୍ତୁ ଆମେ ସେହି ଐତିହାସିକ ଭୁଲ ଗୁଡ଼ିକୁ ପୁନରାବୃତ୍ତି ନକରିବା ପାଇଁ ପ୍ରତିଜ୍ଞା କରିବା। ଏବେ, ପଶ୍ଚିମବଙ୍ଗ ଦିବସ ଦ୍ୱାରା ଅନୁପ୍ରାଣିତ ହୋଇ, ଏକ ନୂତନ ଇତିହାସ ସୃଷ୍ଟି ହେବ। ଦଶନ୍ଧିର କୁଶାସନ ପଶ୍ଚିମବଙ୍ଗକୁ ବହୁ ଦୂରକୁ ନେଇ ଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ସରକାରଗୁଡ଼ିକର ପରିସ୍ଥିତି ବିଷୟରେ କହିଥିଲେ। ପ୍ରମୁଖ ଶିଳ୍ପଗୁଡ଼ିକ ପଳାଇଗଲେ, ଚାକିରି ହରାଇଲେ ଏବଂ ଅନୁପ୍ରବେଶକାରୀଙ୍କ ଦ୍ୱାରା ସମ୍ପଦ ଗୁଡ଼ିକ ଦଖଲ କରାଗଲା। ସୁଯୋଗର ଭୂମି ଥିବା ବଙ୍ଗଳା ପ୍ରବାସନର ଏକ କେନ୍ଦ୍ର ପାଲଟିଗଲା। ଏହି ପରିବେଶରେ ଆପଣ ଟିଏମସି ସରକାରଙ୍କୁ ବଦଳାଇବା ପାଇଁ ଏହି ପ୍ରତିଶ୍ରୁତି ଦେଇଥିଲେ, ବିଜେପିକୁ ଆଶୀର୍ବାଦ ଦେଇଥିଲେ ଏବଂ ରେକର୍ଡ ଭୋଟରେ ବିଜୟୀ କରାଇଥିଲେ। ସମଗ୍ର ଦେଶ ଏହାର ଫଳାଫଳ ଦେଖୁଛି।

ଆହୁରି ମଧ୍ୟ ପଢନ୍ତୁ :  CM VIJAY Thalapathy : ' କାନ୍ଥରେ ସିଏମ ବିଜୟଙ୍କ ଫଟୋ, କ୍ଲାସରୁମରେ ରିଲ୍ସ' : TVKକୁ ଅନ୍ନାମଲାଇଙ୍କ ଟାର୍ଗେଟ୍